Ex BDO of Erasama: ପୂର୍ବତନ ବିଡ଼ିଓଙ୍କ ପାଇଁ ବଢୁଛି ଅଡ଼ୁଆ, ଲମ୍ବୁଛି କେଳେଙ୍କାରୀର ଫର୍ଦ୍ଦ
Advertisement
Article Detail0/zeeodisha/odisha1676027

Ex BDO of Erasama: ପୂର୍ବତନ ବିଡ଼ିଓଙ୍କ ପାଇଁ ବଢୁଛି ଅଡ଼ୁଆ, ଲମ୍ବୁଛି କେଳେଙ୍କାରୀର ଫର୍ଦ୍ଦ

Ex BDO of Erasama: ପୁର୍ବତନ ବିଡ଼ିଓ କୈଳାସ ବେହେରାଙ୍କ ଦୁର୍ନୀତି ଫର୍ଦ୍ଦ ସହ ଜଡ଼ିତ ଶାସକଦଳ ଛାମୁଁଆ, ସରପଞ୍ଚ ଓ ବିଭାଗୀୟ ଅଧିକାରୀ ମାନଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେହେଲେ ବଡଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

Ex BDO of Erasama: ପୂର୍ବତନ ବିଡ଼ିଓଙ୍କ ପାଇଁ ବଢୁଛି ଅଡ଼ୁଆ, ଲମ୍ବୁଛି କେଳେଙ୍କାରୀର ଫର୍ଦ୍ଦ

Ex BDO of Erasama: ପାରାଦୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୁର୍ବତନ ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି।ବିଡିଓଙ୍କ କଳା କାରନାମାର କେଳେଙ୍କାରୀର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଏରସମାରେ ବିଡ଼ିଓ ଥିବା ସମୟରେ ପାଖାପାଖି ଦୁଇଶହ କୋଟି ଟଙ୍କାର ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଏରସମାର ବିଡ଼ିଓ ଥାଇ ତିନିମାସ ତଳେ ବଦଳି ହୋଇ ଭୂବନେଶ୍ୱର ଯାଇଥିବା କୈଳାସ ଚନ୍ଦ୍ର ବେହେରା ରାଉରକେଲାରେ ତହସିଲଦାର ଥିବା ବେଳେ ୫୦ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ।

୨୦୧୯ମସିହାରେ ମାମଲା ଭିଜିଲାନ୍ସ କୋର୍ଟରେ ଫାଇଲ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ଅନୁଗୁଳର ସ୍ୱତନ୍ତ୍ର ବିଚାରପତି ମାମଲାର ବିଚାର କରି ଗତ ୨୭ତାରିଖରେ ଏରସମାର ପୂର୍ବତନ ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଦେଇନପାରିଲେ ଅଧିକ ଦୁଇମାସ ଜେଲ ଦଣ୍ଡାଦେଶ ଦେଇଥିଲେ।ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ଏରସମାର ପୁର୍ବତନ ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି।୨୦୧୭ ମସିହାରୁ ଦୀର୍ଘ ୬ବର୍ଷ ଧରି ଏରସମାରେ ବିଡ଼ିଓ ଥିବା ବେଳେ ମନରେଗା ଯୋଜନାରେ ବହୁ କୋଟି ଟଙ୍କାର ଦୁର୍ନୀତି କରିଥିବା ତଥ୍ୟ ଏବେ ପଦାକୁ ଆସିଛି।

ସରକାରୀ ତଦନ୍ତରେ ଧରାପଡିଥିବା ଦୁର୍ନୀତି ସରକାରୀ ଦଳର ଚାପରେ ଫାଇଲ ତଳେ ଚାପି ହୋଇଥିବା ଦୁର୍ନୀତିର ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସିଛି।୨୦୧୭ ମସିହାରୁ ଦୀର୍ଘ ୬ବର୍ଷ ଧରି ଏରସମା ବ୍ଲକରେ କୈଳାସ ଚନ୍ଦ୍ର ବେହେରା ବିଡ଼ିଓ ଥିବା ସମୟରେ ଦୁଇଶହ କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି।୨୦୧୮,୨୦୧୯ ମସିହାରେ ଏରସମା ବ୍ଲକର ପଦ୍ମପୁର, ଗଡହରିଶପୁର, ଗୋଡା ଓ ସୋମପୁର ଏହି ଚାରୋଟି ପଞ୍ଚାୟତରେ ୨୪କୋଟି ୩୨ଲକ୍ଷ ଟଙ୍କାର ମନରେଗା ଯୋଜନାରେ ରାସ୍ତା ନିର୍ମାଣ, ପୋଖରୀ ଖୋଳା,ମାଟି ପୋତେଇ ଆଦି ପ୍ରକଳ୍ପ ନାଆଁରେ ମିଥ୍ୟା ବିଲ କରିଥିବା ଖୋଦ ରାଜ୍ୟ ପଞ୍ଚାୟତରାଜ ବିଭାଗ ଅଧିକାରୀମାନେ ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏରସମା ବ୍ଲକର ୪ଟି ପଞ୍ଚାୟତରେ ୨୪କୋଟି ୩୨ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ତଦନ୍ତରୁ ଜଣାପଡିଥିବା ବେଳେ ଅବଶିଷ୍ଟ ପଞ୍ଚାୟତରେ ପାଖାପାଖି ଦୁଇଶହ କୋଟିରୁ ଅଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି।ଏହି ଦୁର୍ନୀତିରେ ବିଡିଓଙ୍କ ସହ ବିଧାୟକ, ସରପଞ୍ଚ, ଶାସକଦଳର ଛାମୁଁଆ ନେତା ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିବା ଅଭିଯୋଗ ଉଠିଛି।ଏ ନେଇ ରାଜ୍ୟ ଓ କେନ୍ଦ୍ର ପଞ୍ଚାୟତରାଜ ବିଭାଗରେ ଅଭିଯୋଗ କରାଯାଇଛି। ପଞ୍ଚାୟତରାଜ ବିଭାଗର ତଦନ୍ତ ରିପୋର୍ଟ ଓ ତଥ୍ୟଭିତିକ ଅଭିଯୋଗ ସହ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି।

ଏରସମା ବ୍ଲକରେ ଦୀର୍ଘ ଛଅବର୍ଷ ଧରି ବିଡ଼ିଓ ଥିବା ବେଳେ କୈଳାସ ଚନ୍ଦ୍ର ବେହେରାଙ୍କ ନାମରେ ୧୦ରୁ ଅଧିକ ମାମଲା ବିଭିନ୍ନ ଅଦାଲତରେ ରହିଛି। ମନରେଗା ଯୋଜନାରେ ରାଜ୍ୟର ସର୍ବାଧିକ ଦୁର୍ନୀତି ଏରସମା ବ୍ଲକରେ ହୋଇଥିବା ବେଳେ ଅମୃତ ସରୋବର ଯୋଜନାରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।ବିଡିଓଙ୍କ ସହ ପ୍ରଭାବଶାଳୀ ନେତା,ସରପଞ୍ଚ ଓ ପ୍ରଶାସନିକ ଅଧିକାରୀ ଦୁର୍ନୀତିରେ ସାମିଲ ଥିବାରୁ ତାଙ୍କ ବିରୁଦ୍ଧରେ ପାଟି ଖୋଲିବାକୁ ସାଧାରଣ ଲୋକ ସାହସ ଖଟାଉନାହାଁନ୍ତି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଶାସକଦଳ ତାଙ୍କୁ ଘଣ୍ଟ ଘୋଡାଇ ଥିବା ଅଭିଯୋଗ ହୋଇଛି।

5Tସଚିବଙ୍କ ସହ ସମ୍ପର୍କ ଓ ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ମୋର ଭଣଜା ବୋଲି କହି ବିଡ଼ିଓ କୈଳାସ ବେହେରା ଦୀର୍ଘ ବର୍ଷ ଧରି ଆଖିଦେଖେଇ ଚାଲିଥିଲେ ବୋଲି ଅଭିଯୋଗ ହୋଇଛି।ଏରସମାରେ କୈଳାସ ଚନ୍ଦ୍ର ବେହେରା ବିଡ଼ିଓ ଥିବା ବେଳେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଏଥିରେ ଶାସକ ଦଳ ନେତା ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସାମିଲ ଥିବାରୁ ତାଙ୍କୁ ରାତାରାତି ଏରସମାରୁ ବଦଳି କରି ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନନେଲେ ବଡଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।