ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୨୧ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲା ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେଉଁଝର, ମୟୂରଭଂଜରେ ଘଡଘଡି ଓ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ୧୪ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ବିଜୁଳି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ତିନି ଦିନିଆ କାଳବୈଶାଖୀ, ୨୪ ଘଣ୍ଟାରେ ୨୧ ଜିଲ୍ଲାକୁ ୱାର୍ଣ୍ଣିଂ । ଦକ୍ଷିଣ-ଉତ୍ତର ପ୍ରଦେଶରୁ ବିଦର୍ଭ ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ବିଛି । ତେବେ ରାଜ୍ୟରେ ଆସନ୍ତା ତିନି ଦିନ ତଥା ୨୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ପବନ ସହ ବଜ୍ରପାତ ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢ଼ନ୍ତୁ:-ଖୁସି ଖବର! ଏହି କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ଦରମା, ଜାଣନ୍ତୁ କିପରି?
ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୨୧ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲା ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେଉଁଝର, ମୟୂରଭଂଜରେ ଘଡଘଡି ଓ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ୧୪ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ବିଜୁଳି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
ଅଧିକ ପଢ଼ନ୍ତୁ:-ଯଦି ସାରା ଭାରତରେ ଲାଗେ ଲକଡାଉନ୍, ତେବେ କ'ଣ ହେବ ଦେଶର…
ସେହପରି ଆସନ୍ତାକାଲି ୧୬ ଜିଲ୍ଲା ଏବଂ ୨୩ ତାରିଖରେ ୪ ଜିଲ୍ଲାକୁ କାଳବୈଶାଖୀ ଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆସନ୍ତା ୨୪ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀର ପ୍ରକୋପ କମିବା ନେଇ ପୂର୍ବାନୁମାନ କରାଯାଇଛି । ଏହାସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ ।