Deepika Padukone: ରଣବୀରଙ୍କ ସହ ନିର୍ବନ୍ଧ ପରେ ଏହି ଅଭିନେତାଙ୍କ ପିଲାର ମାଆ ହେବାକୁ ଚାହୁଁଥିଲେ ଦୀପିକା
Advertisement
Article Detail0/zeeodisha/odisha1939378

Deepika Padukone: ରଣବୀରଙ୍କ ସହ ନିର୍ବନ୍ଧ ପରେ ଏହି ଅଭିନେତାଙ୍କ ପିଲାର ମାଆ ହେବାକୁ ଚାହୁଁଥିଲେ ଦୀପିକା

Deepika Padukone: ବଲିଉଡ଼ (bollywood) ଅଭିନେତ୍ରୀ ଦୀପିକା ପାଦୁକୋନ୍ (Deepika Padukone)। ନିକଟରେ ଅଭିନେତ୍ରୀ ଦୀପିକା କରନ୍‌ଙ୍କ ଜୋହରଙ୍କ ଟକ୍‌ ଶୋ' (talk show) କଫି ଓ୍ବିଥ୍‌ କରନ୍ ଏପିସୋଡ୍ ୮କୁ (Koffee With Karan Season 8) ଯାଇଥିଲେ। ଆଉ ସାଙ୍ଗରେ ଥିଲେ ଅଭିନେତା ତଥା ଦୀପିକାଙ୍କ ସ୍ବାମୀ ରଣବୀର ସିଂ।  ଆଉ ଏହି  ଶୋ'ରେ ଦୀପିକାଙ୍କ ଗୋଟିଏ ଉତ୍ତର ସମସ୍ତଙ୍କୁ ଚକିତ କରିଦେଇଥିଲା। ଖାସ୍ କରି ଦୀପିକାଙ୍କ ପାଖରେ ବସିଥିବା ଅଭିନେତା ତଥା ତାଙ୍କ ସ୍ବାମୀ ରଣବୀରଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଥିଲା। 

Deepika Padukone: ରଣବୀରଙ୍କ ସହ ନିର୍ବନ୍ଧ ପରେ ଏହି ଅଭିନେତାଙ୍କ ପିଲାର ମାଆ ହେବାକୁ ଚାହୁଁଥିଲେ ଦୀପିକା

Deepika Padukone: ବଲିଉଡ଼ (bollywood) ଅଭିନେତ୍ରୀ ଦୀପିକା ପାଦୁକୋନ୍ (Deepika Padukone)। ନିକଟରେ ଅଭିନେତ୍ରୀ ଦୀପିକା କରନ୍‌ଙ୍କ ଜୋହରଙ୍କ ଟକ୍‌ ଶୋ' (talk show) କଫି ଓ୍ବିଥ୍‌ କରନ୍ ଏପିସୋଡ୍ ୮କୁ (Koffee With Karan Season 8) ଯାଇଥିଲେ। ଆଉ ସାଙ୍ଗରେ ଥିଲେ ଅଭିନେତା ତଥା ଦୀପିକାଙ୍କ ସ୍ବାମୀ ରଣବୀର ସିଂ। ତେବେ, ଏହି  ଶୋ'ରେ ଦୀପିକାଙ୍କୁ କରନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ଆଉ ରଣବୀରଙ୍କୁ ବିବାହ ପୂର୍ବରୁ ସେ କାହାକୁ ଡେଟିଂ କରୁଥିଲେ ଏଭଳି ଅନେକ ପ୍ରଶ୍ନ ଦୀପିକାକୁ ପଚାରିଥିଲେ କରନ୍ । ଆଉ ଏହି  ଶୋ'ରେ ଦୀପିକାଙ୍କ ଗୋଟିଏ ଉତ୍ତର ସମସ୍ତଙ୍କୁ ଚକିତ କରିଦେଇଥିଲା। ଖାସ୍ କରି ଦୀପିକାଙ୍କ ପାଖରେ ବସିଥିବା ଅଭିନେତା ତଥା ତାଙ୍କ ସ୍ବାମୀ ରଣବୀରଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଥିଲା। ରଣବୀର ସିଂଙ୍କ ସହ ଦୀପିକାଙ୍କ ନିର୍ବନ୍ଧ ଶେଷ ହୋଇଥିଲା। କିନ୍ତୁ ସେ ଆଉ ଜଣେ ଅଭିନେତାଙ୍କୁ ପସନ୍ଦ କରୁଥିଲେ। ଏପରିକି ତାଙ୍କ ଛୁଆର ମାଆ ହେବାକୁ ବି ଚାହୁଁଥିଲେ ବୋଲି ଦୀପିକା କହିଛନ୍ତି।  ଯାହାର ଏକ ଭିଡି଼ଓ ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଛି। 

 

ଦୀପିକା ୨୦୧୭ ରେ 'ଏଲେନ୍ ଶୋ'ରେ ଏକ ସାକ୍ଷାତକାର ଦେଇଥିଲେ। ଏ-ହି ସାକ୍ଷାତକାର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ହଲିଉଡ୍ ଫିଲ୍ମ (XXX: Return of Xander Cage) 'ଏକ୍ସଏକ୍ସଏକ୍ସ ଜାଭେଣ୍ତର କେଜ୍' ରିଲିଜ୍ ବିଷୟରେ ଥିଲା । ଏହି ଫିଲ୍ମରେ ଦୀପିକା ହଲିଉଡ଼ ଅଭିନେତା(Vin Diesel) ଭିନ୍ ଡିଜେଲଙ୍କ ସହ ସ୍କ୍ରିଂନ ସେୟାର କରିଥିଲେ। ଏହି ଶୋ' ଜରିଆରେ ଦୀପିକା କହିଥିଲେ ଯେ, ସେ ଭିନ୍ ଡିଜେଲକୁ ବହୁତ ପସନ୍ଦ କରନ୍ତି।

 ସେ ଏହା ମଧ୍ୟ କହିଥିଲେ ଯେ, ରଣବୀରଙ୍କ ସହ ମୋ ନିର୍ବନ୍ଧ ହୋଇଛି ସତ, କିନ୍ତୁ ଭିନ୍ ଡିଜେଲଙ୍କୁ ମୁଁ ବହୁତ୍ ପସନ୍ଦ କରେ। ଆଉ ମୁଁ ତାଙ୍କ ଛୁଆର ମାଆ ହେବାକୁ ଚାହେଁ ।' ଦୀପିକାଙ୍କ ଏହି ବୟାନ ସମସ୍ତଙ୍କୁ ଚକିତ କରିଥିଲା। ଅଭିନେତ୍ରୀ ଏହି ସମାନ କଥାକୁ କରନ୍‌ଙ୍କ ଜୋହରଙ୍କ ଟକ୍‌ ଶୋ'ର କଫି ଓ୍ବିଥ୍‌ କରନ୍ ଏପିସୋଡ୍ ୮ରେ (Koffee With Karan Season 8)  ଦୋହରାଇଥିଲା। ଆଉ ଦୀପିକାଙ୍କ ଏହି ବିବାଦୀୟ ବୟାନ୍ ରଣବୀର ସିଂଙ୍କୁ ବି ଚକିତ କରିଛି। ସେ କରନ୍‌ଙ୍କ ଜୋହରଙ୍କ ଟକ୍‌ ଶୋ'ରେ ଏହା ମଧ୍ୟ କହିଥିଲେ ଯେ, ୨୦୧୫ରେ ସେ ଭିନ୍ ଡିଜେଲଙ୍କୁ ଡେଟ୍ କରୁଥିଲେ। ଆଉ ଉଭୟ ଉଭୟଙ୍କୁ ବି ପସନ୍ଦ କରୁଥିଲେ।  ଦୀପିକାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡି଼ଆରେ ତାଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଇଛି।