Koffee With Karan : ଶୋ'ରେ King Khanଙ୍କ ବିଷୟରେ ଏମତି କିଛି ଖୁଲାସା କଲେ ଗୌରୀ
Advertisement
Article Detail0/zeeodisha/odisha1358349

Koffee With Karan : ଶୋ'ରେ King Khanଙ୍କ ବିଷୟରେ ଏମତି କିଛି ଖୁଲାସା କଲେ ଗୌରୀ

Gauri Khan : କଫି ଉଇଥ୍ କରନ ସିଜନ ୭ର ୧୨ ଏପଡିସୋଡରେ ନଜର ଆସିବେ କିଙ୍ଗ୍ ଖାନଙ୍କ ପତ୍ନୀ ଗୌରୀ ଖାନ୍ । 

ସୌଜନ୍ୟ : ସୋସିଆଲ ମିଡିଆ

Gauri Khan : କଫି ଉଇଥ୍ କରନ ସିଜନ ୭ର ୧୨ ଏପଡିସୋଡରେ ନଜର ଆସିବେ କିଙ୍ଗ୍ ଖାନଙ୍କ ପତ୍ନୀ ଗୌରୀ ଖାନ୍ । ଗୌରୀ ଖାନ୍ ଙ୍କ ସହ ନଜର ଆସିବେ ଚଙ୍କି ପାଣ୍ତେଙ୍କ ପତ୍ନୀ ଭାବନା ପାଣ୍ତେ ଓ ଅଭିନେତା ସଞ୍ଜୟ କପୁରଙ୍କ ପତ୍ନୀ ମହୀପ କପୁର । କଫି ଉଇଥ କରନ ସିଜନରଏହି ଏପିସୋଡଟି ଆସନ୍ତା ଗୁରୁବାର ଅର୍ଥାତ ଚଳିତ ମାସ ୨୨ ତାରିଖ ଦିନ ଡିଜନି ପ୍ଲସ୍ ହଟଷ୍ଟାରରେ (Disney+ Hotstar)ରେ ପ୍ରସାରିତ ହେବ।  ଦିର୍ଘ ୧୭ ବର୍ଷ ପରେ ଗୌରୀ ଏ ଶୋକୁ ଆସିଥିବା ଜଣାପଡିଛି।

ତେବେ,ଶେଷଥର ପାଇଁ ଗୌରୀଙ୍କୁ ସୁସେଜ ଖାନଙ୍କ ସହ ଦେଖିବାକୁ ମିଳିଥିଲା। ଏନେଇ କଫି ଉଇଥ୍ କରନ ଶୋର ହୋଷ୍ଟ କରନ ଏ ପ୍ରମୋଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ତିନି ଜଣ ଅଭିନେତ୍ରୀ ଶୋକୁ ଆସିଛନ୍ତି । ଏହି ସମୟରେ ଶୋର ହୋଷ୍ଟ କରନ ଗୌରୀ ଖାନ୍ ଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି । ଏହି ସମୟରେ କିଙ୍ଗ ଖାନ୍ ଙ୍କ ଫୋନ କଲ ପତ୍ନୀ ଗୌରୀଙ୍କ ପାଖକୁ ଆସୁଛି । ଗୌରୀ ଫୋନଟିର ଲାଉଡ ଷ୍ପିକର ଅନ କରୁଛନ୍ତି । ପରେ ଶାହାରୁ୍କ୍ କହୁଛନ୍ତି ଯେ, "ହେ କରନ୍ ଇଟସ୍ ମି " । କିଙ୍ଗ ଖାନ୍ ପରଦାରେ ଯେମିତି ଭଲ ରିଏଲ ଲାଇଫରେ ମଧ୍ୟ ସେ ଖୁବ ହୃଦୟବାନ । ଏନେଇ ଗୌରୀ ଖାନ୍ ଏହି ଶୋରେ ନିଜ ପତି ଶାହାରୁକ ଖାନ୍ (Shah Rukh Khan)ଙ୍କୁ ନେଇ ମଧ୍ୟ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, “ଘରେ କୌଣସି ପାର୍ଟି ହେଲେ ଘରୁକୁ ଆସୁଥିବା ଅତିଥିଙ୍କୁ ପାର୍ଟି ଶେଷ ହେବା ପରେ କାର ପାଖକୁ ଛାଡିବାକୁ ନେଇଥାନ୍ତି ଶାହାରୁକ୍ । ଯାହା ବେଳେ ବେଳେ ମୋତେ ବିରକ୍ତି କରେ । ଏପରିକି ପାର୍ଟକୁ ଆସୁଥିବା ଅତିଥି ମଧ୍ୟ ତାଙ୍କୁ ପାର୍ଟିରେ ଖୋଜି ଥାନ୍ତି , ହେଲେ ସେ ନଥାନ୍ତି ,ସେତେବେଳେ ମୋତେ ଲାଗେ ଆମେ ଘରେ ନୁହେଁ ବାହାରେ ପାର୍ଟି କରୁଛୁ ”। 

 

 

 
 
 
 

 
 
 
 
 
 
 
 
 
 
 

A post shared by Karan Johar (@karanjohar)

 

ଗୌରୀ ଖାନ୍ ଜଣେ ଫିଲ୍ମ ପ୍ରଡ୍ୟୁସର ଓ ଫ୍ୟାସନ୍ ଡିଜାଇନର ।  ସେ ମେଁ ହୁଁନା, ଓମ୍ ଶାନ୍ତି ଓମ୍  ଓ ଚେନ୍ନାଇ ଏକ୍ସପ୍ରେସ ଭଳି ଫିଲ୍ମର ପ୍ରଯୋଜିକା ମଧ୍ୟ ଥିଲେ। ଏ ସମସ୍ତ ଫିଲ୍ମରେ ହିରୋ ଭୂମିକାରେ ନଜର ଆସିଥିଲେ ଶାହାରୁକ୍ ।  ବଲିଉଡ୍ ରେ ଏଣ୍ଟ୍ରି ମାରିବା ପୂର୍ବରୁ କିଙ୍ଗ ଖାନ୍ ଙ୍କ ସହ ଗୌରୀଙ୍କ ଦେଖା ପ୍ରଥମେ ଦିଲ୍ଲୀରେ ୧୯୮୪ ମସିହାରେ ହୋଇଥିଲା। ପରେ ସେବେଠାରୁ ଉଭୟ ଉଭୟଙ୍କୁ ପସନ୍ଦ କରିବାକୁ ଲାଗିଥିଲେ। ଶେଷରେ ୧୯୯୧ ,ଅକ୍ଚୋବର ୨୫ରେ ଗୌରୀ ଓ କିଙ୍ଗ ଖାନ୍ ଙ୍କ ବିବାହ ହୋଇଥିଲା । ଗୌରୀ ଶାହାରୁକଙ୍କର ଏବେ ତିନୋଟି ସନ୍ତାନ ରହିଛନ୍ତି। ଗତ କିଛି ଦିନ ତଳେ ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ କେସ୍ ରେ ଫସିଥିଲେ । ଯାହାକୁ ନେଇ ଚିନ୍ତାରେ ପଡିଥିଲେ ଏ ଷ୍ଟାର କପୁଲ ।