Karan Mehra: ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'
Advertisement

Karan Mehra: ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'

Karan Mehra: ଏକ ସମୟ ଥିଲା ଯେତେବେଳେ କରଣ ମେହେରା ଓ ନିଶା ରାୱଲ (Nisha Rawal) ଙ୍କ ଯୋଡି ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଯୋଡ଼ି ଥିଲା । ନଚ୍ ବଲିୟେରେ ମଧ୍ୟ ଏହି କପଲ୍ ସେମାନଙ୍କ କ୍ୟାମିଷ୍ଟ୍ରି ଓ ବଣ୍ଡିଂ ସହିତ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ ଦୁହେଁ ବର୍ତ୍ତମାନ ପରସ୍ପରର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନଙ୍କର ସମ୍ପର୍କ କୋର୍ଟର ଦ୍ୱାର ଦେଶରେ ପହଞ୍ଚିଛି ।

Karan Mehra: ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'

Nisha Rawal Live In Relationship: ପ୍ରସିଦ୍ଧ ଟେଲିଭିଜନ ଅଭିନେତା (Television Actor) କରଣ ମେହେରା (Karan Mehra), ଯିଏ ଅତୀତରେ ଚାରୁ ଆସୋପା (Charu Asopa) ଙ୍କ ସହ କଥିତ ସମ୍ପର୍କ କାରଣରୁ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ । ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଟ୍ରାକରେ ନାହିଁ । ଏକ ସମୟ ଥିଲା ଯେତେବେଳେ କରଣ ମେହେରା ଓ ନିଶା ରାୱଲ (Nisha Rawal) ଙ୍କ ଯୋଡି ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଯୋଡ଼ି ଥିଲା । ନଚ୍ ବଲିୟେରେ ମଧ୍ୟ ଏହି କପଲ୍ ସେମାନଙ୍କ କ୍ୟାମିଷ୍ଟ୍ରି ଓ ବଣ୍ଡିଂ ସହିତ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ ଦୁହେଁ ବର୍ତ୍ତମାନ ପରସ୍ପରର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନଙ୍କର ସମ୍ପର୍କ କୋର୍ଟର ଦ୍ୱାର ଦେଶରେ ପହଞ୍ଚିଛି ।

କରଣ ମେହେରା (Karan Mehra) ଙ୍କ ନିଜ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲ (Nisha Rawal) ଙ୍କ ସହ ଦେଢ଼ ବର୍ଷ ଧରି କୋର୍ଟରେ ମାମଲା ଚାଲିଛି । ଉଭୟ ପରସ୍ପର ବିରୋଧରେ ଗମ୍ଭୀର ଅଭିଯୋଗ କରୁଥିବା ଦେଖାଯାଉଛି । ଗୋଟିଏ ପରେ  ନିଶା ରାୱଲ କରଣଙ୍କୁ ଉପରେ ମାରିପିଟ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ କରଣ ମେହେରା ନିଶା ରାୱଲଙ୍କ ଉପରେ ଏକ୍ସଟ୍ରା ମ୍ୟାରିଟାଲର ଖୁଲାସା କରିଛନ୍ତି । କେବଳ ଏତିକି ନୁହେଁ, ନିଶା ରାୱଲ ନିଜ ରାକ୍ଷୀ ଭାଇଙ୍କ ସହ ଲିଭ-ଇନ୍‌ରେ ରହୁଛନ୍ତି ବୋଲି ମଧ୍ୟ କରଣ ମେହେରା କହିଛନ୍ତି ।

ପ୍ରକୃତରେ, କିଛି ସମୟ ପୂର୍ବରୁ ଦିଆଯାଇଥିବା ଏକ ସାକ୍ଷାତକାରରେ କରଣ ମେହେରା ମଧ୍ୟ ତାଙ୍କ ପତ୍ନୀଙ୍କ ବିରୋଧରେ ଅବୈଧ ସମ୍ପର୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ । ଏକ ପୁରୁଣା ସାକ୍ଷାତକାରରେ କରଣ ମେହେରା କହିଥିଲେ ଯେ, ନିଶା ତାଙ୍କୁ ନିଜ ପୁଅ ସହ ମିଶିବାକୁ ଦିଅନ୍ତି ନାହିଁ । କେବଳ ଏତିକି ନୁହେଁ, ସେ ନିଜ ଘରେ ଅନ୍ୟ ଜଣେ ପୁରୁଷଙ୍କ ସହ ରହୁଛନ୍ତି । କରଣ ମେହେରା କହିଛନ୍ତି ଯେ, ନିଶା ତାଙ୍କ ରାକ୍ଷୀ ଭାଇ ରୋହିତ ସାଥିଆଙ୍କ ସହ ଅବୈଧ ସମ୍ପର୍କ ରଖିଛନ୍ତି । ଅଭିନେତା ଖୁଲାସା କରିଛନ୍ତି ଯେ, ପୂର୍ବରୁ ନିଶା ରୋହିତ ସାଥିଆଙ୍କୁ ତାଙ୍କ ଭାଇ ଭାବରେ ମନେ କରୁଥିଲେ ଓ ତାଙ୍କୁ ରାକ୍ଷୀ ବାନ୍ଧୁଥିଲେ । କିନ୍ତୁ ପରେ ନିଶା ତାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଛନ୍ତି । 

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜରେ ଖେଳିବେନି ଟିମ୍ ଇଣ୍ଡିଆର ୨ ସବୁଠାରୁ ବଡ଼ ମ୍ୟାଚ୍ ୱିନର, ଅଧିନାୟକ ରୋହିତ ଶର୍ମାଙ୍କ ବଢ଼ିବ ଟେନସନ୍!

ଅଧିକ ପଢ଼ନ୍ତୁ:-ତୁଫାନୀ ବ୍ୟାଟିଂ! ଗୋଟିଏ ଓଭରରେ ୬ଟି ଛକା ଲଗାଇଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ Video

ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩କୁ ନେଇ ଭାରତକୁ ଧମକ ଦେଲା ପାକିସ୍ତାନ!

 

କରଣ ମେହେରା ମଧ୍ୟ ସେହି ଭିଡିଓରେ କହିଛନ୍ତି ଯେ, ନିଶାଙ୍କ ସହ ଯେଉଁ ରୋହିତଙ୍କ ସମ୍ୱନ୍ଧ ରହିଛି, ସେ ରାକ୍ଷୀ ଭାଇ ହୋଇଥିବା ଯୋଗୁଁ  ବାହାଘରରେ ନିଶାଙ୍କ କନ୍ୟାଦାନ କରିଥିଲେ । ମୁଁ ଗତ ବର୍ଷ ଏହି ବିଷୟରେ ଜାଣିପାରିଲି । କିନ୍ତୁ ତା’ପରେ ଯଦି ମୁଁ କିଛି କହିଥା’ନ୍ତି, ଲୋକମାନେ ବିଶ୍ୱାସ କରିନଥାନ୍ତେ । ପ୍ରମାଣ ସଂଗ୍ରହ କରିବାକୁ ମୋତେ ୧୪ ବର୍ଷ ଲାଗିଲା । ଆମେ ଆପଣଙ୍କୁ କହି ରଖୁଛୁ ଯେ, ନିଶା ରାୱଲ କଙ୍ଗନା ରାନାୱତ ଓ ଏକତା କପୁରଙ୍କ ଶୋ' ଲକଅପରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଶୋ’ରେ ନିଶା ସ୍ୱୀକାର କରିଛନ୍ତି ଯେ ବାହାଘରେ ପରେ ମଧ୍ୟ ତାଙ୍କର ଅନୈତିକ ସମ୍ପର୍କ ରହିଛି । ଗତ ବର୍ଷ ଉଭୟ କରଣ ମେହେରା ଓ ନିଶା ରାୱଲ ପରସ୍ପର ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ।