ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା
Advertisement
Article Detail0/zeeodisha/odisha1156801

ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା

DTC Recruitment 2022, Sarkari Naukri: ଏହି ପଦଗୁଡ଼ିକ ପାଇଁ ଆଜିଠାରୁ (ଏପ୍ରିଲ ୧୮) ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ହେଉଛି ମେ ୪,୨୦୨୨ । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ରେ ଯାଇ ଆବେଦନ କରିପାରିବେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: DTC Recruitment 2022, Sarkari Naukri: ଦିଲ୍ଲୀ ସରକାର (Delhi Government) ଙ୍କ ଅଧୀନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଦିଲ୍ଲୀ ପରିବହନ ବିଭାଗ (DTC) ରେ ୩୫୭ ପଦରେ ଭର୍ତ୍ତି ପ୍ରକ୍ରିୟା ଚାଲିଛି । କିନ୍ତୁ ଏହି ସମସ୍ତ ପଦରେ ନିଯୁକ୍ତି ଚୁକ୍ତିଭିତ୍ତିକ ଭାବେ ଦିଆଯିବ । ଏହି ପଦଗୁଡ଼ିକ ହେଉଛି ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମେନ ଏବଂ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ । ଏହି ପଦଗୁଡ଼ିକ ପାଇଁ ଆଜିଠାରୁ (ଏପ୍ରିଲ ୧୮) ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ହେଉଛି ମେ ୪,୨୦୨୨ । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ରେ ଯାଇ ଆବେଦନ କରିପାରିବେ ।

DTC Recruitment 2022 ର ସଂପୂର୍ଣ୍ଣ ବିବରଣୀ

ପଦ:-ଆସିଷ୍ଟାଣ୍ଟ ଫୋରମେନ
ପଦ ସଂଖ୍ୟା:-୧୧୨
ପେ ସ୍କେଲ୍:-ପ୍ରତିମାସରେ ୩୫,୪୦୦ ଟଙ୍କା

ପଦ:-ଆସିଷ୍ଟାଣ୍ଟ ଫିଟର
ପଦ ସଂଖ୍ୟା:-୧୭୫
ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା

ପଦ:-ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍
ପଦ ସଂଖ୍ୟା:-୭୦
ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା

DTC Recruitment 2022 ଯୋଗ୍ୟତା

ଆସିଷ୍ଟାଣ୍ଟ ଫୋରମେନ:- ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଅଟୋମୋବାଇଲ/ ମେକାନିକାଲ/ଇଲେକ୍ଟିକାଲ ଇଞ୍ଜିନିୟରିଂ ସହ ୨ ବର୍ଷର ଅନୁଭବ ରହିବା ଆବଶ୍ୟକ ।

ଆୟୁ ସୀମା:-୧୮ ବର୍ଷରୁ ୩୫ ବର୍ଷ 

ଆସିଷ୍ଟାଣ୍ଟ ଫିଟର:-ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ମେକାନିକ (ଏମବି)/ଡିଜଲ ମେକାନିକ/ ଟ୍ରାକ୍ଟର ମେକାନିକ/ଅଟୋମୋବାଇଲ/ଫିଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ।

ଆୟୁ ସୀମା:-୧୮ ବର୍ଷରୁ ୨୫ ବର୍ଷ 

ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ:-ପ୍ରାର୍ଥୀ ଇଲେକ୍ଟ୍ରିସିଆନ(ଅଟୋ)/ମେକାନିକ ଅଟୋ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଟ୍ରେଡ୍ସରେ ଆଇଟିଆଇ କରିଥିବା ଆବଶ୍ୟକ ।

ଆୟୁ ସୀମା:-୧୮ ବର୍ଷରୁ ୨୫ ବର୍ଷ 

ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି କି ଆପଣ? ତ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପୂରା ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-DL ରୁ ମିଳିବ ମୁକ୍ତି! କଟିବନି ଚାଲାଣ

ଏହା ବି ପଢ଼ନ୍ତୁ:-ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

 

କେମିତି କରିବେ ଆବେଦନ

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ବା dtc-rp.com ରେ ଯାଇ ଆବେଦନ କରିପାରିବେ ।