SRK Jacket Price: କିଙ୍ଗଖାନଙ୍କ ସିଗନେଚର ଥିବା ଜ୍ୟାକେଟର ମୂଲ୍ୟ ଜାଣନ୍ତୁ କେତେ, କିଣିବାକୁ ଲାଗିଛି ଗହଳି
Advertisement
Article Detail0/zeeodisha/odisha1676434

SRK Jacket Price: କିଙ୍ଗଖାନଙ୍କ ସିଗନେଚର ଥିବା ଜ୍ୟାକେଟର ମୂଲ୍ୟ ଜାଣନ୍ତୁ କେତେ, କିଣିବାକୁ ଲାଗିଛି ଗହଳି

Shah Rukh Khan: ବଲିଉଡ଼ ବାଦଶାହା ଶାହାରୁକ୍ ଖାନ (Shah Rukh Khan) । ନିକଟରେ ଅଭିନେତାଙ୍କ ଫିଲ୍ମ 'ପଠାନ୍' ବକ୍ସ ଅଫିସରେ ଧମାଲ ମଚାଇଥିଲା । ଯେଉଁଥିପାଇଁ ଅଭିନେତା ଲାଇମଲାଇଟରେ ଅଛନ୍ତି । ବର୍ତ୍ତମାନ ଆଉ ଏକ କାରଣ ପାଇଁ କିଙ୍ଗ ଖାନ୍ ଚର୍ଚ୍ଚାକୁ ଆସିଛନ୍ତି । ପତ୍ନୀ ଗୌରୀ ଖାନ ମୁମ୍ବାଇରେ ଏକ ଫ୍ୟାସନେବୁଲ କଲେକସନର ଏକ ବିରାଟ ସୋରୁମ ରହିଛି । ସେହିପରି ତାଙ୍କ ସନ୍ତାନ ଆର୍ଯ୍ୟାନ୍ ଖାନଙ୍କ (Aryan Khan) ନିକଟରେ ଆଉ ଏକ ବ୍ରାଣ୍ତର ପ୍ରଡକ୍ଚ ଲଞ୍ଚ କରିଛନ୍ତି । ଆଉ ଏହି ସୋରୁମରେ ତାଙ୍କର ପିତା ଶାହାରୁଖ ଖାନଙ୍କ ସିଗନେଚର ଥିବା ଏକ ଜ୍ୟୋକେଟ ପ୍ରଥମ ଦିନରେ ବିକ୍ରି ହୋଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Shah Rukh Khan: ବଲିଉଡ଼ ବାଦଶାହା ଶାହାରୁକ୍ ଖାନ (Shah Rukh Khan) । ନିକଟରେ ଅଭିନେତାଙ୍କ ଫିଲ୍ମ 'ପଠାନ୍' ବକ୍ସ ଅଫିସରେ ଧମାଲ ମଚାଇଥିଲା । ଯେଉଁଥିପାଇଁ ଅଭିନେତା ଲାଇମଲାଇଟରେ ଅଛନ୍ତି । ବର୍ତ୍ତମାନ ଆଉ ଏକ କାରଣ ପାଇଁ କିଙ୍ଗ ଖାନ୍ ଚର୍ଚ୍ଚାକୁ ଆସିଛନ୍ତି । ପତ୍ନୀ ଗୌରୀ ଖାନ ମୁମ୍ବାଇରେ ଏକ ଫ୍ୟାସନେବୁଲ କଲେକସନର ଏକ ବିରାଟ ସୋରୁମ ରହିଛି । ସେହିପରି ତାଙ୍କ ସନ୍ତାନ ଆର୍ଯ୍ୟାନ୍ ଖାନଙ୍କ (Aryan Khan) ନିକଟରେ ଆଉ ଏକ ବ୍ରାଣ୍ତର ପ୍ରଡକ୍ଚ ଲଞ୍ଚ କରିଛନ୍ତି । ଆଉ ଏହି ସୋରୁମରେ ତାଙ୍କର ପିତା ଶାହାରୁଖ ଖାନଙ୍କ ସିଗନେଚର ଥିବା ଏକ ଜ୍ୟୋକେଟ ପ୍ରଥମ ଦିନରେ ବିକ୍ରି ହୋଇଛି । ଜ୍ୟାକେଟର ଦାମ୍ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।  ଏ-ପ୍ରିଲ୍ ୩୦ରେ  ବ୍ରାଣ୍ଡ୍ ସାଇନ୍ ଏକ୍ସ ଜ୍ୟାକେଟ୍(Signature X jacket) ଅର୍ଥାତ୍ ସୋ ରୁମ୍ ଖୋଲିବା ଦିନରେ ହିଁ ଏହା ବିକ୍ରି  ହୋଇଯାଇଥିଲା। ଯାହାର ଦାମ୍ ଥିଲା ୨,୦୦,୫୫୫ । ତେବେ, ଏହି ଜ୍ୟାକେଟକୁ କିଣିବା ପାଇଁ ଗହଳି ଲାଗିଥିଲା। ଅଧିକ ମୂଲ୍ୟର ଟ୍ୟାଗ୍ ସତ୍ତ୍ୱେ ବିକ୍ରି ହୋଇଛି ଏହି ବ୍ଲାକ୍ ଜ୍ୟାକେଟ । ସିଗନେଚର ଏକ୍ସ ଜ୍ୟାକେଟ୍ କେବଳ ଏକ ପୋଷାକ ଜିନିଷ ନୁହେଁ। ଶାହାରୁକ୍ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ବଡ ଉପହାର କହିଲେ ଅତୃକ୍ତି ହେବ ନାହିଁ । 

ନିକଟରେ କିଙ୍ଗ ଖାନଙ୍କୁ ନେଇ ଏକ ବଡ ଖବର ମଧ୍ୟ ଆସିଥିଲା। ଟାଇମସ୍ ଗାଜିନର ରିଡର୍ସ ପୋଲରେ ବଲିଉଡ଼ କିଙ୍ଗ ଖାନ୍‌ ଶାହରୁଖ ଖାନ ଶୀର୍ଷରେ ସ୍ଥାନ ପାଇଛନ୍ତି । ତାଙ୍କୁ ସର୍ବଧିକ ପ୍ରଭାବଶାଳୀ ବ୍ୟକ୍ତିର ମାନ୍ୟତା ଦେଇଛନ୍ତି ଆମେରିକାର ଏହି ପତ୍ରିକା । ନିଜର ଚଳଚ୍ଚିତ୍ର 'ପଠାନ୍'ରେ ଦମଦାର ଆକ୍ସନ ଦେଖାଇ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିଥିଲେ ଶାହରୁଖ । ୨୦୨୩ ଟାଇମ ୧୦୦ ପୋଲର ପ୍ରଥମ ସ୍ଥାନରେ ରହିଛନ୍ତି ଶାହରୁଖ ।ଟାଇମ ମାଗାଜିନର ରିଡ଼ର୍ସ ପୋଲରେ ଇରାନୀ ମହିଳାମାନେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ହିଜାଦି ବିରୋଧରେ ସେମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଶକ୍ତି ଓ ପ୍ରଭାବ ବିଶ୍ୱବାସୀଙ୍କୁ ଦେଖାଇଥିଲେ । କୋଭିଡ଼ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିକାର ତୃତୀୟ ସ୍ଥାନ ମିଳିଛି । ବ୍ରିଟେନର ପ୍ରିନ୍ସ ହ୍ୟାରୀ ଓ ପତ୍ନୀ ମେଘନା ମାର୍କଲ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ରିଡ଼ର୍ସ ପୋଲରେ ପଞ୍ଚମ ସ୍ଥାନରେ ଅଛନ୍ତି । 

Also Read: Budh Shukra Yuti 2023: ମିଥୁନ ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ, ଏହି ୩ ରାଶି ଉପରେ ହେବ ଟଙ୍କାର ବର୍ଷା!

Also Read: HBD Anushka Sharma: ଫଟୋ ସେୟାର କରି ବିରାଟ କୋହଲି ଲେଖିଲେ Happy Birthday My Everything

Also Read: Brij Bhushan Statement: 'ଶିଳାଜିତ୍' ମିଶା ରୁଟି ଖାଉଛି କି ୧୦୦୦ ମହିଳାଙ୍କୁ ଯୌନଶୋଷଣ କରିବି?

Also Read: Mobile Calling New Rule: ବଦଳିଯିବ କଲିଂ ଓ SMSର ନିୟମ, ହେବ ଏହି ବଡ଼ ପରିବର୍ତ୍ତନ; ବନ୍ଦ ହୋଇଯିବ ୧୦ ଅଙ୍କ ବିଶିଷ୍ଟ ଏସବୁ ମୋବାଇଲ୍ ନମ୍ବର

Also Read:  Metro Service in Bhubaneswar: ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ: ଆଉ ପାଦେ ଆଗେଇଲା...

Also Read:  Diabetes: ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ଏହି ୧୦ଟି ଖାଦ୍ୟ, ଦରକାର ପଡ଼ିବନି ଚିକିତ୍ସା କି ମେଡିସିନ୍...