ଜାରି ରହିବ କାଳବୈଶାଖୀ! ଆସନ୍ତା ୪ ଦିନ ପାଇଁ ସତର୍କ ସୂଚନା
Advertisement

ଜାରି ରହିବ କାଳବୈଶାଖୀ! ଆସନ୍ତା ୪ ଦିନ ପାଇଁ ସତର୍କ ସୂଚନା

ଏହାସହ ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Odisha Weather Update: ମଧ୍ୟ ପ୍ରଦେଶର ମଧ୍ୟ ଭାଗରେ ସମୁଦ୍ରପତ୍ତନ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ୱିଛି । ଏହାସହ ପୂର୍ବ-ପଶ୍ଚିମ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି । ତେବେ ରାଜ୍ୟରେ ଏହାର ପ୍ରଭାବ ହେତୁ ଆସନ୍ତା ୪ ଦିନ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୪୦୧ କୋରୋନା ସଂକ୍ରମିତ

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୭ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୂରଭଂଜ, ସମ୍ୱଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ ଓ ଖୋର୍ଦ୍ଧାରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ଓ ବଜ୍ରପାତ ସମେତ ୩୦ରୁ ୪୦ କିଲୋମିଟର ବେଗରେ ପବନ  ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

ଅଧିକ ପଢ଼ନ୍ତୁ:-କୋରୋନାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ମୃତ୍ୟୁକୁ ନେଇ ଗୁଜବ

ଏହାସହ ଆସନ୍ତାକାଲି ଏହାର ପ୍ରଭାବ ବଢିବା ସହ ୧୫ ଜିଲ୍ଲାକୁ କାଳବୈଶାଖୀ ଜନିତି ବଜ୍ରପାତ ଓ ୩ ଜିଲ୍ଲାକୁ କୁଆପଥର ବୃଷ୍ଟି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୧ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ । ଏହାସହ ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।