Ashish Vidyarthi: ହନିମୁନ୍ ଫଟୋ ସେୟାର କରି କ୍ୟାପସନରେ କିଛି ଏପରି ଲେଖିଲେ ଆଶିଷ ବିଦାର୍ଥୀ...
Advertisement
Article Detail0/zeeodisha/odisha1740168

Ashish Vidyarthi: ହନିମୁନ୍ ଫଟୋ ସେୟାର କରି କ୍ୟାପସନରେ କିଛି ଏପରି ଲେଖିଲେ ଆଶିଷ ବିଦାର୍ଥୀ...

Ashish Vidyarthi: ଦ୍ୱିତୀୟ ବିବାହ ପରେ ଆଶିଷ ବିଭିନ୍ନ ସମୟର ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଆଶିଷ ନିଜ ଇନଣ୍ଟାଗ୍ରାମ ହାଣ୍ତଲରେ ପତ୍ନୀ ରୂପାଲିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । 

ସୌ(ସୋସିଆଲ ମିଡିଆ)

Ashish Vidyarthi: ଭେଟେରାନ୍ ଅଭିନେତା ଆଶିଷ ବିଦାର୍ଥୀ (Ashish Vidyarthi) ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ୫୭ ବର୍ଷ ବୟସରେ ସେ ଗୁଆହାଟିର ବିଜନେସ ୱମେନ୍ ରୂପାଲି ବାରୁଆଙ୍କୁ (Rupali Baruah) ଦ୍ବିତୀୟ ବିବାହ କରିଛନ୍ତି । ଦ୍ୱିତୀୟ ବିବାହ ପରେ ଆଶିଷ ବିଭିନ୍ନ ସମୟର ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଆଶିଷ ନିଜ ଇନଣ୍ଟାଗ୍ରାମ ହାଣ୍ତଲରେ ପତ୍ନୀ ରୂପାଲିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ସେହ୍ନର ବନ୍ଧୁଙ୍କୁ ଭଲ ପାଇବା ଓ ଆର୍ଶବାଦ ଲାଗି ଧନ୍ୟବାଦ’ । ‘ଥ୍ୟାଙ୍କ ୟୁ ଟିନଟିନ ଏହି ସୁନ୍ଦର ଫଟୋ ପାଇଁ’ । ଉଭୟ ହନିମୁନ୍ ଲାଗି ସିଙ୍ଗାପୁରକୁ ଯାଇଥିବା କୁହାଯାଉଛି । ଏହି ଫଟୋ ଦେଖିବା ପରେ କେତେକ ୟୁର୍ଜସ ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ୟୁର୍ଜସ ଅଭିନେତା ଆଶିଷ ବିଦାର୍ଥୀଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

fallback

ସୂଚନା ଥାଉ କି, ନିକଟରେ ଦ୍ୱିତୀୟ ବିବାହକୁ ନେଇ ଟ୍ରୋଲ ହେବା ପରେ ଟ୍ରୋଲଙ୍କୁ କଡ଼ ଜବାବ ଦେଇଥିଲେ ଆଶିଷ । ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ଦ୍ବିତୀୟ ବିବାହ ପରେ ମୁଁ ବୁଢା ଏପରି ଅନେକ ଅପମାନଜନକ ଶଦ୍ଦ ପଢିଛି । କିନ୍ତୁ କୌତୁହଳର ବିଷୟ ଏହା ଯେ, ଏହି ମନ୍ତବ୍ୟ, ଯିଏ ଆମକୁ ଦେଉଛି, ସେ ଆମକୁ ନୁହେଁ ଆଗାମୀ ପିଢିକୁ ଏହା ଦେଉଛି । ଏପରି କରିବା ଦ୍ବାରା ଆମେ ନିଜକୁ ମଧ୍ଯ ଡ଼ରଉଛୁ ଯେ, ସମସ୍ତେ ବୁଢା ହୋଇଯିବେ। ଯେତେବେଳେ ଆମେ ନିଜକୁ କହୁଛୁ, ‘ଆରେ ଶୁଣ ତୁମେ କାମ କର ନାହିଁ, କାରଣ ତୁମେ ବୁଢା ହୋଇଗଲଣି’, ତେବେ ଏହାର ମାନେ ଏହା ଯେ ତୁମକୁ ଦୁଃଖରେ ମୃତ୍ୟୁବରଣ କରିବାକୁ ହେବ, ଯଦି କେହି ଜୀବନରେ ଜଣେ ସାଥୀ ଦରକାର କରନ୍ତି ତେବେ ସେ କାହିଁକି ଏହା ନ କରିବେ’ ?

ଏତେ କୋଟି ଟଙ୍କାର ମାଲିକ ଅଟନ୍ତି ଆଶିଷ ବିଦ୍ୟାର୍ଥୀ

ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଓ  ଅନ୍ୟାନ୍ୟ ଅନେକ ଆଂଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା  କୋଟି କୋଟି ଟଙ୍କାରେ ଖେଳନ୍ତି । ଆଶିଷ ବିଦ୍ୟାର୍ଥୀଙ୍କ ମୋଟ ସମ୍ପତିର ମୂଲ୍ୟ  (୮୨,୫୫,୦୫,୫୦୦.୦୦) ଅର୍ଥାତ୍ ୮୨ କୋଟିରୁ ଅଧିକ ହେବ । ସେ ଗୋଟିଏ ଫିଲ୍ମ ପାଇଁ ୨୫ ଲକ୍ଷରୁ ଗୋଟିଏ କୋଟି ଟଙ୍କା ଚାର୍ଜ କରିଥାନ୍ତି । କେବଳ ଫିଲ୍ମ ନୁହେଁ ସେ  ବିଭିନ୍ନ ଶୋ’, ୟୁଟ୍ୟୁବ ଓ ଅନ୍ୟନ୍ୟା ବ୍ୟବସାୟରୁ ମାସକୁ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି। ତାଙ୍କ ପାଖରେ ଅନେକ ଲକଜୁରୀୟର୍ସ କାର ମଧ୍ୟ ରହିଛି । ଯାହାର ଦାମ୍ କୋଟି କୋଟି ଟଙ୍କା ହେବ ।

Also Read-Sushant Singh Rajput Death Anniversary: ମୃତ୍ୟୁ ପୂର୍ବରୁ ଏହାଥିଲା ସୁଶାନ୍ତ ସିଂଙ୍କ ୫୦ଟି ଇଚ୍ଛା, ଅଧାରେ ରହିଗଲା ୩୯ଟି.....

ପ୍ରକାଶ ଥାଉ କି, ଆଶିଷ ବିଦ୍ୟାର୍ଥୀ ଚଳଚ୍ଚିତ୍ର ଜଗତର ଭିଲେନ୍ ଭାବେ ବେଶ ଜଣାସୁଣା । ୧୯୬୨ ମସିହା ଜୁନ୍ ୧୯ ତାରିଖରେ ଦିଲ୍ଲୀରେ ତାଙ୍କ ଜନ୍ମ ।  ୧୯୮୬ ମସିହାରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଆଶିଷ ‘୧୯୪୨- ଏକ ପ୍ରେମ କାହାନୀ’, ‘ବାଜି’, ‘ଅର୍ଜୁନ ପଣ୍ତିତ’, ‘ସୋଲଜର’, ‘ଯୋଡ଼ି ନମ୍ବର- ୧’, ‘ଜୋରୁ କା ଗୁଲାମ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ରହିଛି । ତାଙ୍କ ନାଁ ଆର୍ଥ ବିଦ୍ୟାର୍ଥୀ ଅଟେ ।