AIIMS ବିଭିନ୍ନ ପଦବୀରେ ହେଉଛି ନିଯୁକ୍ତି, ଦ୍ୱାଦଶ ପାସ୍ କରିଥିଲେ ମଧ୍ୟ କରିପାରିବେ ଆବେଦନ
Advertisement
Article Detail0/zeeodisha/odisha1966190

AIIMS ବିଭିନ୍ନ ପଦବୀରେ ହେଉଛି ନିଯୁକ୍ତି, ଦ୍ୱାଦଶ ପାସ୍ କରିଥିଲେ ମଧ୍ୟ କରିପାରିବେ ଆବେଦନ

Government Jobs 2023: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ବିଭିନ୍ନ ଗ୍ରୁପ୍ ବି ଓ ସି ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା ସମେତ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

 

AIIMS Jobs 2023

AIIMS Jobs 2023: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ବିଭିନ୍ନ ଗ୍ରୁପ୍ ବି ଓ ସି ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ପରୀକ୍ଷା ପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ୧୭ ନଭେମ୍ବର ୨୦୨୩ ରୁ ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ AIIMS ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ସୂଚନା ନିମ୍ନରେ ଦିଆଯାଇଛି ।

ଆବେଦନ କରିବାର ଶେଷ ତାରିଖ?
AIIMS ନଭେମ୍ବର ୧୭ ରୁ ଗ୍ରୁପ୍ ବି ଓ ସି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପକ୍ରିୟା ଆରମ୍ଭ କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୧ ଡିସେମ୍ବର ୨୦୨୩ ଭାବରେ ସ୍ଥିର କରାଯାଇଛି । ଶେଷ ଦିନ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ପଞ୍ଜୀକରଣ ସମ୍ପୂର୍ଣ୍ଣ ହୋଇପାରିବ ।

ଡିସେମ୍ବରରେ ପ୍ରକାଶ ପାଇବ ଆଡମିଟ୍ କାର୍ଡ 
ପ୍ରାର୍ଥୀମାନଙ୍କ ଦ୍ୱାରା ପୂରଣ ହୋଇଥିବା ଆବେଦନଗୁଡ଼ିକ ୫ ଡିସେମ୍ବର ୨୦୨୩ ସୁଦ୍ଧା ନିଶ୍ଚିତ ହେବ । ଏହା ପରେ, ୧୨ ଡିସେମ୍ବର ୨୦୨୩ ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ । ଯେଉଁଠାରେ, ୧୮ ଡିସେମ୍ବର ୨୦୨୩ ଓ ୨୦ଡିସେମ୍ବର ୨୦୨୩ ରେ ଦେଶର ସମସ୍ତ ପ୍ରମୁଖ ସହରରେ ପରୀକ୍ଷା କରାଯିବ ।

ଆବେଦନ ଶୁଳ୍କ 
ସରକାରୀ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଜେନେରାଲ ଓ ଓବିସି ବର୍ଗ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୩୦୦୦ ଟଙ୍କା ଦେବାକୁ ପଡିବ । ଯେହେତୁ, ଏହି ପଦବୀ ପାଇଁ ଆବେଦନ କରିବାକୁ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅର୍ଥନୈତିକ ଦୁର୍ବଳ ବିଭାଗ (EWS) ପ୍ରାର୍ଥୀଙ୍କ ପାଇଁ ପଞ୍ଜୀକରଣ ଶୁଳ୍କ ୨,୪୦୦ ଟଙ୍କା ଅଟେ । ପ୍ରାର୍ଥୀମାନେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ ଓ ନେଟବ୍ୟାଙ୍କିଂ ମାଧ୍ୟମରେ ନିର୍ଦ୍ଦିଷ୍ଟ ଆବେଦନ ଶୁଳ୍କ ପ୍ରଦାନ କରିପାରିବେ । 

ବୟସ ସୀମା ଓ ଯୋଗ୍ୟତା 
ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ଓ ବୟସ ସୀମା ସ୍ଥିର କରାଯାଇଛି । ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ମଧ୍ୟ କିଛି ପଦ ପାଇଁ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ AIIMS ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି କିମ୍ବା ନିମ୍ନରେ ଦିଆଯାଇଥିବା ବିଜ୍ଞପ୍ତିକୁ ଡାଉନଲୋଡ୍ କରି ଯୋଗ୍ୟତା ଓ ବୟସ ସୀମା ବିଷୟରେ ସୂଚନା ପାଇପାରିବେ ।

ଅଫିସିଆଲ୍ ବିଜ୍ଞପ୍ତି ଡାଉନଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।

ଆବେଦନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ ।