ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ
Advertisement

ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ

KK Death: ବିବେକାନନ୍ଦ କଲେଜ ତରଫରୁ ନଜରୁଲ ମଞ୍ଚରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ନିଜେ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଥିଲେ । ଏହି କନ୍ସର୍ଟରେ ସେ "ହମ୍ ରହେ ୟା ନା ରହେଂ କଲ୍, କାଲ୍ ୟାଦ୍ ଆଏଙ୍ଗେ ୟେ ପାଲ୍..." ପରି ଗୀତ ଗାଇଥିଲେ ।

ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ

ନୂଆଦିଲ୍ଲୀ: KK Death: ପ୍ରସିଦ୍ଧ ଗାୟକ କେକେ (KK) ଙ୍କ ନିଧନ ହୋଇଯାଇଛି । ମଙ୍ଗଳବାର କୋଲକାତାରେ ଏକ କନସର୍ଟରେ ପ୍ରାୟ ଏକ ଘଣ୍ଟା ଗୀତ ଗାଇବା ପରେ କେକେ (Krishnakumar Kunnath) ତାଙ୍କ ହୋଟେଲକୁ ଫେରିବା ପରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା । ଏହା ପରେ ଗାୟକଙ୍କୁ କୋଲକାତାର CMRI ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ରାତି ପ୍ରାୟ ୧୦ଟା ସମୟରେ କେକେଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା । ଏହା ଦୁର୍ଭାଗ୍ୟଜନକ ଯେ ଆମେ ତାଙ୍କ ଚିକିତ୍ସା କରିପାରିଲୁ ନାହିଁ ।" କେକେ ୫୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପତ୍ନୀ ଓ ଦୁଇ ପୁଅ ଅଛନ୍ତି । କେକେ ହିନ୍ଦୀରେ ୨୦୦ରୁ ଅଧିକ ଗୀତ ଗାଇଛନ୍ତି ।

ବିବେକାନନ୍ଦ କଲେଜ ତରଫରୁ ନଜରୁଲ ମଞ୍ଚରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ନିଜେ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଥିଲେ । ଏହି କନ୍ସର୍ଟରେ ସେ "ହମ୍ ରହେ ୟା ନା ରହେଂ କଲ୍, କାଲ୍ ୟାଦ୍ ଆଏଙ୍ଗେ ୟେ ପାଲ୍..." ପରି ଗୀତ ଗାଇଥିଲେ । ପ୍ରସିଦ୍ଧ ଗାୟକ କେକେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ମରାଠୀ ଏବଂ ବଙ୍ଗାଳୀ ସମେତ ଅନେକ ଭାଷାର ଗୀତରେ ସ୍ୱର ଦେଇଛନ୍ତି ।

କେକେଙ୍କ ଅକାଳ ବିୟୋଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, "ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥଙ୍କ ଅକାଳ ମୃତ୍ୟୁ ବିଷୟରେ ଶୁଣି ଦୁଃଖିତ । ତାଙ୍କ ଗୀତରେ ବିଭିନ୍ନ ପ୍ରକାରର ଭାବ ପ୍ରଦର୍ଶିତ ହୋଇଥାଏ । ତାଙ୍କ ଗୀତ ମାଧ୍ୟମରେ ଆମେ ତାଙ୍କୁ ସର୍ବଦା ମନେ କରିବୁ । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି।"

 
 
 
 

 
 
 
 
 
 
 
 
 
 
 

A post shared by KK (@kk_live_now)

ଏହା ବ୍ୟତୀତ ଅଭିନେତା ଅକ୍ଷୟ କୁମାର, ଗାୟକ ଅରମାନ ମଲିକ, ଅଭିନେତ୍ରୀ ସୋନାଲ ଚୌହାନ ଏବଂ ମୁନମୁନ ଦତ୍ତା ସମେତ ଅନେକ ସେଲିବ୍ରିଟି କେକେଙ୍କ ନିଧନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅରମାନ କହିଛନ୍ତି ଯେ, ଆମେ ବିଶ୍ୱାସ କରିପାରୁ ନାହିଁ କି କେକେ ସାର୍ ଆଉ ନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ଆସନ୍ତା ମାସରେ ବିବାହ କରିବାକୁ ଯାଉଥିଲେ ମୁସେୱାଲା, କାନାଡାରେ ରହୁଥିବା ଏହି ଝିଅ ସହ ହୋଇସାରିଥିଲା ନିର୍ବନ୍ଧ

ଏହା ବି ପଢ଼ନ୍ତୁ:-୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା

ଏହା ବି ପଢ଼ନ୍ତୁ:-ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ