ମାଟ୍ରିକ ପରୀକ୍ଷା ଫଳ ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ ପ୍ରକାଶ ପାଇବ Matric Exam Result
Advertisement
Article Detail0/zeeodisha/odisha2251862

ମାଟ୍ରିକ ପରୀକ୍ଷା ଫଳ ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ ପ୍ରକାଶ ପାଇବ Matric Exam Result

ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ମଧ୍ୟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ପ୍ରସ୍ତୁତି କରିଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ୍ ସଂଗ୍

ମାଟ୍ରିକ ପରୀକ୍ଷା ଫଳ ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ ପ୍ରକାଶ ପାଇବ Matric Exam Result

Matric Result 2024 ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ମଧ୍ୟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ପ୍ରସ୍ତୁତି କରିଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଡିଜିଟାଲ୍‌ ସାର୍ଟିଫିକେଟ୍ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି।

ଏଠାରେ କହି ରଖୁ କି ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବ୍ରୁଆରି ୨୦ତାରିଖରୁ ଆରମ୍ଭ ହୋଇ ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ। ସମସ୍ତ ପରୀକ୍ଷା ୩୦୩୭ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା। ମୂଲ୍ୟାୟନ ପାଇଁ ୧୫ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ।