Focus:ଆପଣଙ୍କ ଭିତରେ ଫୋକସ୍ ର ଅଭାବ ଅଛି କି? ଆପଣାନ୍ତୁ ଏହି ୪ଟି ଟିପ୍ସ
Advertisement

Focus:ଆପଣଙ୍କ ଭିତରେ ଫୋକସ୍ ର ଅଭାବ ଅଛି କି? ଆପଣାନ୍ତୁ ଏହି ୪ଟି ଟିପ୍ସ

ଧ୍ୟାନ ବଢ଼ାଇବା ପାଇଁ: ଅନେକ ସମୟରେ ଲୋକମାନେ ବଡ଼ ମନର ସହ କିଛି କାମ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ୫ରୁ ୧୦ ମିନିଟ୍ ମଧ୍ୟରେ ସେମାନଙ୍କ ସେହି କାମରୁ ମନ ଛାଡ଼ି ଯାଏ। ସେମାନେ ସେହି କାମ ଛାଡି ଆଉ ଗୋଟିଏ କାମରେ ହାତ ଦେଇଥାନ୍ତି। ଫଳରେ ଆରମ୍ଭ ହୋଇଥିବା କାମ ମଝିରେ ଅଟକି ରହିଯାଏ।  

SOCIAL MEDIA

Focus: ଧ୍ୟାନ ବଢ଼ାଇବା ପାଇଁ: ଅନେକ ସମୟରେ ଲୋକମାନେ ବଡ଼ ମନର ସହ କିଛି କାମ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ୫ରୁ ୧୦ ମିନିଟ୍ ମଧ୍ୟରେ ସେମାନଙ୍କ ସେହି କାମରୁ ମନ ଛାଡ଼ି ଯାଏ। ସେମାନେ ସେହି କାମ ଛାଡି ଆଉ ଗୋଟିଏ କାମରେ ହାତ ଦେଇଥାନ୍ତି। ଫଳରେ ଆରମ୍ଭ ହୋଇଥିବା କାମ ମଝିରେ ଅଟକି ରହିଯାଏ।  ଏଭଳି ସ୍ଥିତିରେ କେବଳ ଆପଣଙ୍କ କାମ ବିଳମ୍ବ ହୁଏ ନାହିଁ ବରଂ ଉତ୍ପାଦକତା ମଧ୍ୟ ପ୍ରଭାବିତ ହୋଇଥାଏ। ଏହାର କାରଣ ହେଉଛି ଧ୍ୟାନ ବା ଫୋକସର ଅଭାବ ।

ବିଭ୍ରାନ୍ତି ଅର୍ଥ ଦୁର୍ବଳ ଫୋକସ୍ । ଏହାର ସିଧାସଳଖ ଅର୍ଥ ହେଉଛି ଆପଣ ଆପଣଙ୍କ କାମ ବିଷୟରେ ଅବଗତ ନୁହଁନ୍ତି । ଜଣେ ଦାୟିତ୍ୱବାନ ବ୍ୟକ୍ତିଙ୍କ ପାଇଁ ଏପରି କରିବା ଦ୍ୱାରା ଚାକିରି କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇପାରେ । କିନ୍ତୁ ଫୋକସ ଅଭାବରୁ ବାହାରିବା ପାଇଁ ଆପଣ କିଛି ସହଜ ଟିପ୍ସ ଅନୁସରଣ କରିପାରିବେ । ଆସନ୍ତୁ  ବିଶେଷଜ୍ଞଙ୍କ ଠାରୁ ଜାଣିବା କଣ ସେଇ ଟିପ୍ସ ସବୁ।

ଆପଣଙ୍କ କାମ ସେୟାର  କରନ୍ତୁ

ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅନାମିକା ପାପଡିୱାଲ କହନ୍ତି ଯେ କୌଣସି କାମ କରିବା ପାଇଁ ସମୟ ପରିଚାଳନା ଜରୁରୀ । ଯେତେବେଳେ ବି ଆପଣ କୌଣସି କାମ ଆରମ୍ଭ କରନ୍ତି, ତାକୁ ଛୋଟ ଛୋଟ ସିଫ୍ଟରେ ବିଭକ୍ତ କରନ୍ତୁ । ସିଫ୍ଟ କରିବା ପରେ ଟିକେ ବିରତି ନେଇ କାମ ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଙ୍କୁ କାମର ବୋଝ ଅନୁଭବ ହେବ ନାହିଁ କି ଶୀଘ୍ର ଥକ୍କା ଲାଗିବ ନାହିଁ । ଥକିଗଲେ ମଧ୍ୟ ଧ୍ୟାନର ଅଭାବ ଦେଖାଦେଇଥାଏ । ଦୀର୍ଘ ସମୟ ଧରି କାମ କରିବାରେ ପ୍ରେରଣାର ଅଭାବ ରହିଥାଏ ଏବଂ କାମ କରିବାକୁ ମନ ଲାଗେ ନାହିଁ ।

 ତାଲିକା କରନ୍ତୁ

ବିଶେଷଜ୍ଞଙ୍କ ମତରେ କାମକୁ ସ୍ଥଗିତ ରଖିବା ଅଭ୍ୟାସରେ ପରିଣତ ହେବାକୁ ଦିଅନ୍ତୁ ନାହିଁ। ଯେତେବେଳେ ଆପଣ ବାରମ୍ବାର କାମକୁ ସ୍ଥଗିତ ରଖନ୍ତି, ଏହା ଆମର ଧ୍ୟାନ ମଧ୍ୟ ହ୍ରାସ କରିଥାଏ । ସେହି ଅନୁଯାୟୀ ଆଲାର୍ମ ସେଟ୍ କରନ୍ତୁ। ଆପଣ ଯାହା ବି କାମ କରୁଛନ୍ତି ତାହା ଶେଷ କରିବାକୁ ଏକ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ। ଟୁ-ଡୁ ଲିଷ୍ଟ ପ୍ରସ୍ତୁତ କରି ଆପଣ ନିଜ କାମ ବିଷୟରେ ସଚେତନ ହେବେ ଏବଂ ଏହାକୁ ଠିକ୍ ସମୟରେ ଶେଷ ମଧ୍ୟ କରିବେ । ଏହା ଦ୍ୱାରା ଆପଣଙ୍କ ଫୋକସ ମଧ୍ୟ ରହିବ ।

ସୋସିଆଲ ମିଡିଆର ସୀମିତ ବ୍ୟବହାର

ଡାକ୍ତର ଅନାମିକା କହନ୍ତି ଯେ ଆଜିକାଲି ସୋସିଆଲ ମିଡିଆ କାରଣରୁ ଲୋକମାନେ ନିଜ କାମ ଉପରେ ଫୋକସ କରି ପାରୁନାହାନ୍ତି।  ସୋସିଆଲ ମିଡିଆ ଆପ୍ ଖୋଲିବା ପରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଏହାକୁ ଦେଖୁଛନ୍ତି। ଦିନସାରା ସୋସିଆଲ ମିଡିଆରେ ୨ ଘଣ୍ଟାରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଏହାବ୍ୟତୀତ ଜରୁରୀ ନଥିବା ଆପ୍କୁ ଫୋନ୍ କିମ୍ବା ଲାପଟପ୍ ରୁ ହଟାଇ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମନ ଅଶାନ୍ତ ହେବ ନାହିଁ।

ଫୋନରେ ନୋଟିଫିକେସନ୍ ବନ୍ଦ କରନ୍ତୁ

ଯେତେବେଳେ ବି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚିନ୍ତା କରୁଛନ୍ତି କିମ୍ବା କାମ କହୁଛନ୍ତି,ସେତେବେଳେ ନିଜ ଫୋନକୁ ସାଇଲେଣ୍ଟ୍ କରି ଦିଅନ୍ତୁ। ଏହା ସହ ଆପ୍ କୁ ଆସୁଥିବା ନୋଟିଫିକେସନକୁ ବନ୍ଦ କରିଦିଅନ୍ତୁ । କାମ ମଧ୍ୟରେ ଫୋନକୁ ନ ଦେଖିବା ପାଇଁ ମନ ପ୍ରସ୍ତୁତ କରନ୍ତୁ ।