Indian Railway:ଗୋଟିଏ ଟିକେଟରେ ଦୁଇଦିନ ପରେ କରିପାରିବେ ଯାତ୍ରା, ଦରକାର ନାହିଁ ନୂଆ ଟିକେଟ୍
Advertisement

Indian Railway:ଗୋଟିଏ ଟିକେଟରେ ଦୁଇଦିନ ପରେ କରିପାରିବେ ଯାତ୍ରା, ଦରକାର ନାହିଁ ନୂଆ ଟିକେଟ୍

ଭାରତୀୟ ରେଳବାଇ  ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇଥାଏ ।  କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ,ଆମମେ ବିଭିନ୍ନ କାରଣରୁ ଟ୍ରେନ୍ ମିସ୍ କରିଥାଉ । ଦିନେ ଟ୍ରେନ୍ ମିସ୍ କରିବା ପରେ ଆମେ ପୁଣିଥରେ ଟିକେଟ୍ କାଟି ଯାତ୍ରା କରିଥାଉ । କେବେ ଭାବିଛନ୍ତି କି ସେଇ ଟିକେଟରେ ଆପଣଙ୍କୁ ଆଉ ଥରେ ଯାତ୍ରା କରିବ

SOCIAL MEDIA

Indian Railway:

ଭାରତୀୟ ରେଳବାଇ  ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇଥାଏ ।  କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ,ଆମମେ ବିଭିନ୍ନ କାରଣରୁ ଟ୍ରେନ୍ ମିସ୍ କରିଥାଉ । ଦିନେ ଟ୍ରେନ୍ ମିସ୍ କରିବା ପରେ ଆମେ ପୁଣିଥରେ ଟିକେଟ୍ କାଟି ଯାତ୍ରା କରିଥାଉ । କେବେ ଭାବିଛନ୍ତି କି ସେଇ ଟିକେଟରେ ଆପଣଙ୍କୁ ଆଉ ଥରେ ଯାତ୍ରା କରିବାର ସୁଯୋଗ ମିଳିଲେ କେତେ ଭଲ ହୁଅନ୍ତା ? ଯଦି ଆପଣ ଏମିତି ଭାବୁଥିବେ ତେବେ ଜାଣିକରି ଖୁସି ହେବେ ଯେ, ଆପଣ ଯେଉଁ ଟ୍ରେନ୍ ମିସ୍ କରିଥିବେ ସେହି ଟ୍ରେନର ଟିକେଟର ଦୁଇ ଦିନ ପରେ ମଧ୍ୟ ଯାତ୍ରା କରିପାରିବେ ।ଏଥିପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଯଦି ଆପଣ ଏ ଖବର ବିଷୟରେ ଅବଗତ ନୁହଁନ୍ତି ତାହାଲେ ଏହି ଖବର ଆପଣଙ୍କ ପାଇଁ । ତାହାଲେ ଜାଣନ୍ତୁ କ’ଣ ରହିଛି ପୂରା ନିୟମ । 

ଭାରତୀୟ ରେଳବାଇର ଏକ ନିୟମ ଅନୁଯାୟୀ, ଆପଣ ଆପଣଙ୍କର ଟିକେଟ୍ ବାତିଲ ନକରି ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ, ଯେଉଁଥିପାଇଁ କୌଣସି ଟଙ୍କା ନିଆଯିବ ନାହିଁ  । ଆପଣ ୨ ଦିନ ପରେ ମଧ୍ୟ ସେହି ଟିକେଟ୍ ରେ ଯାତ୍ରା କରିପାରିବେ । ଏଥିପାଇଁ କିଛି ନିୟମ ଅଛି, ଯାହା ଆପଣମାନେ ଜାଣିବା ନିହାତି ଆବଶ୍ୟକ ।

ଅନେକ ଥର ଲୋକେ ସେମାନଙ୍କର ଟ୍ରେନ୍ ମିସ୍ କରନ୍ତି | ଏଭଳି ପରିସ୍ଥିତିରେ ରେଳବାଇ ଆପଣଙ୍କୁ ପରବର୍ତ୍ତୀ  ଷ୍ଟପେଜକୁ ଯାଇ ଆପଣଙ୍କ ଟ୍ରେନ୍ ଧରିବାକୁ ସୁବିଧା ଦେଇଥାଏ  । ଏହା ପରେ ଆପଣ ଗନ୍ତବ୍ୟ ସ୍ତଳକୁ ପହଞ୍ଚନ୍ତି । ଅନେକ ଥର ଲୋକମାନେ ଆଗୁଆ ଟିକେଟ୍ ବୁକ୍ କରନ୍ତି, କିନ୍ତୁ କୌଣସି କାରଣରୁ ଯୋଜନା ବଦଳିଯାଇଥାଏ । ଏଭଳି ପରିସ୍ଥିତିରେ ନୂଆ ଟିକେଟ୍ କିଣିବାର କୌଣସି ଆବଶ୍ୟକତା ନାହିଁ। ଆପଣ ସମାନ ଟିକେଟ୍ ରେ ଯାତ୍ରା  କରିପାରିବେ । ଏପରି ପରିସ୍ଥିତିରେ କେବଳ ଆପଣଙ୍କ କୋଚ୍ ବଦଳି ପାରେ ।

ଯଦି ଆପଣ ଟ୍ରେନ୍ ମିସ୍ କରନ୍ତି ତେବେ କଣ କରିବେ?

ଆପଣଙ୍କର ଯାତ୍ରା ଜାରି ରଖିବାକୁ ଆପଣଙ୍କୁ ଟିକେଟ୍ କେଲକ୍ଟରଙ୍କ ସହ କଥା ହେବାକୁ ପଡିବ । ସେ ପରବର୍ତ୍ତୀ ଟିକେଟ୍ ପ୍ରସ୍ତୁତ କରି ଆପଣଙ୍କୁ ଦେବେ । ଯଦି ଆପଣ ଟ୍ରେନ ମିସ୍ କରନ୍ତି ତାହାଲେ ଦୁଇଟି ଷ୍ଟେସନ ପରେ ବସି ପାରିବେ । ସେପର୍ଯ୍ୟନ୍ତ TT ଆପଣଙ୍କ ସିଟ କାହାକୁ ଦେବ ନାହିଁ ।

ଟ୍ରେନରେ ବ୍ରେକ୍ ନେଇ ଯାତ୍ରା କରିପାରିବେ କି?

ଏହି ନିୟମ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଯଦି ଆପଣ ୫ଶହ କିଲୋମିଟରରୁ ଅଧିକ ଯାତ୍ରା କରୁଛନ୍ତି ତେବେ ଆପଣ ବ୍ରେକ୍ ନେଇ କୌଣସି ଯାଗା ବୁଲି ପୁଣି ସେହି ଯିକେଟରେ ଯାତ୍ରା କରିବାକୁ ଚାହୁଁଛନ୍ତି ତାହାଲେ ଏହା ସମ୍ଭବ ହୋଇ ପାରିବ । ଯଦି ଯାତ୍ରା ହଜାରେ କିଲୋମିଟର ଅଟେ, ତେବେ ଆପଣ ଦୁଇଟି ବ୍ରେକ୍ ନେଇପାରିବେ ।  ଆପଣଙ୍କ ଚଢ଼ିବା ଏବଂ ଓହ୍ଲାଇବା ତାରିଖକୁ ବାଦ ଦେଇ ୨ ଦିନର ବିରତି ନେଇପାରିବେ । ତେବେ ଶତାବ୍ଦି, ଜନ ଶତାବ୍ଦି ଏବଂ ରାଜଧାନୀ ପରି ବିଳାସପୂର୍ଣ୍ଣ ଟ୍ରେନରେ ଏହି ନିୟମ ଲାଗୁ ନୁହେଁ  ।