ଆଜିଠାରୁ ଏହି ସବୁ ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନ ଚେତ୍ ବିବାହ ପୂର୍ବରୁ ହିଁ ହେବେ ଚନ୍ଦାପଣର ଶିକାର
Advertisement
Article Detail0/zeeodisha/odisha1249421

ଆଜିଠାରୁ ଏହି ସବୁ ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନ ଚେତ୍ ବିବାହ ପୂର୍ବରୁ ହିଁ ହେବେ ଚନ୍ଦାପଣର ଶିକାର

ବିଗତ ଦିନରେ ଚନ୍ଦାପଣକୁ ବୟସର ଛାପ ବୋଲି ବିବେଚନା କରାଯାଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ୨୫ରୁ ୩୦ ବର୍ଷର ଯୁବକମାନେ ମଧ୍ୟ କେଶ ଝଡିବାର ଶିକାର ହେଉଛନ୍ତି । ଅନେକ ଲୋକେ ବିବାହ ପୂର୍ବରୁ କେଶ ଝଡିବାର ଶିକାର ହୋଇଥାଆନ୍ତି ଯାହା ପରବର୍ତ୍ତୀ ସମୟରେ ଚନ୍ଦାପଣ ଦେଖାଦେଇଥାଏ । ଏହା ସହ ଲୋକ ଲଜ୍ଜା ଏବଂ ଅପମାନର ଶିକାର ମଧ୍ୟ ହୋଇଥାଆନ୍ତି । କିଛି କ୍ଷେତ୍ରରେ ଏହା ଜେନେଟିକ୍ କାରଣରୁ ହୋଇଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯୁବପୀଢିଙ୍କୁ କିଛି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍ ନଚେତ୍ ସେମାନେ ସମୟ ପୂର୍ବରୁ ଚନ୍ଦାପଣର ଶିକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା କଣ ସବୁ ଜିନିଷ ସେବନ କଲେ ଶୀଘ୍ର କେଶ ଝଡିଥାଏ । 

ଆଜିଠାରୁ ଏହି ସବୁ ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନ ଚେତ୍ ବିବାହ ପୂର୍ବରୁ ହିଁ ହେବେ ଚନ୍ଦାପଣର ଶିକାର

୧.ଚିନି
ମଧୁମେହ ରୋଗୀଙ୍କୁ ପ୍ରାୟତଃ ଚିନି କମ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିନି ଖାଇବା କାରଣରୁ ଆପଣଙ୍କ କେଶ ଝଡିବା ଆରମ୍ଭ ହୋଇଥାଏ । ଏପରି ସ୍ଥିତିରେ ମିଠା ଜିନିଷ ବା ଚିନି ଆବଶ୍ୟକ ପରିମାଣର ଖାଆନ୍ତୁ ଯେତିକି ଆପଣ ଦେହକୁ ଶକ୍ତି ଯୋଗାଇଥାଏ । 

୨. ଜଙ୍କ ଏବଂ ଫାଷ୍ଟଫୁ଼ଡ୍
ବଜାରରେ ମିଳୁଥିବା ଅନେକ ଜଙ୍କ ଏବଂ ଫାଷ୍ଟଫୁଡ୍ ଆମ ସମସ୍ତଙ୍କୁ ପସନ୍ଦ କିନ୍ତୁ ସେଗୁଡିକ ଆମ ସ୍ବାସ୍ଥ୍ୟକୁ ସମ୍ପୂର୍ଣ୍ଣ ନଷ୍ଟ କରିଥାଏ । ଏଥିରେ ଥିବା ସେଚୁରେଟେଡ୍ ଫ୍ୟାଟ୍ କେବଳ ଯେ ଓଜନ ବୃଦ୍ଧି କରେ ତାହା ନୁହେଁ ବରଂ କେଶ ପାଇଁ ଅନେକ କ୍ଷତି କରିଥାଏ । ଏଥିରେ ଥିବା DHT ନାମକ ଆଣ୍ଡ୍ରୋଜେନ୍ ଚନ୍ଦାପଣ ଆଶଙ୍କାକୁ ବୃଦ୍ଧି କରିଥାଏ ଏହା ସହ ତେଲିଆ କପାଳକୁ ଅଧିକ ଚିକ୍କଣ କରିଥାଏ । ଏହି କାରଣରୁ ଅଧିକ କେଶ ଝଡିବା ଆରମ୍ଭ ହୋଇଥାଏ । ଏହା ଦ୍ବାରା କପାଳରେ ଛିଦ୍ର ବନ୍ଦ ହେବାରେ ଲାଗେ ଯେଉଁ କାରଣରୁ ହେୟାର ଗ୍ରୋଥ ବା କେଶ ବୃଦ୍ଧିରେ ସମସ୍ୟା ଦେଖାଦେଇଥାଏ । 

୩.ଦୂଷିତ ମାଛ
ଆମେ ସମସ୍ତେ ଜାଣନ୍ତି ଯେ ମାଛ ଖାଇବା ଦ୍ବାରା ଶରୀରରେ କ୍ୟାଲସିୟମ ପରି ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ମିଳିଥାଏ କିନ୍ତୁ ଯଦି ଆପଣ ବଜାରରୁ ଦୂଷିତ ମାଛ କିଣନ୍ତି ଏବଂ ଖାଆନ୍ତି ତେବେ ଏଥିରେ ଥିବା ମର୍କ୍ୟୁରୀ ଆପଣଙ୍କ କେଶ ଝଡିବାର କାରଣ ହୋଇଥାଏ । ତେଣୁ ମାଛ କିଣିବା ସମୟରେ ଧ୍ୟାନ ଦେବା ଜରୁରୀ ଅଟେ । 

୪.ମାଦକଦ୍ରବ୍ୟ
ଆଜିକାଲି ସମୟରେ ମଦ୍ୟପାନ ନିଶା ଯୁବପୀଢିରେ ଅଧିକ ଦେଖିବାକୁ ମିଳୁଛି । ଯାହାର ପ୍ରଭାବ ସେମାନଙ୍କ କେଶରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ । ଆମ କେଶ କେରାଟିନ୍ ନାମକ ଏକ ପ୍ରୋଟିନରେ ଗଠିତ ହୋଇଥାଏ । ଯଦି ଆମେ ମଦ୍ୟପାନ କରୁ ତେବେ ଏହା ପ୍ରୋଟିନ୍ ସିନ୍ଥେସିସ୍ ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ବାରା ଯେ କେବଳ କେଶ ଦୁର୍ବଳ କରେ ତାହା ନୁହେଁ ବରଂ କେଶର ଚମକ ମଧ୍ୟ କମିଥାଏ । 

୫.କଞ୍ଚାଅଣ୍ଡାର ଧଳା ଅଂଶ
ଏଥିରେ କୌଣସି ସନ୍ଦେହ ନାହିଁ କି ଅଣ୍ଡା ଖାଇବା ଦ୍ବାରା ଆମେ ପ୍ରୋଟିନ ଏବଂ ନ୍ୟାଚୁରାଲ ଫ୍ୟାଟ ମିଳିଥାଏ । ଏହା ସହ କଞ୍ଚା ଅଣ୍ଡାର ଧଳା ଅଂଶ କେଶ ବୃଦ୍ଧି ପାଇଁ ମଧ୍ୟ ଲଗାଯାଇଥାଏ । କିନ୍ତୁ ସାବଧାନ ଯେଉଁ ମାନେ କଞ୍ଚା ଅଣ୍ଡାର ଧଳା ଅଂଶକୁ ଖାଉଛନ୍ତି ତେବେ ଆପଣଙ୍କ ବାୟୋଟିନ ଅଭାବ ଦେଖାଯିବ ଏହା ସହ କେରାଟିନ୍ ଉତପାଦନକୁ ହ୍ରାସ କରିଥାଏ ଯାହା ସିଧାସଳଖ ପ୍ରଭାବ ଆପଣଙ୍କ କେଶ ଉପରେ ପକାଇଥାଏ  ।