Dheeraj Sahu: ଜବତ କଳାଟଙ୍କାର କ’ଣ ହୁଏ ? ଧୀରଜ ସାହୁ ଟଙ୍କା ଫେରି ପାଇବାର କିଛି ସମ୍ଭାବନା ରହିଛି କି ?
Advertisement
Article Detail0/zeeodisha/odisha2005623

Dheeraj Sahu: ଜବତ କଳାଟଙ୍କାର କ’ଣ ହୁଏ ? ଧୀରଜ ସାହୁ ଟଙ୍କା ଫେରି ପାଇବାର କିଛି ସମ୍ଭାବନା ରହିଛି କି ?

  କଂଗ୍ରେସ ସାଂସଦ ଧୀରଜ ସାହୁ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ଘର ଓ ବିଭିନ୍ନ ଅଫିସରୁ  ଜବତ ହୋଇଥିବା ନଗଦ ଗଣନା ଶେଷ ହେଉନାହିଁ। ସୋମବାର କ୍ରମାଗତ ଷଷ୍ଠ ଦିନ ପାଇଁ ଗଣନା ଜାରି ରହିଛି । ପରିସ୍ଥିତି ଏମିତି ହୋଇଛି ଯେ ନୋଟ୍ ଗଣିବା ପାଇଁ ବ୍ୟବହୃତ ଅନେକ ମେସିନ୍ ଗରମ ହୋଇ ଅଚଳ ହୋଇଯାଉଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡ

SOCIAL MEDIA

Dheeraj Sahu: 

କଂଗ୍ରେସ ସାଂସଦ ଧୀରଜ ସାହୁ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ଘର ଓ ବିଭିନ୍ନ ଅଫିସରୁ  ଜବତ ହୋଇଥିବା ନଗଦ ଗଣନା ଶେଷ ହେଉନାହିଁ। ସୋମବାର କ୍ରମାଗତ ଷଷ୍ଠ ଦିନ ପାଇଁ ଗଣନା ଜାରି ରହିଛି । ପରିସ୍ଥିତି ଏମିତି ହୋଇଛି ଯେ ନୋଟ୍ ଗଣିବା ପାଇଁ ବ୍ୟବହୃତ ଅନେକ ମେସିନ୍ ଗରମ ହୋଇ ଅଚଳ ହୋଇଯାଉଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଆୟକର (ଆଇଟି) ବିଭାଗ ପ୍ରତିବର୍ଷ ଅନେକ ଥର ବିଭିନ୍ନ ସ୍ଥାନରେ ଚଢାଉ କରନ୍ତି । ଏଥିରୁ କୋଟି କୋଟି ଟଙ୍କାର ଅଗଣିତ ନଗଦ ଉଦ୍ଧାର ହୋଇଥାଏ । ଅନେକ ସମୟରେ ଆପଣ ଦେଖିଥିବା ଯେ,ଇଡି ଦ୍ୱାରା ଉଦ୍ଧାର ନଗଦ ଟଙ୍କାର ଫଟୋ ଉପରେ  'ଇ' ଏବଂ 'ଡି' ଭଳି ଅକ୍ଷର ଥାଏ । ଯାହାର ଅର୍ଥ ହେଉଛି  ଜବତ ଅର୍ଥକୁ ଇଡି ଉଦ୍ଧାର କରିଛି । ଅନେକ ସମୟରେ ମନରେ ପ୍ରଶ୍ନ ଉଠିଥାଏ ଯେ, ଜବତ ଟଙ୍କାର କ’ଣ ହୋଇଥାଏ ? ତାକୁ କିଏ ରଖେ ? ଜବତ ଟଙ୍କା କ’ଣ ଇଡି କିମ୍ବା ଆୟକର ଅଫିସରେ ରୁହେ ?

ଆଇଟି ଓ ଇଡି ଅଫିସରେ ଜବତ ଟଙ୍କା ରୁହେ କି ?

ଇଡି, ସିବିଆଇ କିମ୍ବା ଆଇଟି ଜବତ କଳାଟଙ୍କାକୁ ନିଜ କାର୍ଯ୍ୟାଳୟ ପରିସରରେ ରଖନ୍ତି ନାହିଁ । ପ୍ରଥମେ ଅଭିଯୁକ୍ତଙ୍କୁ ଟଙ୍କାର ହିସାବ ଦେବାକୁ କୁହାଯାଏ,ଯଦି ଅଭିଯୁକ୍ତ  ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୁଅନ୍ତି ତେବେ ଟଙ୍କାକୁ ଆୟବର୍ହିଭୂତ ସମ୍ପତି ଭାବେ ଗଣାଯାଏ ।  ଏହା ପରେ ମନି ଲଣ୍ଡରିଂ ଆକ୍ଟ (PMLA) ର ବ୍ୟବସ୍ଥା ଅନୁଯାୟୀ ଟଙ୍କା ଜବତ କରାଯାଏ ।ଜବତ ହୋଇଥିବା ନଗଦ ଗଣିବାକୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ କୁହାଯାଏ । ଏହା ସହିତ ଜବତ ନଗଦ ଟଙ୍କାର ଏକ ତାଲିକା ପ୍ରସ୍ତୁତ କରାଯାଏ ।  ଯେଉଁଥିରେ 500, 200, 100, 100, 50 ଭଳି ନିର୍ଦ୍ଦିଷ୍ଟ ମାନର ଟଙ୍କାର ବିବରଣୀ ଉଲ୍ଲେଖ କରାଯାଏ ।

ଜବତ ହୋଇଥିବା ଟଙ୍କା କେଉଁଠାରେ ରଖାଯାଏ ?

ଟଙ୍କା ଗଣନା ଶେଷ ହେବା ପରେ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ନଗଦକୁ ବାକ୍ସରେ ସିଲ୍ କରାଯାଇଥାଏ । ଏହା ପରେ ନଗଦ ଟଙ୍କା ଏସବିଆଇ ଶାଖାକୁ ନିଆଯାଏ। ସେଠାରେ ଏହାକୁ ଏଜେନ୍ସିର ବ୍ୟକ୍ତିଗତ ଜମା (PD) ଆକାଉଣ୍ଟରେ ଜମା କରାଯାଏ । ପରେ ନଗଦ ଅର୍ଥ କେନ୍ଦ୍ର ସରକାରଙ୍କ ରାଜକୋଷକୁ ହସ୍ତାନ୍ତର କରାଯାଏ । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଅଦାଲତ ପ୍ରକ୍ରିୟା  ଶେଷ ହେବା ପରେ ହିଁ ନଗଦ ଟଙ୍କା ବ୍ୟବହାର କରାଯାଇପାରିବ । ମାମଲା ଉପରେ ଅଦାଲତଙ୍କ ଅନ୍ତିମ ରାୟ ନଆସିବା ପର୍ଯ୍ୟନ୍ତ ଆଇଟି, ଇଡି କିମ୍ବା ବ୍ୟାଙ୍କ କିମ୍ବା ସରକାର କେହି ମଧ୍ୟ ଏହି ଟଙ୍କାକୁ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରି ପାରିବେ ନାହିଁ ।

ଯଦି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି ତେବେ ଟଙ୍କା ଫେରି ପାଇବେ କି?

ନିୟମ ଅନୁସାରେ ଟଙ୍କା ଜବତ କରିବା ପରେ ଏଜେନ୍ସି ଏକ ଅସ୍ଥାୟୀ କୋରଖ ଆଦେଶ ଜାରି କରେ । ଜଣେ ବିଚାରପତିଙ୍କୁ ଛଅ ମାସ ମଧ୍ୟରେ କୋରଖ ଆଦେଶକୁ ନିଶ୍ଚିତ କରିବାକୁ ପଡିଥାଏ । ଏହି ଆଦେଶ ସୁନିଶ୍ଚିତ କରେ ଯେ ଜବତ ହୋଇଥିବା ନଗଦ ଅର୍ଥରୁ ଅଭିଯୁକ୍ତ ଲାଭ ଅର୍ଜନ  କରିପାରିବ ନାହିଁ। ଏଜେନ୍ସି କେବଳ 180 ଦିନ ପାଇଁ ନଗଦ ଟଙ୍କାକୁ ରଖିପାରିବ । ସେହି ସମୟ ମଧ୍ୟରେ ଏଜେନ୍ସିକୁ ଜବତ ଟଙ୍କା କଳା ଧନ ବା ଆର୍ୟବର୍ହିଭୂତ ବୋଲି  ପ୍ରମାଣ କରିବାକୁ ପଡିବ। ଯଦି ଏଜେନ୍ସି ତାହା କରିବାରେ ବିଫଳ ହୁଏ, ତେବେ ଟଙ୍କା ସ୍ୱୟଂଚାଳିତ ଭାବରେ ଅଭିଯୁକ୍ତଙ୍କ ନିକଟକୁ ଫେରିଯାଏ । ଟଙ୍କା କିପରି ବ୍ୟବହାର ହେବ ତାହା ମାମଲାର ଫଳାଫଳ ଉପରେ ନିର୍ଭର କରେ। ଯଦି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୁଏ ତେବେ ନଗଦ ଟଙ୍କା ଫେରସ୍ତ କରାଯାଇଥାଏ। ଅନ୍ୟଥା, ଯଦି ଦୋଷୀ ସାବ୍ୟସ୍ତ ହୁଏ, ତେବେ ଟଙ୍କା ସରକାରଙ୍କ ପାଖକୁ ଚାଲିଯାଏ ।

ଧୀରଜ ସାହୁଙ୍କର ପୁରା ମାମଲା କ’ଣ?

ଝାଡଖଣ୍ଡରୁ କଂଗ୍ରେସ(ରାଜ୍ୟସଭା) ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଓଡିଶାର ବଲାଙ୍ଗୀର ଜିଲ୍ଲାର ସୁଦାପଡାସ୍ଥିତ ଡିଷ୍ଟିଲରି ୟୁନିଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଆୟକର ଅଧିକାରୀମାନେ ବୁଧବାର ଦିନ ଓଡିଶା ସ୍ଥିତ ଡିଷ୍ଟିଲାରୀ କମ୍ପାନୀ ବୌଦ ଡିଷ୍ଟିଲାରୀ ପିଭି ଲିମିଟେଡର ବିଭିନ୍ନ ସ୍ଥାନରେ ଏବଂ ବାଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ଭୁବନେଶ୍ୱର ଓ ପଶ୍ଚିମବଙ୍ଗର କୋଲକାତା ଏବଂ ଝାଡଖଣ୍ଡର ବୋକାରୋ ଠାରେ ଏକକାଳୀନ ଚଢାଉ କରିଥିଲେ। । ଅଧିକାରୀମାନେ ବଲାଙ୍ଗୀର ଜିଲ୍ଲାର ସୁଦାପଡା ଡିଷ୍ଟିଲରି ୟୁନିଟରେ ଦୁଇଟି ସେଲରେ ରଖାଯାଇଥିବା ବିପୁଳ ନଗଦ ଟଙ୍କା ପାଇଥିଲେ। ପରେ ଅଧିକାରୀମାନେ ଗଣନା ପାଇଁ 156 ବ୍ୟାଗରେ ଥିବା ନଗଦକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିକଟତମ ଶାଖାକୁ ନେଇଥିଲେ। ଡିଷ୍ଟିଲରି କମ୍ପାନୀରୁ ଉଦ୍ଧାର ହୋଇଥିବା ନଗଦ 200 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ପରେ ଆଇଟି ଅଧିକାରୀମାନେ ଶୁକ୍ରବାର ଦିନ ସୁଦପରା ଡିଷ୍ଟିଲିରି ୟୁନିଟର ମ୍ୟାନେଜର ବଣ୍ଟି ସାହୁଙ୍କ ଘରେ ଖୋଜାଖୋଜି ବେଳେ ଅଧିକ ନଗଦ ଟଙ୍କା ଜବତ କରିଥିଲେ।