Kantara Box Office Collections: ଦର୍ଶକଙ୍କ ହୃଦୟ ଜିତିଲା କାନ୍ତରା, ବକ୍ସ ଅଫିସରେ ଆଜି କଲେକସନ କଲା ଏତିକି କୋଟି
Advertisement
Article Detail0/zeeodisha/odisha1405340

Kantara Box Office Collections: ଦର୍ଶକଙ୍କ ହୃଦୟ ଜିତିଲା କାନ୍ତରା, ବକ୍ସ ଅଫିସରେ ଆଜି କଲେକସନ କଲା ଏତିକି କୋଟି

Kantara Box Office Collections: କନ୍ନଡ ଫିଲ୍ମ 'କାନ୍ତରା' (Kantara ) । ବକ୍ସ ଅଫିସରେ ଭଲ କଲେକସନ କରିଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଋଷଭ ସେଟ୍ଟୀ ,କିଶୋର,  ଅଚ୍ୟୁତ କୁମାର ଓ ପ୍ରମୋଦ ଶେଟ୍ଟୀ । ଫିଲ୍ମଟି ୩୦ ତାରିଖରେ ରିଲିଜ୍ ହୋଇଥିଲା। 

ସୌଜନ୍ୟ : ସୋସିଆଲ ମିଡିଆ

Kantara Box Office Collections: କନ୍ନଡ ଫିଲ୍ମ 'କାନ୍ତରା' (Kantara ) । ବକ୍ସ ଅଫିସରେ ଭଲ କଲେକସନ କରିଛି । ଫିଲ୍ମଟିର ହିନ୍ଦୀ ଭର୍ସନ ଗୁରୁବାର ଦିନ ୧.୯୦ କୋଟି ଟଙ୍କା ରୋଜଗାର କରିଛି । ବିଶ୍ବବ୍ୟାପି ଫିଲ୍ମଟିକୁ ଭଲ ରେସପନ୍ସ ମିଳୁଛି । 'କାନ୍ତରା'ର ବକ୍ସ ଅଫିସରେ ଧମାଲ କରୁଛି । ଏହି ଫିଲ୍ମର ଆରମ୍ଭ ଦିନରୁ ୧.୨୭ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ୨.୭୫ କୋଟି ରୋଜଗାର କରିଥିଲା। ସେହିପରି ତୃତୀୟ ଦିନରେ ଫିଲ୍ମଟି ୩.୫ କୋଟି ରୋଜଗାର କରିଛି । ସୋମବାର ଦିନ ଫିଲ୍ମରେ ଶୁକ୍ରବାର ତୁଳନାରେ ୧.୭୫ କୋଟି ସହିତ ୪୦ ରୁ ୫୦% ଏକ ଉଲ୍ଲେଖନୀୟ ଜମ୍ପ ଦେଖିବାକୁ ମିଳିଛି । ହିନ୍ଦୀ ସଂସ୍କରଣରେ ଫିଲ୍ମଟି ୧.୮୮ କୋଟି ଇନକମ କରିଥିଲା।  ଋଷଭ ସେଟ୍ଟୀ ଓ ସପ୍ତମୀ ଗୌଡ଼ାଙ୍କ ଫିଲ୍ମ ‘କାନ୍ତାରା’ (Kantara Film) । ‘କେଜିଏଫ ୨’ର ଆୟକୁ ପଛରେ ପକାଇବ ଏହି ଫିଲ୍ମ ବୋଲି ଚର୍ଚ୍ଚା ଆରମ୍ଭ ହୋଉଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଋଷଭ ସେଟ୍ଟୀ ,କିଶୋର,  ଅଚ୍ୟୁତ କୁମାର ଓ ପ୍ରମୋଦ ଶେଟ୍ଟୀ । ଫିଲ୍ମଟି ୩୦ ତାରିଖରେ ରିଲିଜ୍ ହୋଇଥିଲା। 

କନ୍ନଡ ଫିଲ୍ମ ‘କାନ୍ତାରା’ (Kantara Film) ବିଶ୍ବବ୍ୟାପି ୧୭୦ କୋଟିରୁ ଅଧିକ ରୋଜଗାର କରିଥିବା ଜଣାପଡ଼ିଛି । ତେବେ ଏହି ଫିଲ୍ମ ‘କେଜିଏଫ ୨’ର ପାଖାପାଖି ଚାଲିଛି । ଫିଲ୍ମକୁ ହିନ୍ଦୀ ଭର୍ସନରେ ରିଲିଜ କରାଯିବା ପରେ ଭଲ ରେସପନ୍ସ ମିଳିଛି। ପ୍ରଥମ ଦିନ ୧.୨୫ କୋଟିରୁ ୧.୫୦କୋଟିର ଆୟ କରିଛି। କାନ୍ତାରା ଏବେ କର୍ଣ୍ଣାଟକର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଭାବେ ରେକର୍ଡ କରିଛି। ଯେଉଁଥିରେ ସେଠାରେ ୬୦କୋଟି ଟଙ୍କା ଆୟ କରିଛି । ଏହାସହ ଅନ୍ୟ ଏକ ରେକର୍ଡ ବି ଏହି ଫିଲ୍ମ ନାଁରେ ଦେଖିବାକୁ ମିଳିଛି ଯାହାକି କେଜିଏଫ ୨କୁ ପଛରେ ପକାଇ ଆଇଏମଡିବିରେ ୯.୪/୧୦ସହ ସବୁଠାରୁ ଅଧିକ ରେଟିଂ ମିଳିଥିବା ଭାରତୀୟ ସିନେମା ହୋଇପାରିଛି । 

ତେବେ,ଏହି ଫିଲ୍ମକୁ ନେଇ ବଡ ବୟାନ ଦେଇଛନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ।  ଫିଲ୍ମ ଦେଖିବା ପରେ କଙ୍ଗନା କଙ୍ଗନା ରଣାଓ୍ବତ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଛନ୍ତି , ସେ କହିଛନ୍ତି ଯେ,“ମୁଁ ବର୍ତ୍ତମାନ ମୋ ପରିବାର ସହିତ କାନ୍ତାରା ଫିଲ୍ମ ଦେଖିକି ଆସିଲି, ଫିଲ୍ମଟି ବହୁତ ଭଲ ହୋଇଛି, ଏହା ମୋର ଏକ ବହୁତ ସୁନ୍ଦର ଅନୁଭୂତି । ଫିଲ୍ମର କାହାଣୀ ଅତି ଚମକ୍କାର ହୋଇଛି । ଋଷଭ ସେଟ୍ଟୀ ଆପଣଙ୍କୁ ସଲାମ୍ , ସ୍କ୍ରିପ୍ଟିଂ, ନିର୍ଦ୍ଦେଶନା ଓ ଅଭିନୟ ଅବିଶ୍ୱାସନୀୟ! ” । ଏହି ଚଳଚ୍ଚିତ୍ରରେ ଆକ୍ସନ୍ ଏବଂ ଲୋକନୃତ୍ୟର ମିଶ୍ରଣକୁ ଅଭିନେତ୍ରୀ ବେଶ ବିଶେଷ ପ୍ରଶଂସା କରିଥିଲେ । ମୁଁ ଶୁଣିଥିଲି ଥିଏଟରର ଅନେକ ଲୋକ କୁହୁଥିଲେ ଯେ ସେମାନେ ଏହି ପରି ଚଳଚ୍ଚିତ୍ର କିଛି କେବେ ଦେଖି ନ ଥିଲେ ।  ଏହି ଚଳଚ୍ଚିତ୍ର ପାଇଁ ଆପଣଙ୍କୁ ଧନ୍ୟବାଦ । ମୁଁ ଭାବୁନାହିଁ ଯେ,  ମୁଁ ଏହି ଅନୁଭୂତିରୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବାହାରକୁ ବାହାରକୁ ବାହାରିପାରିବି ନାହିଁ ” । ଏହି ଚଳଚ୍ଚିତ୍ରଟି ନିକଟରେ ଆଇଏମଡି ଦ୍ବାରା ରିଲିଜ୍ ହୋଇଥିବା ଭାରତର କରେଣ୍ଟ୍ ଟପ୍  ୨୫୦ ଫିଲ୍ମ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି।