Uunchai's First Look : 'ଉଞ୍ଚାଇ' ର ଫାଷ୍ଟ ଲୁକ୍ ଆଉଟ୍, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍
Advertisement
Article Detail0/zeeodisha/odisha1388551

Uunchai's First Look : 'ଉଞ୍ଚାଇ' ର ଫାଷ୍ଟ ଲୁକ୍ ଆଉଟ୍, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍

Uunchai's First Look : ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'ଗୁଡବାଏ ' ରିଲିଜ ହୋଇଛି । ମୁଭିଟି ବକ୍ସ ଅଫିସରେ ଏତେ ହିଟ୍ କରି ନ ଥିଲେ ମଧ୍ୟ ବିଗ୍ ବି ଙ୍କ ଫ୍ୟାନ୍ସଙ୍କୁ ପିଲ୍ମଟି କାଫି ପସନ୍ଦ ଆସିଛି। ଅମିତାଭଙ୍କ ଆଗାମୀ ଫିଲ୍ମ 'ଉଞ୍ଚାଇ' (Uunchai) ଖୁବଶିଘ୍ର ପରଦାକୁ ଆସୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Uunchai's First Look : ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'ଗୁଡବାଏ ' ରିଲିଜ ହୋଇଛି । ମୁଭିଟି ବକ୍ସ ଅଫିସରେ ଏତେ ହିଟ୍ କରି ନ ଥିଲେ ମଧ୍ୟ ବିଗ୍ ବି ଙ୍କ ଫ୍ୟାନ୍ସଙ୍କୁ ପିଲ୍ମଟି କାଫି ପସନ୍ଦ ଆସିଛି। ଅମିତାଭଙ୍କ ଆଗାମୀ ଫିଲ୍ମ 'ଉଞ୍ଚାଇ' (Uunchai) ଖୁବଶିଘ୍ର ପରଦାକୁ ଆସୁଛି । ଫିଲ୍ମଟିରେ ଅମିତାଭଙ୍କ ଫାର୍ଟ ଲୁକ୍ ଆଜି ଆଉଟ୍ ହୋଇଛି ।  ଅମିତାଭଙ୍କୁ ନିର୍ମାତାମାନେ ତାଙ୍କ ବାର୍ଥ ଡେ ଉପଲକ୍ଷେ ଏଭଳି ଏକ ସରପ୍ରାଇଜ୍ ଗିଫ୍ଟ ଦେଇଛନ୍ତି । କାହିଁକିନା ଅମିତାଭ ବଚ୍ଚନଙ୍କ ବାର୍ଥ ଡେ'  ଅକ୍ଟୋବର ୧୧ରେ ଆର୍ଥାତ ଆସନ୍ତାକାଲି । ଏନେଇ ତାଙ୍କ ବାର୍ଥଡେ କୁ ଅଧିକ ସେଶ୍ପାଲ କରିବା ନେଇ ଏଭଳି ଏକ ସରପ୍ରାଇଜ ଦେଇଛନ୍ତି ଫିଲ୍ମର ନିର୍ମାତା । ଫଟୋରେ ଦେଖିବାକୁ ମିଳିଛି ଯେ, ଅମିତାଭ ଏକ ତୁଷାରପାତ ଏରିଆରେ ଠିଆ ହୋଇଛନ୍ତି। ଏବଂ ସେ ଏକ ଗରମ୍ ଜ୍ୟାକେଟ ପିନ୍ଧିଥିବା ବେଳେ ଏକ କ୍ୟାପ ମଧ୍ୟ ଲଗାଇଛନ୍ତି । ଏହାସହ ଏକ ଗମ୍ଭୀର ଲୁକ ମଧ୍ୟ ଦେଇଛନ୍ତି । ଫଟୋଟିକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । 

 

ସେହିପରି ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ଯେ, ତିନି ଜଣ ବରଫ ଅଞ୍ଚଳରେ କାନ୍ଧରେ ବ୍ୟାଗ ପରାଇ ପାହାଡ ଯାତ୍ରା କରୁଛନ୍ତି । ସେହିପରି ଅନ୍ୟଏକ ଫଟୋରେ ଦେଖିବାକୁ ମିଳିଛି ଯେ, ଅନୁପମ ଖେର , ବୋମାନ ଅରାନି ଓ ଅମିତାଭ୍ ଏକ ପାହାଡିଆ ସ୍ଥାନରେ ବସିଛନ୍ତି। ଏହି ଅଫିସିଆଲ ପୋଷ୍ଟରକୁ  ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । ଏହି ପୋଷ୍ଟରରେ କିଛି କ୍ୟାପସନ ମଧ୍ୟ ଲେଖାଯାଇଛି ।  ଫିଲ୍ମଟି ରାଜଶ୍ରୀ ପ୍ରଡକସନର ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୋରଜା ବାରଜାତିଆ ।  ଏହି ଫିଲ୍ମରେ ଅନୁପମ ଖେର , ବୋମାନ ଅରାନି ଓ ଅମିତାଭ ବଚ୍ଚନ ଲିଡ ରୋଲରେ ନଜର ଆସିବେ । ସେହିପରି ଫିଲ୍ମରେ ଡାନ୍ୟା ଡିସୋଜାଗୁପ୍ତା, ସାରିକା, ନୀନା ଗୁପ୍ତା ଓ ପରିନିତି ଚୋପ୍ରା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୧୧ରେ ପରଦାକୁ ଆସିବ । 

ଏହାବି ପଢନ୍ତୁ : Nayanthara and Vignesh Shivan : ଜନ୍ମ ହେଉହେଉ ସୋସିଆଲ ମିଡିଆରେ ନିଆଁ ଲାଗାଇଲେ ନୟନତାରାଙ୍କ ଦୁଇ 'ନୟନର ତାରା'

ବିଗ୍ ବି ଅମିତାଭ ବଚ୍ଚନ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ଗୁଡବାଏ' (GoodBye) ଶୁକ୍ରବାର ରିଲିଜ୍ ହୋଇଛି । ଫିଲ୍ମରେ ବଲିଉଡର ମେଗାଷ୍ଚାର ଅମିତାଭ ବଚ୍ଚନ ଲିଡ୍ ରୋଲରେ ନଜର ଆସିଛନ୍ତି । ହେଲେ ତଥାପି ପ୍ରଥମ ଦିନରେ ଫିଲ୍ମଟି ଏତେ ଭଲ କଲେକସନ୍ କରି ନ ଥିଲା। ନିର୍ମାତା ବକ୍ସ ଅଫିସର କଲେକସନ ନେଇ କିଛି ସ୍ପଷ୍ଟ କରି ନାହଁନ୍ତି । ହେଲେ ପ୍ରାରମ୍ଭିକ ବାଣିଜ୍ୟ ରିପୋର୍ଟରୁ ଜଣାପଡିଛି ଯେ ବକ୍ସ ଅଫିସରେ ଫିଲ୍ମଟି ଧିମା ବ୍ୟବସାୟ ଆରମ୍ଭ କରିଛି । ତଥାପି ଫିଲ୍ମଟି ୨ ରୁ ୩ କୋଟି ମଧ୍ୟରେ କଲେକସନ୍ କରିଥିବା ଚର୍ଚ୍ଚା ହେଉଛି ।  ‘ଗୁଡବାଏ’କୁ  ଯଦି ଫିଲ୍ମକୁ ଗୋଟିଏ ବାକ୍ୟରେ ବ୍ୟାଖ୍ୟା କରିବାକୁ ପଡିବ, ତେବେ ଏହି ଚଳଚ୍ଚିତ୍ରଟି ଫ୍ୟାମିଲି ଡ୍ରାମା । ରଶ୍ମିକା ମନ୍ଦନା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ପୁଷ୍ପାଙ୍କ ସଫଳତା ପରଠାରୁ ରଶ୍ମିକାଙ୍କ ପ୍ରଶଂସକମାନେ ଭାରତରେ ମଧ୍ୟ ବୃଦ୍ଧି ପାଇଛନ୍ତି ।  ଫିଲ୍ମରେ ଅନେକ ହସ ମଜାକ୍‌ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଛି । ଯଦି ଅମିତାଭଙ୍କ ଓ୍ବାର୍କଫ୍ରେଣ୍ଚର କଥା କହିବା , ତେବେ ବର୍ତ୍ତମାନ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।