JEE Mains Session 2 Result 2024: ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ, ଏମିତି ଚେକ୍ କରନ୍ତୁ ରେଜଲ୍ଟ
Advertisement

JEE Mains Session 2 Result 2024: ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ, ଏମିତି ଚେକ୍ କରନ୍ତୁ ରେଜଲ୍ଟ

JEE Mains Session 2 Result 2024: ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ ରେଜଲ୍ଟ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ( National Testing Agency) ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି।http://jeemain.nta.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି ।

ସୌଜନ୍ୟ-ସୋସିଆଲ୍ ମିଡିଆ

JEE Mains Session 2 Result 2024: ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ ରେଜଲ୍ଟ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ( National Testing Agency) ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି।http://jeemain.nta.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି । ଏଥର ୧୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୫୬ ଜଣ ପରୀର୍କ୍ଷାଥୀ ଶତପ୍ରତିଶତ ମାର୍କ ରଖିଛନ୍ତି । ପରୀକ୍ଷାରେ ଶତ ପ୍ରତିଶତ ସ୍କୋର କରିଥିବା ଛାତ୍ରମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର, ୭ ଜଣ ମହାରାଷ୍ଟ୍ରର, ୭ ଜଣ ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀରୁ ୬ ଜଣ ସଫଳ ହୋଇଛନ୍ତି।

ALSO READ: OJEE 2024: ଓଜେଇଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ସୂଚନାଯୋଗ୍ୟ , ଚଳିତ ବର୍ଷ  ଜାନୁଆରୀ ଓ ଏପ୍ରିଲରେ ଦୁଇଟି ରାଉଣ୍ତରେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା। ଆଜି ଏହାର ରେଜଲ୍ଟ ପ୍ରକାଶ ପାଇଛି। ଏହାର ଅଫିସିଆଲ୍ ଓ୍ବେବସାଇଟ୍ http://jeemain.nta.ac.in କୁ ଯାଇ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। ଏହି ଓ୍ବେବ୍ ସାଇଟରେ  ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। ଦେଶରେ ଥିବା ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ( JEE Main) ପ୍ରାବେଶିକା ପରୀକ୍ଷା କରାଯାଏ ଏବଂ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟତା ପରୀକ୍ଷା କରାଯାଏ। ଏହି ପରୀକ୍ଷା ଇଂରାଜୀ, ଆସାମ, ବଙ୍ଗାଳୀ, ଗୁଜରାଟୀ, ହିନ୍ଦୀ,  ମରାଠୀ, ଓଡିଆ,କନ୍ନଡ, ମାଲାୟାଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁରେ କରାଯାଇଥିଲା।