EPFO how to register complaint against company: ଆପଣଙ୍କ ପିଏଫ୍ ଟଙ୍କା ଜମା ହେଉନି କି ? ଅଭିଯୋଗ କରନ୍ତୁ , ଜାଣନ୍ତୁ କେଉଁଠି ଆଉ କେମିତି ?
Advertisement

EPFO how to register complaint against company: ଆପଣଙ୍କ ପିଏଫ୍ ଟଙ୍କା ଜମା ହେଉନି କି ? ଅଭିଯୋଗ କରନ୍ତୁ , ଜାଣନ୍ତୁ କେଉଁଠି ଆଉ କେମିତି ?

  ଦେଶରେ କୋଟି କୋଟି କର୍ମଚାରୀଙ୍କର ପିଏଫ୍ ଖାତା ଅଛି । କର୍ମଚାରୀ ଯେଉଁ ଜାଗାରେ କାମ କରେ ସେଠାରେ ତାକୁ ପ୍ରତ୍ୟେକ ମାସରେ ମିଳୁଥିବା ଦରମାରୁ କିଛି କାଟି କର୍ମଚାରୀର ପିଏଫ୍ ଆକାଉଣ୍ଟରେ ରଖାଯାଏ । ପ୍ରୋଭିଡ଼େଣ୍ଟ ଫଣ୍ଡ ଖାତାରେ ଜମା ହେଉଥିବା ଟଙ୍କା କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରେ

SOCIAL MEDIA

EPFO how to register complaint against company: 

ଦେଶରେ କୋଟି କୋଟି କର୍ମଚାରୀଙ୍କର ପିଏଫ୍ ଖାତା ଅଛି । କର୍ମଚାରୀ ଯେଉଁ ଜାଗାରେ କାମ କରେ ସେଠାରେ ତାକୁ ପ୍ରତ୍ୟେକ ମାସରେ ମିଳୁଥିବା ଦରମାରୁ କିଛି କାଟି କର୍ମଚାରୀର ପିଏଫ୍ ଆକାଉଣ୍ଟରେ ରଖାଯାଏ । ପ୍ରୋଭିଡ଼େଣ୍ଟ ଫଣ୍ଡ ଖାତାରେ ଜମା ହେଉଥିବା ଟଙ୍କା କର୍ମଚାରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରେ । କର୍ମଚାରୀଙ୍କ ଅବସର ପରେ ସେହି ଟଙ୍କା ତାଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରେ । ଯଦି ଆପଣଙ୍କର ପ୍ରୋଭିଡ଼େଣ୍ଟ ଫଣ୍ଡ ଅଛି ତାହେଲେ ଏ ଖବର ଆପଣଙ୍କ ପାଇଁ । ଅନେକ ସମୟରେ ଏମିତି ଦେଖିବାକୁ ମିଳେ ଯେ କମ୍ପାନୀ କର୍ମଚାରୀଙ୍କ ଦରମାରୁ ପିଏଫ୍ ବାବଦରେ ଟଙ୍କା କାଟେ ହେଲେ ଜମା ହୁଏ ନାହିଁ । ତାହେଲେ ଯଦି ଏଭଳି ଆପଣଙ୍କ ସହ ଘଟୁଛି ତାହେଲେ ତୁରନ୍ତ ଏହା ବିରୋଧରେ ଅଭିଯୋଗ କରନ୍ତୁ । ହେଲେ କେଉଁଠି ଆଉ କେମିତି କରିବେ ଅଭିଯୋଗ ? ଯଦି ଜାଣି ନାହାଁନ୍ତି ତାହେଲେ ଆସନ୍ତୁ ଜାଣିବା ।

ନଜର ଦେବେ ଯେ ଅଭିଯୋଗ କରିବା ପୂର୍ବରୁ ଏହା ନିଶ୍ଚିନ୍ତ  ହୁଅନ୍ତୁ ଯେ ଏହା କୌଣସି ସାଦାରଣ ପ୍ରଶାସନିକ ଭୁଲ୍ ନୁହେଁ ତ । ଏହା ଜାଣିବା ପରେ ନିଶ୍ଚିନ୍ତ ହୁଅନ୍ତୁ ଯେ ଏହା କଟୁଥିବା ଜମା ରାଶି ସହିତ ମିଶୁଛି ନା ନାହିଁ । ଯଦି ଏଭଳି ନୁହେଁ ତାହେଲେ କମ୍ପାନୀର ମାନବ ସଂଶାଧନ ବିଭାଗ ମାନେ ଏଚଆରଙ୍କ ସହ ଯୋଗାଯୋଗ କରନ୍ତୁ । ଏଠାରେ ଆପଣ ତାଙ୍କୁ ଆପଣ ଜମା କରିଥିବା ସମସ୍ତ ପ୍ରମାଣପତ୍ର ଦେଖାନ୍ତୁ । ଏହାଛଡ଼ା ଟଙ୍କା ଜମା ହେବା ବାବଦରେ ପଚାରନ୍ତୁ । ଯଦି ଏଚଆର ଆପଣଙ୍କ ସମସ୍ୟାର ସମାଧାନ କରୁ ନାହାଁନ୍ତି ତାହେଲେ ଆପଣ ଏ ବାବଦରେ ଇପିଏଫଓରେ ଅଭିଯୋଗ କରନ୍ତୁ । ଅଭିଯୋଗ କରିବା ପାଇଁ ଆପଣଙ୍କୁ ଇପିଏଫଓ ଓ୍ବେବସାଇଟରେ ଅଭିଯୋଗ ସେକ୍ସନକୁ ଯାଆନ୍ତୁ । ଏଠି ଆପଣଙ୍କୁ ଜରୁରୀ ଡ଼ିଟେଲ୍ସ ଦେବାକୁ ପଡ଼ିବ । ଏହା କରି ଆପଣ ସହଜରେ ନିଜର ଅଭିଯୋଗ କରି ପାରିବେ । ଏହାଛଡ଼ା ଶ୍ରମ ବିଭାଗ ସହ ଯୋଗାଯୋଗ କରି ମଧ୍ୟ ଅଭିଯୋଗ କରି