Vote From Home:ଘରେ ବସି କେମିତି ଦେବେ ଭୋଟ୍ ?
Advertisement
Article Detail0/zeeodisha/odisha2164795

Vote From Home:ଘରେ ବସି କେମିତି ଦେବେ ଭୋଟ୍ ?

ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି । ଏଥର ମୋଟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୯ ରୁ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ ଆୟୋଗ ନିର୍ବାଚନ ପ୍ରସ୍ତୁତି ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ଏଥର ନିର୍ବାଚନ ଆୟୋଗ ‘ଘରୁ ଭୋଟ୍’ ସୁବିଧା ଆରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଭିନ୍ନକ୍ଷମ ଲୋକସଭା 

SOCIAL MEDIA

Vote From Home: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି । ଏଥର ମୋଟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୯ ରୁ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ ଆୟୋଗ ନିର୍ବାଚନ ପ୍ରସ୍ତୁତି ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ଏଥର ନିର୍ବାଚନ ଆୟୋଗ ‘ଘରୁ ଭୋଟ୍’ ସୁବିଧା ଆରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଭିନ୍ନକ୍ଷମ ଲୋକସଭା ନିର୍ବାଚନରେ ଘରେ ବସି ଭୋଟ୍ ଦେଇପାରିବେ।  ଆସନ୍ତୁ ଜାଣିବା ଏହି ସୁବିଧାର ଲାଭ ପାଇବାକୁ ହେଲେ କ’ଣ କରିବାକୁ ପଡ଼ିବ ? ଏଥିପାଇଁ କ’ଣ କରିବା ଆବଶ୍ୟକ?

କେଉଁମାନେ ଘରୁ ଭୋଟ୍ ଦେଇପାରିବେ ?

‘ଘରୁ ଭୋଟ୍’ ସୁବିଧା କିମ୍ବା ଘରୁ ଭୋଟ୍ ଦେବାର ସୁବିଧା କେବଳ ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ହେବ । ୮୫ ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ୪୦% ରୁ ଅଧିକ ଅକ୍ଷମତା ଥିବା ଭିନକ୍ଷମମାନେ ଘରେ ବସି ସେମାନଙ୍କର ମତଦାନ ଅଧିକାରକୁ ପ୍ରୟୋଗ କରିପାରିବେ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁଯାୟୀ, ଭିନ୍ନକ୍ଷମଙ୍କ ପାଇଁ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ରହିବା ଆବଶ୍ୟକ, ଯେଉଁଥିରେ ସେମାନଙ୍କର ଅକ୍ଷମତାର ଶତକଡ଼ା ଭାଗ ଉଲ୍ଲେଖ ଥିବ । ଯଦି ଜଣେ ବ୍ୟକ୍ତି ଶତକଡା ୪୦ ପ୍ରତିଶତରୁ ଅଧିକ ଅକ୍ଷମ, ତେବେ ତାଙ୍କୁ ଘରୁ ଭୋଟ୍ ଦେବାକୁ ଅନୁମତି ଦିଆଯିବ ।

ଆପଣ କିପରି ଏହି ସୁବିଧାର ଲାଭ ପାଇପାରିବେ?

ଯେଉଁ ବୃଦ୍ଧ କିମ୍ବା ଭିନ୍ନକ୍ଷମ ଭୋଟର ନିଜ ଘରେ ବସି ଭୋଟ୍ ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଭାରତର ନିର୍ବାଚନ ଆୟୋଗର ସକ୍ଷମ (Saksham App) ଆପ୍ ରେ ଏହି ବିକଳ୍ପ ବାଛିବାକୁ ପଡିବ। ଆପଣଙ୍କୁ ଆପରେ ଥିବା ଆପଣଙ୍କର ବିବରଣୀ ସହିତ ଆପଣଙ୍କର ସମସ୍ୟାକୁ ମଧ୍ୟ ବ୍ୟାଖ୍ୟା କରିବାକୁ ପଡିବ । ଅକ୍ଷମତା ବାବଦରେ  ମଧ୍ୟ ଉଲ୍ଲେଖ କରିବା ଆବଶ୍ୟକ । ନିର୍ବାଚନ କମିଶନଙ୍କ କହିବାନୁସାରେ, ଲୋକସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀରେ 8୫ ବର୍ଷରୁ ଅଧିକ ବୟସର ବୃଦ୍ଧ ଓ ଅକ୍ଷମ ଭୋଟରଙ୍କ ଘରକୁ ଫର୍ମ ପଠାଯିବ ।

ନିର୍ବାଚନ ପ୍ରକ୍ରିୟା ସହିତ ଜଡିତ ଜଣେ ଅଧିକାରୀ  କହିଛନ୍ତି ଯେ BLO ଦ୍ୱାରା ପରିଚାଳିତ ଭୋଟର ତାଲିକାରେ ବୃଦ୍ଧ ଏବଂ ଭିନ୍ନକ୍ଷମ ଭୋଟରଙ୍କ ବିବରଣୀ ରହିଛି । BLO ଏହିପରି ସମସ୍ତ ଭୋଟରଙ୍କ ଘରକୁ ଯିବେ ଏବଂ ସେମାନଙ୍କୁ ପଚାରିବେ ଯେ ସେମାନେ ସେମାନଙ୍କର ଭୋଟ୍ ବୁଥରେ କିମ୍ବା ଘରେ କେଉଁଠାରେ ଦେବାକୁ ଚାହୁଁଛନ୍ତି ? ଯଦି ଆପଣ ଘରେ ଭୋଟ ଦେବାର ସମସ୍ତ ଯୋଗ୍ୟତା ପୁରଣ  କରନ୍ତି ଏବଂ ଘରେ ଭୋଟ୍ ଦେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଫର୍ମ 12D ପୂରଣ କରିବାକୁ କୁହାଯିବ ।

ମତଦାନ କେନ୍ଦ୍ରରେ କ’ଣ ସୁବିଧା ରହିଛି?

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୮୫ବର୍ଷରୁ କମ୍ ବୟସ୍କ ବରିଷ୍ଠ ଭୋଟରଙ୍କ ପାଇଁ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ହ୍ୱିଲ ଚେୟାର ଠାରୁ ଆରମ୍ଭ କରି ନିର୍ବାଚନ ଆୟୋଗର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ସାହାଯ୍ୟ କରିବେ । ମତଦାନ ବୁଥକୁ ଯାଇପାରୁ ନ ଥିବା ଭିନ୍ନକ୍ଷମ ଭୋଟରଙ୍କ ପାଇଁ ପରିବହନ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

୮୫ ବର୍ଷରୁ ଅଧିକ କେତେ ଭୋଟର?

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସମଗ୍ର ଦେଶରେ ୮୨ ଲକ୍ଷ ଭୋଟର ଅଛନ୍ତି ଯେଉଁମାନଙ୍କ ବୟସ ୮୫ ବର୍ଷରୁ ଅଧିକ। ଏଥି ସହିତ, ୨.୮ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ୧୦୦ବର୍ଷ ବୟସ ଅତିକ୍ରମ କରିଛନ୍ତି। ମୋଟ ଭୋଟରଙ୍କ ବିଷୟରେ କହିବାକୁ ଗଲେ ୪୯.୭ କୋଟି ପୁରୁଷ ଏବଂ ୪୭.୦୧ କୋଟି ମହିଳା ଭୋଟର ଅଛନ୍ତି। ୪୮୦୦୦ ଟ୍ରାନ୍ସଜେଣ୍ଡର ଭୋଟର ମଧ୍ୟ ଅଛନ୍ତି ।

ଭୋଟ୍ ତାରିଖ

୨୦୨୪ ଲୋକସଭା ନିର୍ବାଚନରେ ୧.୮ କୋଟି ଭୋଟର ପ୍ରଥମ ଥର ପାଇଁ ସେମାନଙ୍କର ମତଦାନ ଅଧିକାରର ପ୍ରୟୋଗ କରିବେ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ୧୯ ଏପ୍ରିଲରେ, ଦ୍ୱିତୀୟଟି ୨୬ ଏପ୍ରିଲରେ, ତୃତୀୟଟି ୭ ମଇରେ, ଚତୁର୍ଥଟି ୧୩ ମଇରେ, ୨୦ ମଇରେ ପଞ୍ଚମ, ୨୫ ମଇରେ ଷଷ୍ଠ ଏବଂ ସପ୍ତମ ଜୁନ୍ ୧ ରେ ଶେଷ ହେବ। ଫଳାଫଳ ଜୁନ୍ ୪ ରେ ଆସିବ ।