Govt bear education expenses: ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ କଲେଜ ଫି ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିବ ସୁବିଧା
Advertisement
Article Detail0/zeeodisha/odisha1314456

Govt bear education expenses: ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ କଲେଜ ଫି ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିବ ସୁବିଧା

କଲେଜ ପାଠୁଆ ପିଲାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ମହାରାଷ୍ଟ୍ର ସରକାର ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଫି ବହନ କରିବେ। ସରକାରୀ କଲେଜରେ ପଢୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଫି ସରକାର ଦେବେ। ତେବେ କେବଳ କୋରୋନାରେ ଉଭୟ ମାତାପିତାଙ୍କ ହରାଇଥିବା ଛାତ୍ରଛାତ୍ରୀଙ୍କୁ ହିଁ ଏହି ସୁବିଧା ମିଳିବ ବୋଲି

ପ୍ରତିକାତ୍ମକ

Govt bear education expenses, ମୁମ୍ବାଇ: କଲେଜ ପାଠୁଆ ପିଲାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ମହାରାଷ୍ଟ୍ର ସରକାର ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଫି ବହନ କରିବେ। ସରକାରୀ କଲେଜରେ ପଢୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଫି ସରକାର ଦେବେ। ତେବେ କେବଳ କୋରୋନାରେ ଉଭୟ ମାତାପିତାଙ୍କ ହରାଇଥିବା ଛାତ୍ରଛାତ୍ରୀଙ୍କୁ ହିଁ ଏହି ସୁବିଧା ମିଳିବ ବୋଲି ସୋମବାର ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀ କୋରୋନାରେ ଉଭୟ ପିତାମାତାଙ୍କୁ ହରାଇଛନ୍ତି, ସେମାନଙ୍କ ଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ। ବିଧାନସଭାରେ କଂଗ୍ରେସ ବିଧାୟକ ଶିରିଶ ଚୌଧୁରୀଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, 'ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ପଢୁଥିବା ୯୩୧ ଜଣ ଅଣ୍ଡରଗ୍ରାଜୁଏଟ ଓ ୨୨୮ ଜଣ ପୋଷ୍ଟଗ୍ରାଜୁଏଟ୍ ଛାତ୍ରଛାତ୍ରୀ କୋରୋନାରେ ଉଭୟ ମାତାପିତାଙ୍କୁ ହରାଇଛନ୍ତି। ସେମାନଙ୍କ ସମ୍ପୂର୍ଣ୍ଣ କୋର୍ସ ଫି ରାଜ୍ୟ ସରକାର ବହନ କରିବେ।'

Also Read: CBSE compartment exams: ଆସନ୍ତାକାଲିଠୁ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ଗାଇଡଲାଇନ୍

ଏହା ବ୍ୟତୀତ ରାଜ୍ୟ ସରକାର କହିଛନ୍ତି ଯେ, ଏହି ପିଲାଙ୍କ କଲେଜ ଫି ପାଇଁ ସରକାରଙ୍କ ଉପରେ ବାର୍ଷିକ ୨ କୋଟି ଟଙ୍କାର ଅତିରିକ୍ତ ବୋଧ ବଢିବ। ତେବେ ଏଥିପାଇଁ ପ୍ରତିବର୍ଷ ସରକାରଙ୍କୁ ସମାନ ନିଷ୍ପତ୍ତି ନେବାକୁ ପଡିବା ନାହିଁ ବୋଲି ମନ୍ତ୍ରୀ ପାଟିଲ ସୂଚନା ଦେଇଛନ୍ତି। ତେବେ ଘରୋଇ ଶିକ୍ଷାନୁଷ୍ଠାନ ବା କଲେଜରେ ପଢୁଥିବା ପିଲାଙ୍କ ପାଇଁ ସରକାର କି ନଷ୍ପତ୍ତି ନେଇଛନ୍ତି ସେବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶାରେ ନବୀନ ସରକାର ଆଶୀର୍ବାଦ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ କୋରୋନାରେ ପିତା ମାତାଙ୍କୁ ହରାଇଥିବା ପିଲାଙ୍କୁ ୧୦୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦିଆଯିବ। ସାମାଜିକ ସୁରକ୍ଷାର ବିଭିନ୍ନ ଯୋଜନାରେ ମଧ୍ୟ ସେମାନଙ୍କୁ ସାମିଲ କରାଯିବ। ତେବେ ଏହା କେବଳ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଲାଗୁ ହେବ। ଏଥିରେ କଲେଜ ପିଲାଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନଥିଲା। ୨୦୨୧ ଜୁନରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ବର୍ତ୍ତମାନ ବନ୍ଦ ହୋଇଯାଇଛି।