Jawan Box Office Collection Day 25: ରିଲିଜ୍ ହେବାର ୨୫ ଦିନରେ ବଡ଼ ଲାଭ କଲା ଜୱାନ !
Advertisement
Article Detail0/zeeodisha/odisha1897013

Jawan Box Office Collection Day 25: ରିଲିଜ୍ ହେବାର ୨୫ ଦିନରେ ବଡ଼ ଲାଭ କଲା ଜୱାନ !

Jawan Box Office Collection Day 25: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ଜୱାନ ଚତୁର୍ଥ ରବିବାର ତଥା ୨୫ ତମ ଦିନରେ ବକ୍ସ ଅଫିସରେ ନୂଆ ରେକର୍ଡ କରିଛି ।

Jawan Box Office Collection Day 25: ରିଲିଜ୍ ହେବାର ୨୫ ଦିନରେ ବଡ଼ ଲାଭ କଲା ଜୱାନ !

Jawan Box Office Collection Day 25: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ (shahrukh khan), ନୟନତାରା, ଦୀପିକା ପାଦୁକୋନ, ସାନିଆ ମଲହୋତ୍ରା ଏବଂ ବିଜୟ ସେଥୁପାଠୀଙ୍କ ଅଭିନୀତ ସିନେମା ଜୱାନ ରିଲିଜ ହେବାର ୨୫ ଦିନ (25Days) ବିତିଯାଇଥିଲେ ମଧ୍ୟ ଏବେ ବି ଦର୍ଶକଙ୍କର ମନରେ ସିନେମାକୁ ନେଇ ଅନେକ କ୍ରେଜ୍ କରିଛି । କିଙ୍ଗ୍ ଖାନଙ୍କ ସିନେମା 'ଜୱାନ' ହିନ୍ଦୀରେ ୬୦୪ କୋଟି ଟଙ୍କା ଏବଂ ଚତୁର୍ଥ ରବିବାର ପର୍ଯ୍ୟନ୍ତ ଅର୍ଥାତ୍ ୨୫ ତମ ଦିନରେ ବିଶ୍ୱସ୍ତରରେ ବକ୍ସ ଅଫିସ କଲେକ୍ସନ (Worldwide Box Office Collection)ରେ ୧ ହଜାର କୋଟି ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ 'ଜୱାନ' ୨ ହଜାର ଟଙ୍କା ଛୁଇଁବାକୁ ଆଗେଇ ଚାଲିଛି । ଶାହାରୁଖ ଖାନଙ୍କ ଆକ୍ସନ୍ ସିନେମା ଜୱାନ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି । ୨୪ ଦିନରେ ସିନେମା ଖୁବ ଭଲ ରୋଜଗାର କରିଛି ।

୨୫ ଦିନରେ 'ଜୱାନ'ର ବକ୍ସ ଅଫିସ୍ କଲେକ୍ସନ
ମିଳିଥିବା ସୂଚନା ମୁତାବକ 'ଜୱାନ' ରିଲିଜ ହେବାର ୨୫ ଦିନରେ ବକ୍ସ ଅଫିସ୍ ନୂଆ ରେକର୍ଡ (New record) କରିଥିବା ଦେଖିବାକୁ ମିଳିଛି । ଅର୍ଥ ସଂଗ୍ରହ ବିଷୟରେ କହିବାକୁ ଗଲେ ୨୫ ତାରିଖ ଅର୍ଥାତ୍ ରବିବାର ଓ ଅକ୍ଟୋବର ୧ (October 1) ତାରିଖରେ ଫିଲ୍ମଟି ଟଙ୍କା ସଂଗ୍ରହରେ ଏକ ବଡ଼ ରେକର୍ଡ ସୃଷ୍ଟି ହୋଇଥିଲା । ଏହା କେବଳ ଭାରତରେ ୮.୮୦ କୋଟି ଟଙ୍କା ରୋଜଗାର କରିଥିଲା ​​। ଭାରତରେ ଜୱାନର ମୋଟ ରୋଜଗାର ହେଉଛି ୬୦୪.୨୫ କୋଟି ଟଙ୍କା । ତେବେ ଅକ୍ଟୋବର ୧ରେ, 'ଜୱାନ'ର ଖୁବ ଭଲ ପ୍ରଦର୍ଶନ (Very good performance) ଅର୍ଥାତ ୪୬.୭୩ ପ୍ରତିଶତ ହାସଲ କରିଥିଲା ।

ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର 'ଜୱାନ' !
'ଜୱାନ୍' ବିଶ୍ୱସ୍ତରରେ ୧ ହଜାର କୋଟି ଟଙ୍କା ଅତିକ୍ରମ (Over 1000 crore rupees) କରିସାରିଛି । ୨୫ ତମ ଦିନରେ ଏହି ଫିଲ୍ମଟି ସମୁଦାୟ ୧,୦୬୮.୫୮ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲେଙ୍କ (jawan director Atlee Kumar) ନିର୍ଦ୍ଦେଶିତ 'ଜୱାନ' ସେପ୍ଟେମ୍ବର ୭ତାରିଖରେ ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିଥିଲା । ସିନେମାରେ ନୟନତାରା ଏବଂ ବିଜୟ ସେଥୁପାଠୀଙ୍କ ସହିତ ଦୀପିକା ପାଦୁକୋନ୍ ମଧ୍ୟ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ଜଣାପଡିଛି । ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ସହ ସାନିଆ ମଲହୋତ୍ରା, ପ୍ରିୟମାନି, ଗିରିଜା ଓକ,  ରିଦ୍ଧି ଡୋଗ୍ରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଆଲିଆ କୁରେଶି, ସୁନୀଲ ଗ୍ରୋଭର, ଲାହର ଖାନ, ଏବଂ ମୁକେଶ ଛାବ୍ରା ପ୍ରମୁଖ ଅଭିନୟ କରିଛନ୍ତି। ସିନେମା ରିଲିଜ ହେବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଦର୍ଶକଙ୍କ ମନରେ ସିନେମା ଦେଖିବାର କ୍ରେଜ୍ ରହିଛି ।

Also Read- Money Making Tips: ନବରାତ୍ରୀରୁ ଦୀପାବଳି ଯାଏ ଭଲ ଚାଲିବ ଏହି ବ୍ୟବସାୟ, ହେବ ଭଲ ରୋଜଗାର

Also Read- Iron Foods: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା