Pakistan Ukraine Relations: ଯୁଦ୍ଧ ବେଳେ କାଙ୍ଗାଳ ପାକିସ୍ତାନ ଭରସାରେ ବର୍ବାଦ ୟୁକ୍ରେନ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1885875

Pakistan Ukraine Relations: ଯୁଦ୍ଧ ବେଳେ କାଙ୍ଗାଳ ପାକିସ୍ତାନ ଭରସାରେ ବର୍ବାଦ ୟୁକ୍ରେନ, ଜାଣନ୍ତୁ ପୁରା ଘଟଣାକ୍ରମ

Pakistan Ukraine Support: ଆର୍ଥିକ ସଂକଟର ସାମ୍ନା କରୁଥିବା ପାକିସ୍ତାନ ସମ୍ପର୍କରେ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଏହି ଖବର ଏପରି ଏକ ସମୟରେ ଆସିଛି ଯେତବେଳେ ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। 

Pakistan Ukraine Relations: ଯୁଦ୍ଧ ବେଳେ କାଙ୍ଗାଳ ପାକିସ୍ତାନ ଭରସାରେ ବର୍ବାଦ ୟୁକ୍ରେନ, ଜାଣନ୍ତୁ ପୁରା ଘଟଣାକ୍ରମ

Pakistan Ukraine Deal: ପଡ଼ୋଶୀ ପାକିସ୍ତାନର ଆର୍ଥିକ ସ୍ଥିତି ବିଶ୍ୱ ସମୁଦାୟ ଠାରୁ ଲୁଚି ନାହିଁ। ଆର୍ଥିକ ସହାୟତା ପାଇବା ପାଇଁ ପାକିସ୍ତାନ ବିଶ୍ୱର ସମସ୍ତ ଦେଶ ଆଡ଼କୁ ହାତ ବଢାଇସାରିଛି। ଏବେ ପାକିସ୍ତାନ-ୟୁକ୍ରେନ ମଧ୍ୟରେ ମଧ୍ୟରେ ଏକ ଗୁପ୍ତ ବୁଝାମଣା ଚୁକ୍ତି ପ୍ରକାଶ ପାଇବା ସମସ୍ତଙ୍କୁ ଚକିତ କରିଛି। ଉଭୟ କାଙ୍ଗାଳ ପାକିସ୍ତାନ ଯୁଦ୍ଧ କାରଣରୁ ବର୍ବାଦ ହୋଇଥିବା ୟୁକ୍ରେନ ଲାଗି ଏକ ଆଚମ୍ବିତ କରିବା ଭଳି କାମ କରିଛି। ଯାହା ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।  

ପାକିସ୍ତାନ-ୟୁକ୍ରେନ ଗୁପ୍ତ ଚୁକ୍ତି
ଅର୍ଥ ଅଭାବର ସମ୍ମୁଖୀନ ହେଉଥିବା ପାକିସ୍ତାନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ (Pakistan Arms Sales to Ukraine) କରି ଟଙ୍କା ଜମା କରିଛି। ନଗଦ ସଙ୍କଟ ସମସ୍ୟାର ସାମ୍ନା କରୁଥିବା ପାକିସ୍ତାନ (Pakistan) ୟୁକ୍ରେନ (Ukraine) ବ୍ୟବହାର ପାଇଁ ଗୁପ୍ତରେ ଆମେରିକାକୁ (USA) ଅସ୍ତ୍ର ବିକ୍ରୟ କରିଥିଲା। ଯାହାକି ଚଳିତ ବର୍ଷ ଆରମ୍ଭରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ (International Monetary Fund) ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା ପାଇବାରେ ସହାୟକ ହୋଇଥିଲା। ଏକ ରିପୋର୍ଟ ମାଧ୍ୟମରେ ପାକିସ୍ତାନ-ଆମେରିକା (Pakistan-US) ସରକାରଙ୍କ ଆଭ୍ୟନ୍ତରୀଣ ଦସ୍ତାବିଜ ଆଧାରରେ ଏପରି ଦାବି କରାଯାଇଛି। ଅନଲାଇନ୍ ଅନୁସନ୍ଧାନକାରୀ ୱେବସାଇଟ୍ "ଦି ଇଣ୍ଟରସେପ୍ଟ" ରିପୋର୍ଟ ଅନୁସାରେ ଏହି ଅସ୍ତ୍ର ଶସ୍ତ୍ର ୟୁକ୍ରେନ ସୈନ୍ୟଙ୍କୁ (Ukrainian Armed Forces) ଯୋଗାଣ ପାଇଁ ବିକ୍ରି ହୋଇଛି। ଯାହା ଏପରି ଏକ ସଂଘର୍ଷରେ ପାକିସ୍ତାନର ସମ୍ପୃକ୍ତିକୁ ଦର୍ଶାଉଛି। ଯେଉଁଥିରେ କୌଣସି ପକ୍ଷରେ ସାମିଲ ହେବା ପାଇଁ ଆମେରିକୀୟ ଚାପର ସାମ୍ନା କରିବାକୁ ପଡୁଛି।

ଦାବିକୁ ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ 
ଋଷିଆ ସହ ଚାଲିଥିବା ଯୁଦ୍ଧ (Russia Ukraine War) ବେଳେ ୟୁକ୍ରେନ ସୈନ୍ୟଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଉଥିବା ନେଇ କରାଯାଉଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି ପାକିସ୍ତାନ। ଏନେଇ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ (Pakistan Foreign Affairs Office) ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଆମେରିକୀୟ ଅନଲାଇନ୍ ଅନୁସନ୍ଧାନକାରୀ ୱେବସାଇଟ୍ ପକ୍ଷରୁ ପ୍ରକାଶିତ ଏ ସମ୍ପର୍କିତ ରିପୋର୍ଟ ଭିତ୍ତିହୀନ ଏବଂ ମିଥ୍ୟା। ନଗଦ ଟଙ୍କା ସହ ସଂଘର୍ଷ କରୁଥିବା ଦେଶ ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛି। ଯାହା ଦ୍ୱାରା ଜୁନ୍ ଶେଷରେ ଆଇଏମ୍ଏଫ୍ ସହିତ ୩ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଚୁକ୍ତି ଏବଂ ଏହାର ଦେୟକୁ ଏଡାଇ ଦିଆଯାଇ ପାରିବ।

ସମ୍ପର୍କ ସୁଧାରିବାକୁ ହେଉଛି ଚେଷ୍ଟା
ଗତ ବର୍ଷରୁ ଋଷିଆ-ୟୁକ୍ରେନ ମଧ୍ୟରେ ସଙ୍କଟ (Russia Ukraine Crisis) ଆରମ୍ଭ ହେବା ପରଠାରୁ ଆମେରିକା-ଋଷିଆ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନ ସଂଘର୍ଷ କରିଆସୁଛି। 'ଡନ୍ ନ୍ୟୁଜ୍' ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଉଦ୍ଦେଶ୍ୟରେ କହିଛି ଯେ ପାକିସ୍ତାନ ଏବଂ ଆଇଏମ୍ଏଫ୍ ମଧ୍ୟରେ ପାକିସ୍ତାନ ପାଇଁ ଆଇଏମ୍ଏଫ୍ ଚୁକ୍ତି ଉପରେ ସଫଳ ବୁଝାମଣା ହୋଇଥିଲା। ଯାହା ଆବଶ୍ୟକୀୟ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ଉଦ୍ଦିଷ୍ଟ। ଏହି ଚୁକ୍ତିକୁ ଅନ୍ୟ କୌଣସି ରଙ୍ଗ ଦେବା ଏକ ପ୍ରତାରଣାକାରୀ ପଦକ୍ଷେପ।

ପାକିସ୍ତାନ ପରେ ଦାବିକୁ ଖାରଜ କଲା ୟୁକ୍ରେନ 
ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ ଋଷିଆ-ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ପାକିସ୍ତାନ କଠୋର ନିରପେକ୍ଷ ନୀତି ବଜାୟ ରଖିଛି। ସେମାନଙ୍କୁ କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ଗୁଳିଗୋଳା ଅଥବା ହତିଆର ଯୋଗାଇ ଦିଆଯାଇ ନାହିଁ। 'ଡନ୍' ଅନୁଯାୟୀ ଗତ ଜୁଲାଇ ମାସରେ ପାକିସ୍ତାନ ଗସ୍ତ ସମୟରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା ମଧ୍ୟ ଏପରି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ଇସଲାମାବାଦ ଯୁଦ୍ଧ ବେଳେ କୀଭ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଯୋଗାଉଛି।

ବିଲାୱାଲ ଭୁଟ୍ଟୋ କ'ଣ କହିଥିଲେ?
ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ଆରମ୍ଭରୁ ପାକିସ୍ତାନ ୟୁକ୍ରେନ ସହ ସାମରିକ ସାମଗ୍ରୀ ଯୋଗାଣ ପାଇଁ କୌଣସି ଚୁକ୍ତିନାମା କରିନାହିଁ। ଏହାପୂର୍ବରୁ ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ୟୁକ୍ରେନ ଉଦ୍ଦେଶ୍ୟେରେ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ପାକିସ୍ତାନ ୱାର୍ସ ଠାରେ ଏକ ପ୍ରତିରକ୍ଷା ବାଣିଜ୍ୟ କମ୍ପାନୀ ପ୍ରତିଷ୍ଠା କରିଛି।

ୟୁକ୍ରେନ ସେନା କମାଣ୍ଡର ଏହି ଚୁକ୍ତି ବିଷୟରେ ଉଲ୍ଲେଖ କରିଥିଲେ
ଗତ ଅପ୍ରେଲ ମାସରେ ଏକ ସାକ୍ଷାତକାରରେ ଜଣେ ୟୁକ୍ରେନ ସେନା କମାଣ୍ଡର ପାକିସ୍ତାନ ସମେତ ଅନ୍ୟ ଦେଶରୁ ରକେଟ୍ ଗ୍ରହଣ କରିବା ବିଷୟରେ କହିଥିଲେ। ହେଲେ ପାକିସ୍ତାନୀ ଅଧିକାରୀ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ଆଇଏମ୍ଏଫ୍ ଜୁଲାଇରେ ନଗଦ ସଙ୍କଟର ସାମ୍ନା କରୁଥିବା ପାକିସ୍ତା ପାଖକୁ ୧.୨ ବିଲିୟନ ଆମେରିକୀୟ ଡଲାର ହସ୍ତାନ୍ତର କରିଛି। ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ସ୍ଥିର କରିବା ପାଇଁ ସରକାରଙ୍କ ଉଦ୍ୟମକୁ ସହାୟତା କରିବା ପାଇଁ ୯ ମାସ ମଧ୍ୟରେ ୩ ବିଲିୟନ ଡଲାର ଯୋଗାଇବା ଏହି କାର୍ଯ୍ୟକ୍ରମର ଏକ ଅଂଶ।