Shah Rukh Khan: ଶାହରୁଖ ଖାନଙ୍କ ଘରେ ବିଳମ୍ବିତ ରାତିରେ ପାଚିରୀ ଡେଇଁ ପଶିଲେ ୨ ଅଜ୍ଞାତ ବ୍ୟକ୍ତି
Advertisement

Shah Rukh Khan: ଶାହରୁଖ ଖାନଙ୍କ ଘରେ ବିଳମ୍ବିତ ରାତିରେ ପାଚିରୀ ଡେଇଁ ପଶିଲେ ୨ ଅଜ୍ଞାତ ବ୍ୟକ୍ତି

Shah Rukh Khan News: ଦୁହେଁ ପାଚେରୀକୁ ଡେଇଁ ଶାହାରୁଖ ଖାନଙ୍କ ଘରେ ପ୍ରବେଶ କରିଥିଲେ । ପୋଲିସ ଉଭୟ ଅଜ୍ଞାତ ଲୋକଙ୍କୁ ଧରି ପଚରାଉଚରା କରୁଛି । ଉଭୟ ଶାହାରୁଖ ଖାନଙ୍କ ପ୍ରଶଂସକ ହୋଇପାରନ୍ତି ବୋଲି ମନେ କରାଯାଉଛି । ଏଠାରେ କହି ରଖୁଛୁ ଯେ, ବିନା ଅନୁମତିରେ ବ୍ୟକ୍ତିଗତ ସମ୍ପତ୍ତିରେ ପ୍ରବେଶ ପାଇଁ ପୋଲିସ ଏହି ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ଓ ସେମାନେ ଶାହାରୁଖ ଖାନଙ୍କ ଘରେ କାହିଁକି ପ୍ରବେଶ କରିଛନ୍ତି ଜାଣିବାକୁ ଚେଷ୍ଟା କରୁଛନ୍ତି? 

Shah Rukh Khan: ଶାହରୁଖ ଖାନଙ୍କ ଘରେ ବିଳମ୍ବିତ ରାତିରେ ପାଚିରୀ ଡେଇଁ ପଶିଲେ ୨ ଅଜ୍ଞାତ ବ୍ୟକ୍ତି

Shah Rukh Khan Bungalow Mannat: ବିଳମ୍ବିତ ରାତିରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ବଲିଉଡ ଅଭିନେତା (Bollywood Actor) ଶାହରୁଖ ଖାନଙ୍କ ଘରେ (Shah Rukh Khan Bungalow) ମନ୍ନତ (Mannat) ରେ ପ୍ରବେଶ କରିଥିଲେ । କୁହାଯାଉଛି ଯେ, ଗୁରୁବାର (ଫେବୃଆରୀ ୨) ରାତି ପ୍ରାୟ ୯.୩୦ ସମୟରେ ଦୁଇଜଣ ବ୍ୟକ୍ତି ଶାହାରୁଖ ଖାନ ((Shah Rukh Khan) ଙ୍କ ଘରେ ପ୍ରବେଶ କରିଥିଲେ । ଦୁହେଁ ପାଚେରୀକୁ ଡେଇଁ ଶାହାରୁଖ ଖାନଙ୍କ ଘରେ ପ୍ରବେଶ କରିଥିଲେ । ପୋଲିସ ଉଭୟ ଅଜ୍ଞାତ ଲୋକଙ୍କୁ ଧରି ପଚରାଉଚରା କରୁଛି । ଉଭୟ ଶାହାରୁଖ ଖାନଙ୍କ ପ୍ରଶଂସକ ହୋଇପାରନ୍ତି ବୋଲି ମନେ କରାଯାଉଛି । ଏଠାରେ କହି ରଖୁଛୁ ଯେ, ବିନା ଅନୁମତିରେ ବ୍ୟକ୍ତିଗତ ସମ୍ପତ୍ତିରେ ପ୍ରବେଶ ପାଇଁ ପୋଲିସ ଏହି ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ଓ ସେମାନେ ଶାହାରୁଖ ଖାନଙ୍କ ଘରେ କାହିଁକି ପ୍ରବେଶ କରିଛନ୍ତି ଜାଣିବାକୁ ଚେଷ୍ଟା କରୁଛନ୍ତି? ତେବେ ଉଭୟ ଯୁବକ ଶାହାରୁଖ ଖାନଙ୍କ ପ୍ରଶଂସକ (Shah Rukh Khan Fans) ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

ଆପଣଙ୍କୁ କହିରଖୁଛୁ ଯେ, ମୁମ୍ବାଇ ପୋଲିସ (Mumbai Police) ଗୁରୁବାର ଦୁଇ ଜଣ ଯୁବକଙ୍କୁ ବଲିଉଡ ଅଭିନେତା (Bollywood Actor) ଶାହାରୁଖ ଖାନ (Shah Rukh Khan) ଙ୍କ ବଙ୍ଗଳା ମନ୍ନତ (Mannat) ରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ୧୯-୨୦ ବର୍ଷ ବୟସ୍କ ଯୁବକ ମନ୍ନତ ପ୍ରବେଶ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନଙ୍କ ହାତରେ ଧରାପଡିଥିଲେ । ପଚରାଉଚରା ବେଳେ ଉଭୟ ଯୁବକ ଗୁଜୁରାଟର ବୋଲି ପୋଲିସ (Mumbai Police) କୁ କହିଛନ୍ତି । ସେମାନେ ଶାହାରୁଖ ଖାନ (Shah Rukh Khan)  ଙ୍କୁ ଭେଟିବାକୁ ଚାହୁଁଥିଲେ । ପୋଲିସ ଅଧିକାରୀଙ୍କ କହିବାନୁସାରେ, ମନ୍ନତରେ ବିନା ଅନୁମତିରେ ପ୍ରବେଶ ସହିତ ଆଇପିସିର ଅନ୍ୟ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି ।

ଅଧିକ ପଢ଼ନ୍ତୁ:-ବିବାହିତ ଲୋକଙ୍କୁ ବଡ଼ ଧକ୍କା; ସରକାର ଏପ୍ରିଲ ୧ରୁ ବନ୍ଦ କରିବାକୁ ଯାଉଛନ୍ତି ଏହି ଯୋଜନା, ପ୍ରତିମାସରେ ଆଉ ମିଳିବ ନାହିଁ ଟଙ୍କା!

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା!

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ  ବଲିଉଡର (Bollywood) କିଙ୍ଗ୍ ଖାନ (King Khan) ଙ୍କ ନିକଟ ଅତୀତରେ ଫିଲ୍ମ ପଠାନ (Pathan) ବକ୍ସ ଅଫିସରେ ଧୁମ ସୃଷ୍ଟି କରିଛି । ପଠାନ (Pathan) ଫିଲ୍ମ ଦେଶ ତଥା ଦୁନିଆରେ ୧ ହଜାର କୋଟିରୁ ଅଧିକ ବ୍ୟବସାୟ କରିଛି । ଏହି ଆକ୍ସନ୍ ପ୍ୟାକ୍ ହୋଇଥିବା ଫିଲ୍ମରେ ଶାହାରୁଖ ଖାନଙ୍କ ସହ ଅଭିନେତା ଜନ୍ ଆବ୍ରାହମ୍ (John Abraham) ଏବଂ ଦୀପିକା ପାଦୁକୋନ୍ (Deepika Padukone) ମଧ୍ୟ ଅଛନ୍ତି ।