ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୧୦ ଜିଲ୍ଲା ମୟୂରଭଂଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଓ ଜଗତସିଂହପୁର ରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଅଂରେଜ ୱାର୍ଣ୍ଣିଂ ଜାରି ହୋଇଛି ।
Trending Photos
ଭୁବନେଶ୍ୱର: Odisha Weather Update: କାଳବୈଶାଖୀ କରିବ ତାଣ୍ଡବ! ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ-ଉତ୍ତର ପ୍ରଦେଶ ଓ ଆଖପାଖ ଆସାମ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସହ ଟ୍ରଫ୍ ଲାଇନ ସକ୍ରିୟ ରହିଛି । ତେବେ ରାଜ୍ୟରେ ଆସନ୍ତା ୫ ଦିନ ୮ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୧୦ ଜିଲ୍ଲା ମୟୂରଭଂଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଓ ଜଗତସିଂହପୁର ରେ ଘଡଘଡି ବଜ୍ରପାତ ସହ ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଅଂରେଜ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡିକରେ ଗଛଲତା ଓ ଫସଲ ସାମାନ୍ୟ କ୍ଷତିଗ୍ରସ୍ତ ହେବା ସହ ଅଂଚଳବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-'ଭାରତରେ କୋରୋନାକୁ ରୋକିବା ପାଇଁ ଲକଡାଉନ୍ ଏକ ପ୍ରଭାବଶାଳୀ ପଦକ୍ଷେପ'
ଏହାସହ ୮ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡଘଡି ସହ ସର୍ବାଧିକ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାପରେ ଆସନ୍ତାକାଲି ମଧ୍ୟ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି ବଜ୍ରପାତ ସମେତ ତିନି ଜିଲ୍ଲା ଗଜପତି, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ । ଅପରପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।