KVS Admission 2024-25: କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପିଲାଙ୍କ ଆଡମିଶନ ଫାଇଁ କିପରି ପୂରଣ କରିବେ ଫର୍ମ? ଏଠାରେ ଜାଣନ୍ତୁ ପୂରା ପ୍ରକ୍ରିୟା
Advertisement
Article Detail0/zeeodisha/odisha2188844

KVS Admission 2024-25: କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପିଲାଙ୍କ ଆଡମିଶନ ଫାଇଁ କିପରି ପୂରଣ କରିବେ ଫର୍ମ? ଏଠାରେ ଜାଣନ୍ତୁ ପୂରା ପ୍ରକ୍ରିୟା

KVS Admission 2024-25: ଆପଣ ଯଦି ମଧ୍ୟ ନିଜ ପିଲାମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଅନଲାଇନ୍ ଫର୍ମ ପୂରଣ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ଆସନ୍ତୁ ଜଣାଉଛୁ।

 

KVS Admission 2024-25

Kendriya Vidhalaya Admission: ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। KVS ଯଥା କେନ୍ଦ୍ରିୟ ବିଦ୍ୟାଳୟ ୨୦୨୪-୨୫ ରେ, ଆପଣ ନିଜ ପିଲାମାନଙ୍କୁ ଶ୍ରେଣୀ ୧ ରୁ ୧୦ ପର୍ଯ୍ୟନ୍ତ ଉଭୟ ଅନଲାଇନ୍ ଓ ଅଫଲାଇନରେ ଆଡମିଶନ କରିପାରିବେ। ଯେତେବେଳେ କି ଶ୍ରେଣୀ ୧୧ ପାଇଁ ପଞ୍ଜୀକରଣ କ୍ଲାସ୍ ୧୦ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆରମ୍ଭ ହେବ।

ଏଠାରେ ଆମେ ଆପଣଙ୍କୁ ପର୍ଯ୍ୟାୟ କ୍ରମେ ସମଗ୍ର ପ୍ରକ୍ରିୟା କହୁଛୁ, ଯାହା ମାଧ୍ୟମରେ ଆପଣ ସହଜରେ ଘରେ ବସି ଅନଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ।

କିପରି ପୂରଣ କରିବେ କେଭିଏସ୍ ଆଡମିଶନ ଫର୍ମ?
1. କେନ୍ଦ୍ରୀୟ ବିଦ୍ୟାଳୟ କ୍ଲାସ-1 ରେ ଆଡମିଶନ ପାଇଁ ଆପଣଙ୍କୁ ପ୍ରଥମେ KVS ର ଅଫିସିଆଲ୍ ୱେବସାଇଟକୁ kvsonlineadmission.kvs.gov.in ଯିବାକୁ ପଡିବ।

2. ୱେବସାଇଟ୍ ର ହୋମ ପେଜରେ, ଆପଣ ଆଡମିଶନ ରେଜିଷ୍ଟ୍ରେସନର ଏକ ଟ୍ୟାବ୍ ଦେଖିବେ, ଯାହାକୁ ଆପଣଙ୍କୁ ଖୋଲିବାକୁ ପଡିବ।

3. ରେଜିଷ୍ଟ୍ରେସନ୍ ଟ୍ୟାବ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଲଗଇନ୍ କରିବାକୁ ପଡିବ, ଯେଉଁଠାରେ ଆପଣଙ୍କୁ ସବିଶେଷ ତଥ୍ୟ ପୂରଣ କରିବାକୁ ପଡିବ।

4. ସବିଶେଷ ତଥ୍ୟ ପୂରଣ କରିବା ପରେ, ଆପଣଙ୍କ ପିଲାଙ୍କ ସୂଚନାକୁ ଗୋଟିଏ ପରେ ଗୋଟିଏ ଆଡମିଶନ ଫର୍ମରେ ପୂରଣ କରନ୍ତୁ |

5. ଏହା ପରେ, ଡାହାଣ ପାର୍ଶ୍ୱରେ ଏକ ଅପଲୋଡ୍ ବିକଳ୍ପ ରହିବ, ଯେଉଁଠାରେ ଆପଣଙ୍କୁ ଆପଣଙ୍କ ପିଲାଙ୍କ ଶିକ୍ଷା ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବା ପରେ, ସବମିଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।

6. ଭବିଷ୍ୟତ ରେଫରେନ୍ସ ପାଇଁ ଆପଣ ଆପ୍ଲିକେସନ୍ ଫର୍ମର ଏକ କପି ମଧ୍ୟ ଡାଉନଲୋଡ୍ କରି ରଖିପାରିବେ।

କେଭିଏସ୍ ଫର୍ମ କେବେ ଯାଏଁ ପୂରଣ କରିପାରିବେ?
ଆପଣ କେନ୍ଦ୍ରୀୟ ବିଦ୍ୟାଳୟ ଅର୍ଥାତ୍ KVS ପାଇଁ କ୍ଲାସ୍-1 ରୁ ନେଇ କ୍ଲାସ-୮ ପର୍ଯ୍ୟନ୍ତ ଅନଲାଇନ୍ ଆଡମିଶନ ଫର୍ମ ଏପ୍ରିଲ ୨୫ ୨୦୨୪ ମଧ୍ୟରେ ପୂରଣ କରିପାରିବେ। ୱେବସାଇଟରେ ଥିବା ଅନଲାଇନ୍ ପୋର୍ଟାଲ୍ ୧୫ ଏପ୍ରିଲ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ।

ଯଦିଓ ଏହା ପରେ ଆପଣ ଅଫଲାଇନରେ ମଧ୍ୟ ଫର୍ମ ପୂରଣ କରିପାରିବେ। ଏଥିପାଇଁ ଆପଣ ଘର ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଯିବାକୁ ପଡିବ। ସେଠାରେ ଆପଣ ଆଡମିଶନ ଫର୍ମ ପାଇବେ। ଅଫଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ୍ ୨୦୨୪ ରେ ଅପରାହ୍ନ ୪ଟା ରହିଛି।