G-Mail users can now delete bulk messages: ଆସିଗଲା ନୂଆ ଅପଡେଟ୍, ଗୋଟିଏ କ୍ଲିକରେ ଜି ମେଲରେ ଡିଲିଟ୍ ହେବ ସବୁ ମେସେଜ
Advertisement
Article Detail0/zeeodisha/odisha1965198

G-Mail users can now delete bulk messages: ଆସିଗଲା ନୂଆ ଅପଡେଟ୍, ଗୋଟିଏ କ୍ଲିକରେ ଜି ମେଲରେ ଡିଲିଟ୍ ହେବ ସବୁ ମେସେଜ

  ଜି ମେଲର ସବୁ ମେସେଜକୁ ଏକା ସାଙ୍ଗରେ ଡ଼ିଲିଟ୍ କରିବା ବର୍ତ୍ତମାନ ସୁଦ୍ଧା ସମ୍ଭବ ହେଉନଥିଲା । କିନ୍ତୁ ଏହା ଏବେ ସମ୍ଭବ ହେବ । ଗୋଟିଏ କ୍ଲିକରେ ଏବେ ଜି ମେଲରେ ସବୁ ଇ-ମେଲ ଡିଲିଟ୍ କରିହେବ । ଆସନ୍ତୁ ଜାଣିବା ଏହା ଉପାୟ । ଗୁଗୁଲ ପ୍ରତ୍ୟେକ ଜି ମେଲ ବ୍ୟବହାରକାରୀଙ୍କୁ ୧୫ ଜିବିର ଫ୍ରି ଷ୍ଟୋରେ

SOCIAL MEDIA

G-Mail users can now delete bulk messages: 

ଜି ମେଲର ସବୁ ମେସେଜକୁ ଏକା ସାଙ୍ଗରେ ଡ଼ିଲିଟ୍ କରିବା ବର୍ତ୍ତମାନ ସୁଦ୍ଧା ସମ୍ଭବ ହେଉନଥିଲା । କିନ୍ତୁ ଏହା ଏବେ ସମ୍ଭବ ହେବ । ଗୋଟିଏ କ୍ଲିକରେ ଏବେ ଜି ମେଲରେ ସବୁ ଇ-ମେଲ ଡିଲିଟ୍ କରିହେବ । ଆସନ୍ତୁ ଜାଣିବା ଏହା ଉପାୟ ।

ଗୁଗୁଲ ପ୍ରତ୍ୟେକ ଜି ମେଲ ବ୍ୟବହାରକାରୀଙ୍କୁ ୧୫ ଜିବିର ଫ୍ରି ଷ୍ଟୋରେଜ ଦେଇଥାଏ । ଯାହାର ବ୍ୟବହାର ବ୍ୟବହାରକାରୀ ଗୁଗୁଲ ଫଟୋ, ଇ-ମେଲ ଏବଂ ଗୁରୁଲ ଡ଼୍ରାଇଭ ପାଇଁ ବ୍ୟବହାର କରି ପାରିବେ । କିଛି ବ୍ୟବହାରକାରୀଙ୍କୁ ଏତିକି ଷ୍ଟୋରେଜରେ କାମ ହୋଇଯାଏ । କିନ୍ତୁ ଅଧିକାଂଶ ବ୍ୟବହାରକାରୀଙ୍କୁ ଆହୁରି ଅଧିକ ଷ୍ଟୋରେଜର ଆବଶ୍ୟକତା ପଡ଼େ । ଜି-ମେଲ ଷ୍ଟୋରେଜ କମ୍ ହେଲେ ବ୍ୟବହାରକାରୀଙ୍କ ପାଖରେ ଦୁଇଟି ବିକଳ୍ପ ଥାଏ । ପ୍ରତମ ଟି ହେଉଛି କି ଷ୍ଟୋରେଜ କିଣିବାକୁ ପଡ଼େ ନଚେତ୍ ପୁରୁଣା ଇ-ମେଲକୁ ଡିଲିଟ୍ କରିବାକୁ ପଡ଼େ । ପ୍ରଥମ ଉପାୟରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । କିନ୍ତୁ ଦ୍ବିତୀୟ ବିକଳ୍ପ ବିନା ମୂଲ୍ୟରେ ହୁଏ । ଜି ମେଲର ସବୁ ଇମେଲକୁ ଏକା ସାଙ୍ଗରେ ଡ଼ିଲିଟ୍ କରିବା ସମ୍ଭବ ହେଉନଥିଲା । କିନ୍ତୁ ଏବେ ଏହା ସମ୍ଭବ । ଗୋଟିଏ କ୍ଲିକରେ ଜି-ମେଲର ସବୁ ଇ-ମେଲ ଡିଲିଟ୍ କରିହେବ ।

ଗୋଟିଏ କ୍ଲିକରେ କେମିତି ହେବ ସବୁ ଇମେଲ ଡିଲିଟ୍

  • ପ୍ରଥମେ ଫୋନ ଏବଂ ଲାପଟପରେ ଓ୍ବେବ ବ୍ରାଉଜରରେ ଜି ମେଲ ଲଗ ଇନ୍ କରନ୍ତୁ ।
  • ଏବେ ଜି ମେଲର ଇନବକ୍ସରେ ସବୁଠୁ ଉପରେ ଦେଖାଯାଉଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ ।
  • ଏହାପରେ ଗୋଟିଏ ପେଜରେ ଦେଖାଯାଉଥିବା ସବୁ ଇମେଲ୍ ସିଲେକ୍ଟ ହୋଇଯିବ ।
  • ଏବେ ବ୍ଲୁ ରଙ୍ଗରେ ଡ଼ାହାଣ ପାର୍ଶ୍ବରେ Select all X conversations in Primary ଅପ୍ସନ ଆସିବ ।
  • ଏହା ଉପରେ କ୍ଲିକ କରନ୍ତୁ । ଏହାପରେ ସବୁ ସବୁ ଇ-ମେଲ ସିଲେକ୍ଟ ହୋଇଯିବ ।
  • ଏହାପରେ ନିଲିଟ୍ ଉପରେ କ୍ଳିକ୍ କରି ସବୁ ଇ-ମେଲ ଡ଼ିଲିଟ୍ କରନ୍ତୁ
  • ଏହି ପ୍ରକାରରେ ପ୍ରମୋସନାଲ ଏବଂ ସୋସିଆଲ ଇ-ମେଲ ଗୁଡ଼ିକୁ ମଧ୍ୟ ଡିଲିଟ୍ କରି ପାରିବେ ।