ଆସୁଛି 'ଜୱାଦ': ଜାଣନ୍ତୁ ବାତ୍ୟା ସମୟରେ କ'ଣ କରିବେ, ଆଉ ନକରିବେ...
Advertisement
Article Detail0/zeeodisha/odisha1040293

ଆସୁଛି 'ଜୱାଦ': ଜାଣନ୍ତୁ ବାତ୍ୟା ସମୟରେ କ'ଣ କରିବେ, ଆଉ ନକରିବେ...

ଆଗାମୀ ସମୟରେ ପ୍ରବଳରୁ ଅତି ବର୍ଷା ହେବା ସହ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । ଏହି ସମୟରେ ଆସନ୍ତୁ ଜାଣିବା କ'ଣ କରିବା ଉଚିତ ଆଉ କ'ଣ ନୁହେଁ...

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Cyclone Jawad: ମାଡ଼ି ଆସୁଛି ବାତ୍ୟା 'ଜୱାଦ' (Jawad) । ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡ଼କୁ ମୁହାଉଛି । ବର୍ତ୍ତମାନ ସମୟରେ ଗୋପାଳପୁରରୁ ୩୬୦ କିଲୋମିଟର ଓ ପୁରୀରୁ ୪୩୦ କିଲୋମିଟର ଏବଂ ପାରାଦୀପରୁ ୫୧୦ କିଲୋମିଟର ଦୂରରେ ଏହା ରହିଛି । ସେହିପରି ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରୁ ୨୫୦ କିଲୋମିଟର ଦୂରରେ ଏହା ରହିଛି । ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଉପକୂଳ ଛୁଇଁପାରେ । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଗାମୀ ସମୟରେ ପ୍ରବଳରୁ ଅତି ବର୍ଷା ହେବା ସହ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । ଏହି ସମୟରେ ଆସନ୍ତୁ ଜାଣିବା କ'ଣ କରିବା ଉଚିତ ଆଉ କ'ଣ ନୁହେଁ...

ବାତ୍ୟା ପୂର୍ବରୁ କ'ଣ କରିବା ଉଚିତ...

-ଗୁଜବରୁ ଦୂରେଇ ରୁହନ୍ତୁ । ବିଭ୍ରାନ୍ତ ହୁଅନ୍ତୁ ନାହିଁ । ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

-ମୋବାଇଲକୁ ଚାର୍ଜ କରି ନିଅନ୍ତୁ ।

-ରେଡିଓ ଶୁଣନ୍ତୁ, ଟିଭି ଦେଖନ୍ତୁ, ଖବର କାଗଜ ପଢ଼ନ୍ତୁ ଏବଂ ସମସୟରେ IMD ଦ୍ୱାରା ଦିଆଯାଉଥିବା ପାଣିପାଗ ସୂଚନା ଉପରେ ନଜର ରଖନ୍ତୁ । 

-ନିଜର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପଲିଥିନ ଭିତରେ ସାଇତି ରଖନ୍ତୁ ।

- ଘରକୁ ଠିକ ଭାବେ ଯାଞ୍ଚ କରିନିଅନ୍ତୁ, ଢିଲା ଟାଇଲ୍ ଗୁଡିକୁ ସୁରକ୍ଷିତ କରନ୍ତୁ, କବାଟ ଏବଂ ଝରକା ମରାମତି କରିନିଅନ୍ତୁ ।

-ଗୃହପାଳିତ ପଶୁଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରନ୍ତୁ ।

ବାତ୍ୟା ସମୟରେ କ'ଣ କରିବା ଉଚିତ...

- ଘରରେ ଥିବା ବିଜୁଳିର ମୁଖ୍ୟ ସୁଇଚକୁ ବନ୍ଦ କରିଦିଅନ୍ତୁ । ଏହାସହ ଗ୍ୟାସକୁ ବନ୍ଦ କରନ୍ତୁ । 

-ଘରର ଦ୍ୱାର ଓ ଝରକାକୁ ବନ୍ଦ କରିଦିଅନ୍ତୁ ।

-ଯଦି ଆପଣଙ୍କ ଘର ସୁରକ୍ଷିତ ନୁହେଁ, ତେବେ ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ।

-ଲଗାତର ରେଡିଓରେ ପାଣିପାଗ ବିଭାଗ ଦ୍ୱାରା ଦିଆଯାଉଥିବା ସୂଚନାକୁ ଶୁଣନ୍ତୁ ।

-ଫୁଟା ଓ କ୍ଲୋରିନଯୁକ୍ତ ପାଣି ପିଅନ୍ତୁ ।

-କେବଳ ଆଧିକାରୀକ ସତର୍କତା ଉପରେ ବିଶ୍ୱାସ କରନ୍ତୁ ।

-ଯଦି ଆପଣ ବାହାରେ ଅଛନ୍ତି ତେବେ ବିପଦ ଜନକ ଅବସ୍ଥାରେ ଥିବା ବିଲ୍ଡିଂ ଭିତରକୁ ପ୍ରବେଶ କରନ୍ତୁ ନାହିଁ ।

-ଝୁଲୁଥିବା ବୈଦ୍ୟୁତିକ ତାରକୁ ସ୍ପର୍ଶ କରନ୍ତୁ ନାହିଁ, ସେଥିରେ ବିଦ୍ୟୁତ ପ୍ରବାହ ଥାଇପାରେ ।

-ଯଥାଶୀଘ୍ର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯାଆନ୍ତୁ ।

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଲାଭ

ଏହା ବି ପଢ଼ନ୍ତୁ:-ଏସବୁ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ମିଳିବ ୫-୫ ଲକ୍ଷ ଟଙ୍କା

ଏହା ବି ପଢ଼ନ୍ତୁ:-ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୯୧ ସଂକ୍ରମିତ