Why Do Dogs Cry: କୁକୁରମାନଙ୍କ ଆଖିରୁ କାହିଁକି ଲୁହ ଝରେ? ଗବେଷଣାରୁ ହେଲା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା
Advertisement
Article Detail0/zeeodisha/odisha1319421

Why Do Dogs Cry: କୁକୁରମାନଙ୍କ ଆଖିରୁ କାହିଁକି ଲୁହ ଝରେ? ଗବେଷଣାରୁ ହେଲା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା

Why Do Dogs Cry: ନୂତନ ଗବେଷଣାରୁ ଜଣାପଡିଛି ଯେ ଯେତେବେଳେ ମାଲିକ ନିଜ କୁକୁରକୁ ଛାଡି କିଛି ଦିନ ପାଇଁ କୌଣସି ସ୍ଥାନକୁ ଯାଆନ୍ତି, ସେତେବେଳେ ସେ ଉଦାସ ହୋଇଯାଏ ।ଯେତେବେଳେ ସେ ଫେରି ଆସନ୍ତି ଓ ତାଙ୍କୁ ଭେଟନ୍ତି, ସେତେବେଳେ କୁକର ଆଖିରେ ଲୁହ ଝରିଥାଏ ।

ସୌ: ସୋସିଆଲ ମିଡିଆ

Why Do Dogs Cry: ଲୋକମାନେ ଭାବନ୍ତି ଯେ କୁକୁର ଆଖିରୁ ଲୁହ ଝରିବା ସ୍ୱାଭାବିକ, କିନ୍ତୁ ଏକ ନୂଆ ଗବେଷଣାରେ ଏହି ବିଷୟରେ ଏକ ବଡ଼ ଖୁଲାସା ହୋଇଛି । ଏକାସାଙ୍ଗରେ ଅନେକ କୁକୁରଙ୍କ ଉପରେ କରାଯାଇଥିବା ଗବେଷଣାରେ ଯେଉଁ ଫଳାଫଳ ଆସିଛି, ତାହା ଅତ୍ୟନ୍ତ ଚକିତକର । ଜାଣନ୍ତୁ ଏହି ନୂଆ ଗବେଷଣାର କ'ଣ ପ୍ରକାଶ ପାଇଛି...

ଜାପାନର ଏକ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଗବେଷଣା କରାଯାଇଛି, ଯାହା ଅନୁଯାୟୀ ଯଦି କୁକୁରମାନେ କିଛି ସମୟ ଅନ୍ତରାଳରେ ପୁନର୍ବାର ନିଜ ମାଲିକଙ୍କୁ ଭେଟନ୍ତି, ତେବେ ସେମାନଙ୍କ ଆଖିରେ ଶୀଘ୍ର ପାଣି ବାହାରିବା ଆରମ୍ଭ କରେ । କୁକୁରମାନେ ଇମୋସନାଲ ଆଟାଚ ହୋଇଥାନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ମଣିଷର ପରି ପରିବର୍ତ୍ତନ ଦେଖିବା ଅତ୍ୟନ୍ତ ଚକିତକର ।

ଯାଞ୍ଚକାରୀମାନେ କହିଛନ୍ତି ଯେ କୁକୁରମାନେ ମାଲିକଙ୍କଠାରୁ ଅଲଗା ହେବାବେଳେ ନିରାଶ ହୋଇଥାନ୍ତି ଓ ଦୀର୍ଘ ସମୟ ପରେ ପୁନର୍ବାର ଦେଖା ହେବା ପରେ ସେମାନଙ୍କ ଆଖିରୁ ଲୁହ ଆସିଯାଏ । ଗବେଷଣାରେ କୁହାଯାଇଛି ଯେ ଏହା ବନ୍ଧନ ହରମୋନ୍ ଅକ୍ସିଟୋସିନ୍ କାରଣରୁ ହୋଇଥାଏ । ଏହି ହରମୋନ୍ ଯୋଗୁଁ ଲୁହ ଦ୍ରୁତ ଗତିରେ ଆସେ ।

ଗବେଷଣା ଅନୁଯାୟୀ, ମାଲିକଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଭେଟିବା ପରେ ମଧ୍ୟ କୁକୁରମାନେ ଏହା କରନ୍ତି କି ନାହିଁ ତାହା ଗବେଷଣାରେ ଯାଞ୍ଚ କରାଯାଇଥିଲା । ଏହି କୁକୁରମାନେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଅନ୍ୟ ଏକ କୁକୁର ସହିତ ପୁନଃ ପରିଚିତ ହୋଇଥିଲେ, କିନ୍ତୁ ଗବେଷଣାକାରିମାନେ ଆଶା ମୁତାବକ ଫଳାଫଳ ପାଇ ନ ଥିଲେ ।

ଗବେଷଣାକାରୀ ମାନେ ଏହାର କାରଣ ବିଷୟରେ କହିଛନ୍ତି । ଗବେଷଣାକାରୀ କିକୁସୁଇ ଓ ତାଙ୍କ ସାଥୀମାନେ ଦେଖିଲେ ଯେ ସେ ତାଙ୍କ କୁକରଙ୍କ ଯତ୍ନ ନେଉଥିବାବେଳେ ତାଙ୍କ ଆଖିରୁ ଶୀଘ୍ର ଲୁହ ଆସିବାକୁ ଲାଗିଲା । କିକସୁଇ କହିଛନ୍ତି ଯେ ଏହି ଘଟଣା ମୋତେ କହିଛି ଯେ ହରମୋନ୍ ଅକ୍ସିଟୋସିନ୍ କୁକୁରମାନଙ୍କଠାରେ ମଧ୍ୟ ଭାବନାକୁ ବଢ଼ାଇପାରେ ।

ଏହି ଗବେଷଣା କରେଣ୍ଟ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏଥିରେ, କୁକୁରମାନଙ୍କ ଆଖିରେ ଆସୁଥିବା ଲୁହକୁ ନେଇ ଏକ ଗବେଷଣା କରାଯାଇଥିଲା, ଏଥିରେ, ଆଖି ତଳେ ଏକ ସ୍ୱତନ୍ତ୍ର ବ୍ୟାଣ୍ଡେଜ୍ ରଖି ଆମେ ଆଖିରୁ ଆସୁଥିବା ତରଳ ପଦାର୍ଥକୁ ଦେଖାଯାଏ । ଗବେଷଣାକାରୀମାନେ କୁକୁରର ଆଖି ତରଳ ପଦାର୍ଥକୁ ସାଧାରଣ ଅବସ୍ଥାରେ ପରୀକ୍ଷା କରିଥିଲେ, ଯେତେବେଳେ ସେମାନେ ସାଧାରଣତ  ସେମାନଙ୍କ ମାଲିକମାନଙ୍କ ସହିତ ମିଶିଥିଲେ । ନୂତନ ଗବେଷଣାରୁ ଜଣାପଡିଛି ଯେ ଯେତେବେଳେ ମାଲିକ ନିଜ କୁକୁରକୁ ଛାଡି କିଛି ଦିନ ପାଇଁ କୌଣସି ସ୍ଥାନକୁ ଯାଆନ୍ତି, ସେତେବେଳେ ସେ ଉଦାସ ହୋଇଯାଏ ।ଯେତେବେଳେ ସେ ଫେରି ଆସନ୍ତି ଓ ତାଙ୍କୁ ଭେଟନ୍ତି, ସେତେବେଳେ କୁକର ଆଖିରେ ଲୁହ ଝରିଥାଏ ।

ଏହା ବି ପଢ଼ନ୍ତୁ: କ’ଣ ଏହି ଅଫିସ୍ ଅଫ୍ ପ୍ରଫିଟ୍? ଯାହାପାଇଁ ସଙ୍କଟରେ ପଡିଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚେୟାର

ଏହା ବି ପଢ଼ନ୍ତୁ: LAC ଉପରେ ଭାରତ-ଆମେରିକା ମିଳିତ ଭାବେ କରିବେ ଏହି ଅପରେସନ, ଛାନିଆ ହେଲା ଚୀନ୍! ଦେଲା ଏହି ବୟାନ