Property Rights: ଜେଜେବାପାଙ୍କ ସମ୍ପତ୍ତି ଉପରେ ନାତି-ନାତୁଣୀଙ୍କ କେତେ ରହିଛି ଅଧିକାର? ଜାଣନ୍ତୁ କ'ଣ କୁହେ ଆଇନ
Advertisement
Article Detail0/zeeodisha/odisha2011157

Property Rights: ଜେଜେବାପାଙ୍କ ସମ୍ପତ୍ତି ଉପରେ ନାତି-ନାତୁଣୀଙ୍କ କେତେ ରହିଛି ଅଧିକାର? ଜାଣନ୍ତୁ କ'ଣ କୁହେ ଆଇନ

Property Rights: ଜେଜେବାପାଙ୍କ ଅଧିଗ୍ରହଣ ଓ ଉତ୍ତରାଧିକାରୀ ସମ୍ପତ୍ତି ଉପରେ ଅଧିକାରକୁ ନେଇ ବିଭିନ୍ନ ନିୟମ ଅଛି । ଏଠାରେ ଜାଣନ୍ତୁ...

 

Property Rights

Land Rights: ସମ୍ପତ୍ତି ଉପରେ ଅଧିକାର ଓ ଦାବି ସମ୍ବନ୍ଧୀୟ ନିୟମ ବିଷୟରେ ଲୋକମାନଙ୍କର ଆଇନଗତ ବୁଝାମଣା ଓ ଜ୍ଞାନ କମ୍ ଥାଏ । ସମ୍ପତ୍ତି ସହ ଜଡିତ ନିୟମ ଓ ଅଧିକାର ସମ୍ବନ୍ଧରେ ସଠିକ୍ ସୂଚନା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମ୍ପୃକ୍ତ ସମସ୍ତ ପକ୍ଷଙ୍କର ନିଜସ୍ୱ ଆଇନଗତ ଦାବି ରହିଛି । ଏହିପରି ଗୋଟିଏ ବିଷୟ ଜେଜେବାପାଙ୍କ ସମ୍ପତ୍ତି ଉପରେ ନାତି ନାତୁଣୀଙ୍କ ଅଧିକାର ସହିତ ଜଡିତ । ଏହି ଆର୍ଟିକିଲରେ, ଆମେ କହିବୁ ନାତିଙ୍କ ଜେଜେବାପାଙ୍କ ସମ୍ପତ୍ତି ଉପରେ ନାତି ନାତୁଣୀଙ୍କ କେଉଁ ଅଧିକାର ଅଛି ଓ ସେ କେଉଁ ସମ୍ପତ୍ତି ଆଇନଗତ ଭାବରେ ଦାବି କରିପାରିବେ -

ନିଜେ ଅର୍ଜିତ ସମ୍ପତ୍ତି ଉପରେ କୌଣସି ଆଇନଗତ ଅଧିକାର ନାହିଁ
ଜେଜେବାପାଙ୍କ ଅର୍ଜିତ ସମ୍ପତ୍ତି ଉପରେ ନାତି ନାତୁଣୀଙ୍କର ଆଇନଗତ ଅଧିକାର ନାହିଁ । ଜେଜେବାପା ନିଜେ ଇଚ୍ଛା ଅନୁଯାୟୀ କୈଣସି ବ୍ୟକ୍ତିଙ୍କୁ ଏହି ସମ୍ପତ୍ତି ଦେଇପାରିବେ । ଯଦି କାହା ନାଁ ରେ ନକରି ଜେଜେବାପା ମରିଯାନ୍ତି, ତା’ହେଲେ ତାଙ୍କ ସମ୍ପତ୍ତି ପ୍ରାଥମିକ ଆଇନଗତ ଉତ୍ତରାଧିକାରୀ ଯଥା ପତ୍ନୀ, ପୁଅ ଓ ଝିଅ ପରି ସମ୍ଫର୍କୀୟଙ୍କ ନିକଟକୁ ଯିବ, ଯିଏ ସେହି ସମ୍ପତ୍ତି ଉପରେ ଆଇନଗତ ଅଧିକାର ପାଇବ । ଯଦି ନାତି-ନାତୁଣୀଙ୍କ ବାପା ଜୀବିତ ତେବେ ସେ ଜେଜେବାପାଙ୍କ ସମ୍ପତ୍ତିରେ କୌଣସି ଅଂଶ ଦାବି କରିପାରିବେ ନାହିଁ ।

ପୈତୃକ ସମ୍ପତ୍ତି ଉପରେ ଅଧିକାର 
ପିତୃପୁରୁଷଙ୍କ ସମ୍ପତ୍ତି ଉପରେ ନାତି-ନାତୁଣୀଙ୍କ ଏକ ଆଇନଗତ ଅଧିକାର ଅଛି । ଏ ସମ୍ପର୍କରେ କୌଣସି ବିବାଦ ହେଲେ ସେ ସିଭିଲ କୋର୍ଟକୁ ଯାଇପାରିବେ । ତାଙ୍କ ପିତା କିମ୍ବା ଜେଜେବାପା ତାଙ୍କ ପିତୃପୁରୁଷଙ୍କଠାରୁ ଉତ୍ତରାଧିକାରୀ ହୋଇଥିବା ପୈତୃକ ସମ୍ପତ୍ତିର ଅଧିକାର ସହିତ ସମାନ ଭାବରେ ସେ ଏହି ସମ୍ପତ୍ତି ପାଇବାକୁ ହକଦାର ।

ପୈତୃକ ସମ୍ପତ୍ତି କ'ଣ?
ଯେଉଁ ସମ୍ପତ୍ତିର ପିତୃପୁରୁଷଙ୍କଠାରୁ ଉତ୍ତରାଧିକାରୀ ଭାବେ ମିଳିଛି, ତାହାକୁ ପୈତୃକ ସମ୍ପତ୍ତି କୁହାଯାଏ । ଯେପରି ଅଣ ଜେଜେ ଠାରୁ ଜେଜେବାପା, ଜେଜେବାପା ଠାରୁ ପିତା ଓ ପରେ ପିତା ଠାରୁ ନାତି ପର୍ଯ୍ୟନ୍ତ । ଏହି ସମ୍ପତ୍ତି ସମ୍ବନ୍ଧୀୟ ନିୟମଗୁଡ଼ିକ ଆତ୍ମ-ଅର୍ଜିତ ସମ୍ପତ୍ତିଠାରୁ ଭିନ୍ନ ।

ଜଣେ ଓକିଲଙ୍କ ସାହାଯ୍ୟ ନେବା ଭଲ ହେବ
ନାତି-ନାତୁଣୀଙ୍କ ଯଦି ପୈତୃକ ସମ୍ପତ୍ତି ଉପରେ ଏକ ବୌଧ ଆଇନଗତ ଦାବି ଥାଏ, ତେବେ ସମ୍ପତ୍ତି ପାଇବା ପାଇଁ ଜଣେ ବୃତ୍ତିଗତ ଓକିଲଙ୍କ ସାହାଯ୍ୟ ନେବା ତାଙ୍କ ପାଇଁ ଭଲ ହେବ । ଏହା ସହିତ, ଆପଣ କେବଳ ଜମି କିମ୍ବା ସମ୍ପତ୍ତି ବିବାଦ ସହ ଜଡିତ ଜଟିଳତାରେ ଫସି ରହିବେ ନାହିଁ, ଆପଣ ନ୍ୟାୟିକ ପ୍ରକ୍ରିୟାର ଜଟିଳତାକୁ ମଧ୍ୟ ଏଡ଼ାଇବାକୁ ସମର୍ଥ ହେବେ ।