Cyclone Titli : ହାପି ବାର୍ଥ ଡେ ତିତିଲି, 'ତମ ଆଗମନ ଓଡିଶା ପାଇଁ ଭାରି ବିପଦ'
Advertisement
Article Detail0/zeeodisha/odisha1389118

Cyclone Titli : ହାପି ବାର୍ଥ ଡେ ତିତିଲି, 'ତମ ଆଗମନ ଓଡିଶା ପାଇଁ ଭାରି ବିପଦ'

Cyclone Titli : ତିତିଲି ବାତ୍ୟାକୁ ପୁରିଛି ଚାରି ବର୍ଷ । ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ । ପ୍ରଥମେ ଜି ଓଡିଶାରେ ଖବର ପ୍ରସାରଣ ପରେ ଚେତିଥିଲେ ସରକାର ।

ସୌଜନ୍ୟ : ସୋସିଆଲ ମିଡିଆ

Cyclone Titli : ତିତିଲି ମହାବାତ୍ୟାର ସେହି କାଳରାତ୍ରୀକୁ ବିତିଛି ଚାରି ବରଷ । ଏବେବି ସିହରଣ ହୋଇ ଉଠେ ପ୍ରକୋପର କରାଳ ରୂପକୁ ସ୍ମରଣ କଲେ। ଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଥିବା ପଥର ଗୁମ୍ଫା ସହ ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ । ପ୍ରଥମେ ଜି ଓଡିଶାରେ ଖବର ପ୍ରସାରଣ ପରେ ଚେତିଥିଲେ ସରକାର ।  ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ସମବେଦନା ପାଇଁ ପହଞ୍ଚିଥିଲେ ଘଟଣା ସ୍ଥଳରେ। କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କରିଥିଲେ, ତେବେ ବର୍ତ୍ତମାନ ସ୍ଥିତି ଅନେକ ବଦଳି ଯାଇଛି ।

ବାତ୍ୟା ପୂର୍ବାଭାସ ସତର୍କତା ସତ୍ତ୍ବେ ପ୍ରକୃତିର ପ୍ରକୋପ ଆଗରେ ସେଦିନ ହାରମାନିଥିଲା ସରକାରଙ୍କ ଜିରୋ କାଜୁଆଲିଟିର ପ୍ରୟାସ। ଘଟଣା କିଛି ଏମିତି ଥିଲା ୨୦୧୮ ଅକ୍ଟୋବର ୧୦ ତାରିଖ  ଅର୍ଥାତ୍ ଆଜକୁ ଚାରିବର୍ଷ ପୂର୍ବେ ମହାବାତ୍ୟା ତିତିଲି ଗଜପତି ଜିଲ୍ଲାରେ ତାଣ୍ଡବ ରଚିଥିଲା ।  ଦେଖୁ ଦେଖୁ କେଇ ଘଣ୍ଟା ମଧ୍ୟରେ ସବୁ ଛାରଖାର କରିଦେଇଥିଲା , ରାତି ତମାମ ପବନ ସାଙ୍ଗକୁ ଭିଷଣ ବର୍ଷା ଫଳରେ ସମତଳ ଆଉ ସହରିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା।  ଜୁଆଡେ ଦେଖିବେ ସିଆଡେ ଉପାଡି ପଡ଼ିଥିଲା ବଡ ବଡ ଗଛ । ବିଦ୍ୟୁତ ଖୁଣ୍ଟ, ସବୁଆଡେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । 

ସକାଳୁ ସକାଳୁ ସହର ଓ ତା ଆଖପାଖ ଅଞ୍ଚଳର ବାତ୍ୟା କ୍ଷତିଗ୍ରସ୍ତ ଖବର ସଂଗ୍ରହ କରୁକରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବନ୍ୟାରେ ସହର ତଳି ଅଞ୍ଚଳରେ ଘରେ ପାଣି ପଶିଯିବାରୁ ଫସି ରହିଥିବା ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ସେ ଖବର ସଂଗ୍ରହ କରୁଥିବା ବେଳେ ସୂଚନା ଆସି ପହଞ୍ଚିଲା ଆନ୍ଧ୍ର ସୀମାବର୍ତ୍ତି ଅଞ୍ଚଳ ରାୟଗଡ଼ା ବ୍ଳକ ଗଙ୍ଗାବାଡ ପଞ୍ଚାୟତର ପାହାଡ ଧସି ଏକାଧିକ ଲୋକଙ୍କ ଜୀବନ ଯାଇଛି। ଖବର ଶୁଣି ଅବାକ ହୋଈଯାଇଥିଲୁ , କିନ୍ତ ସଠିକ୍ ସୂଚନା ନ ଥିବା କାରଣରୁ ପ୍ରଶାସନ ସହ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲା ।

ଦାୟିତ୍ଵ ଗଣମାଧ୍ୟମ ହିସାବରେ ପ୍ରଶାସନର ସ୍ପଷ୍ଟ ସୂଚନାକୁ ଅପେକ୍ଷା ନ କରି ଗନ୍ତବ୍ୟ ସ୍ଥଳକୁ ବାହାରି ପଡିଥିଲୁ । ବାତ୍ୟା ଯୋଗୁଁ ରାସ୍ତା ନଥିବାରୁ ବହୁ କଷ୍ଟ ସ୍ବତ୍ତ୍ବେ ଚାଲି ଚାଲି ବିଳମ୍ବରେ ପହଞ୍ଚି ସମ୍ପର୍କରେ ଜାଣି ଘଟଣା ସ୍ଥଳରୁ ପ୍ରଥମେ ଜି ଓଡିଶା ହିଁ ଖବର ପ୍ରସାରଣ କରିଥିଲା । ଏଣେ ତେଣେ ହୋଇ ଖଣ୍ଡିଆ ଖବରା ହୋଇ ମୃତଦେହ ସବୁ ପଡି ରହିଥିବା ବେଳେ ରାତିର ଅନ୍ଧାର ଯୋଗୁଁ କଷ୍ଟକର ହୋଇଥିଲା ପ୍ରସାରଣ  କିନ୍ତୁ ସେତେବେଳକୁ ସରକାର ତିତିଲି ମହାବାତ୍ୟାରେ କେହି ମୃତ୍ୟୁବରଣ କରିନଥିବା ଏବଂ ସରକାରଙ୍କ ଜିରୁ କାଜୁଆଲିଟି ମିସନ ସଫଳ ହୋଇଥିବା ଘୋଷଣା ସରିଥିଲା । ମାତ୍ର ପାହାଡ ଧସି ଏକାଧିକ ଲୋକଙ୍କ ମୃତ୍ୟୁ ଖବର ପ୍ରସାରଣ ପରେ ସାରା ରାଜ୍ୟରେ ଚହଳ ପଡ଼ିଥିଲା ଆଉ ସରକାରଙ୍କ ଚେତା ପଶିଥିଲା ସେହି କ୍ଷଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘୋଷଣା କରିଥିଲେ। ପରେ ସକାଳୁ ସକାଳୁ ଘଟଣା ସ୍ଥଳରେ ରାଜନେତା, ଅଧିକାରୀ ଓ ଗଣମାଧ୍ୟମର ଲମ୍ବା ଲାଇନ ଲାଗିଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ପାହାଡ ଉପରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ସାତୋଟି ସ୍ଥାନରେ ୬୦୦ ପରିବାରକୁ ଥଇଥାନ ପାଇଁ ଆରମ୍ଭ ହେଲା ଗୃହ ନିର୍ମାଣ କାର୍ଯ୍ୟ। ଅନେକାଂଶ ପରିବାର ସ୍ଥାନାନ୍ତର ହୋଇଥିବା ବେଳେ କିଛି ଆନୁସାଙ୍ଗିକ ବ୍ୟବସ୍ଥା ଏବେବି ବାକି ରହିଛି ନୂତନରେ ଗ୍ରାମ ଗୁଡିକରେ। ଜୀବନ ଜୀବିକା ସହ ଶିକ୍ଷା ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନର ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ତଥାପି କିଛି କିଛି ବାକି ରହିଛି । ନୁତନ ଭାବରେ ନିର୍ମିତ ହୋଇଥିବା ଗ୍ରାମକୁ ପକ୍କା ସଡକ ଓ ବିଦ୍ୟାଳୟର ବ୍ୟବସ୍ଥା ହୋଇପାରି ନାହିଁ ।

ଏହାବି ପଢନ୍ତୁ : Cyclone meeting : ଓଡିଶାକୁ ବାତ୍ୟା ଭୟ ! ସତର୍କ କରାଇଲା ଆମେରିକୀୟ ମଡେଲ

କିଛି ଗ୍ରାମବାସୀ ଜୀବିକା ସହ ଜଡ଼ିତ ଥିବାରୁ, ପୂର୍ଣ୍ଣ ମାତ୍ରାରେ ସ୍ଥାନାନ୍ତରିତ ହୋଇ ପାରିନାହାନ୍ତି । କେବଳ ଜୀବନ ବଞ୍ଚାଈବା ସ୍ଥାନାନ୍ତର ପରେ ଜୀବିକା ନିର୍ବାହ ପାଇଁ ଚାଷ ଜମି ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଥିବା ବେଳେ ତାହା ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ନାହିଁ । ଜିଲ୍ଲାରେ ଏହିପରି ଅନେକ ଗାଁ ପର୍ବତ ଶିଖରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଏବେ ବି ବର୍ଷା ବାତ୍ୟା ଭଳି ବିପଦ ସଙ୍କେତ ଜାରି ହେଲେ ବାରମ୍ବାର ସ୍ଥାନାନ୍ତର ହେଉଛନ୍ତି ସୁରକ୍ଷିତ ସ୍ଥାନକୁ।