ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ
Advertisement
Article Detail0/zeeodisha/odisha1291171

ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ

Shah Rukh Khan: ଆପଣଙ୍କୁ କହିରଖୁଛୁ ଯେ ଶାହାରୁଖ ଖାନ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପତ୍ନୀ ଗୌରୀ ଜଣେ ହିନ୍ଦୁ । ଏପରି ପରିସ୍ଥିତିରେ କିଙ୍ଗ୍ ଖାନଙ୍କ ପିଲାମାନେ ତାଙ୍କୁ ପଚାରନ୍ତି ଆମର ଧର୍ମ କ’ଣ? ଶାହାରୁଖ ପିଲାମାନଙ୍କୁ ଏହି ପ୍ରଶ୍ନର ଅତି ଦାର୍ଶନିକ ଢଙ୍ଗରେ ଉତ୍ତର ଦିଅନ୍ତି ।

ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ

ନୂଆଦିଲ୍ଲୀ: Shah Rukh Khan: ବଲିଉଡର କିଙ୍ଗ୍ ଶାହାରୁଖ ଖାନ (Shah Rukh Khan) ଙ୍କ ବଡ଼ ପୁଅ ଆର୍ୟନ ଖାନ (Aryan Khan) ବିଗତ ଦିନରେ କିଛି ଭୁଲ କାରଣରୁ ଚର୍ଚ୍ଚାକୁ ଆସିଥିଲେ । ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ନାମ ଆସିବା ପରେ ଆର୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗିରଫ କରିଥିଲା ଓ ଗତ ବର୍ଷ ଅକ୍ଟୋବରରେ ପ୍ରାୟ ଏକ ମାସ ଆର୍ୟନଙ୍କୁ ଜେଲରେ ରହିବାକୁ ପଡିଥିଲା । ଆଜି ଆମେ ଆପଣଙ୍କୁ ଆର୍ୟନଙ୍କ ଡ୍ରଗ୍ସ ସମ୍ବନ୍ଧୀୟ ମାମଲା ବିଷୟରେ କହିବୁ ନାହିଁ, ବରଂ କିଙ୍ଗ୍ ଖାନ ତାଙ୍କ ପିଲାମାନଙ୍କର ନାମ ଆର୍ୟନ, ସୁହାନା (Suhana Khan) ଏବଂ ଅବରାମ ଖାନ (Abram Khan) କ'ଣ ପାଇଁ ରଖିଛନ୍ତି ସେହି ବିଷୟରେ କହିବୁ ।

ଏକ ସାକ୍ଷାତକାରରେ କିଙ୍ଗ୍ ଖାନ (King Khan) ନିଜେ ଏହା ଉଲ୍ଲେଖ କରିଛନ୍ତି । ଶାହାରୁଖ ଖାନ (Shah Rukh Khan) କହିଥିଲେ ଯେ ସେ ଚାହୁଁଛନ୍ତି ଯେ ତାଙ୍କ ପିଲାମାନଙ୍କର ନାମ ଏପରି ହେଉ ଯେ ଏହା ସହଜରେ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ଆସିପାରିବ । ଆପଣଙ୍କୁ କହିରଖୁଛୁ ଯେ ଶାହାରୁଖ ଖାନ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପତ୍ନୀ ଗୌରୀ ଜଣେ ହିନ୍ଦୁ । ଏପରି ପରିସ୍ଥିତିରେ କିଙ୍ଗ୍ ଖାନଙ୍କ ପିଲାମାନେ ତାଙ୍କୁ ପଚାରନ୍ତି ଆମର ଧର୍ମ କ’ଣ? ଶାହାରୁଖ ପିଲାମାନଙ୍କୁ ଏହି ପ୍ରଶ୍ନର ଅତି ଦାର୍ଶନିକ ଢଙ୍ଗରେ ଉତ୍ତର ଦିଅନ୍ତି ।

ଶାହାରୁଖ ଖାନ (Shah Rukh Khan) ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ପିଲାମାନେ ମୋତେ ପଚାରନ୍ତି ଆମର ଧର୍ମ କ’ଣ? ସେତେବେଳେ ମୁଁ ଏହାର ଉତ୍ତର ଦିଏ, "ତୁମେ ପ୍ରଥମେ ଭାରତୀୟ ଓ ତୁମର ଧର୍ମ ହେଉଛି ମାନବିକତା ।" ଶାହାରୁଖ କହିଛନ୍ତି ଯେ ମୁଁ ପ୍ରାୟତଃ ପୁରାତନ ହିନ୍ଦୀ ଗୀତ ଗାଇ ପିଲାମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେଇଥାଏ । ଏହି ଗୀତଟି ହେଉଛି 'ତୁ ହିନ୍ଦୁ ବାନେଗା ନା ମୁସଲିମ ବାନେଗା ..।'

ଏହା ବି ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଏହା ବି ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ୬ ମାସରେ ସବୁଠାରୁ ଶସ୍ତା ହେଲା ଅଶୋଧିତ ତୈଲ

ଏହା ବି ପଢ଼ନ୍ତୁ:-କିପରି ହୋଇଥାଏ ଉପରାଷ୍ଟ୍ରପତି ନିର୍ବାଚନ, କିଏ କିଏ ଦିଅନ୍ତି ଭୋଟ୍; ଜାଣନ୍ତୁ ପୁରା ପ୍ରକ୍ରିୟା

 

ଏହା ବ୍ୟତୀତ ଯଦି ଆମେ ଶାହାରୁଖ (Shah Rukh Khan) ଙ୍କ କ୍ୟାରିୟର ଫ୍ରଣ୍ଟ ବିଷୟରେ କଥା ହେବା, ତେବେ ସେ ଦୀର୍ଘ ସମୟ ପରେ ବଲିଉଡରେ ରିଟର୍ଣ୍ଣ କରିବାକୁ ଯାଉଛନ୍ତି । କିଙ୍ଗ ଖାନଙ୍କ ଆଗାମୀ ଚଳଚ୍ଚିତ୍ରର ନାମ ହେଉଛି 'ପଠାନ' (Pathan), ଯେଉଁଥିରେ ଅଭିନେତା ଆଜିକାଲି ଦିନରାତି କାମରେ ଲାଗିଛନ୍ତି । ଶାହାରୁଖ ଖାନ (Shah Rukh Khan) ଙ୍କ ସହ ଦୀପିକା ପାଦୁକୋନ (Deepika Padukone) ଏବଂ ସଲମାନ ଖାନ (Salman Khan) ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।