୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ଲଘୁଚାପର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Advertisement

୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ଲଘୁଚାପର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଫଳରେ ତଳିଆ ଅଂଚଳରେ କୃତିମ ବନ୍ୟା, ସୁବର୍ଣ୍ଣରେଖୀ ନଦୀରେ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ରାଜ୍ୟରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ଲଘୁଚାପର ପ୍ରଭାବ । ଉତ୍ତର-ପଶ୍ଚିମ ତଥା ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସମାନ ଅଂଚଳରେ ଗତକାଲି ସଂନ୍ଧ୍ୟାରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ର ବା ୱେଲ୍ ମାର୍କଡ ଲୋ ପ୍ରେସରରେରେ ପରିଣତ ହୋଇସାରିଛି ଏବଂ ଏହାସହ ଜଡ଼ିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଦୁଇ ଜିଲ୍ଲା କେଉଁଝର ଓ ମୟୂରଭଂଜରେ ଅତି ପ୍ରବଳ ବର୍ଷା ନେଇ ଅରଂଜ୍ ୱାର୍ଣ୍ଣିଂ ଏବଂ ୯ ଜିଲ୍ଲା ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ଓ ବାଲେଶ୍ୱରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

ଫଳରେ ତଳିଆ ଅଂଚଳରେ କୃତିମ ବନ୍ୟା, ସୁବର୍ଣ୍ଣରେଖୀ ନଦୀରେ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାପରେ ଆସନ୍ତାକାଲି ପଶ୍ଚିମ ଓଡିଶାର ତିନି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।  

ଅଧିକ ପଢ଼ନ୍ତୁ:-ଏଣିକି ବିନା ଇଣ୍ଟରନେଟରେ ଗୁଗୁଲ୍ ପେ, ପେଟିଏମ୍, ଫୋନ୍ ପେରୁ ପଠାଇ ପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ଅଧିକ ପଢ଼ନ୍ତୁ:-ଶିଶୁଙ୍କ ପାଇଁ ଆଧାର କାର୍ଡ ତିଆରି କରିବା ନିୟମରେ ହେଲା ପରିବର୍ତ୍ତନ, ବର୍ତ୍ତମାନ ସହଜ ହେଲା ଆବେଦନ ପ୍ରକ୍ରିୟା

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ଼ ହେବ ବିଦ୍ୟୁତ୍ ବିଲ୍

ଅଧିକ ପଢ଼ନ୍ତୁ:-ଭାରତ ସରକାରଙ୍କୁ ଗୁହାରୀ କଲା ତାଲିବାନ, ଚିଠି ଲେଖି କରିଛି ଏହି ଦାବି