Jharsuguda News: ଗୋକୁଳାଷ୍ଟମୀ ଯାତ୍ରାର କ'ଣ ରହିଛି ପରମ୍ପରା, କାହିଁକି ଏଠାକୁ ଆସନ୍ତି ନିଃସନ୍ତାନ ଦମ୍ପତି ?
Advertisement
Article Detail0/zeeodisha/odisha1445142

Jharsuguda News: ଗୋକୁଳାଷ୍ଟମୀ ଯାତ୍ରାର କ'ଣ ରହିଛି ପରମ୍ପରା, କାହିଁକି ଏଠାକୁ ଆସନ୍ତି ନିଃସନ୍ତାନ ଦମ୍ପତି ?

Jharsuguda News: ମନ ମୋହୁଛି ରାଜପୁରର ଗୋକୁଳାଷ୍ଟମୀ ଯାତ୍ରା। ଗୋ ସମ୍ପଦ ରକ୍ଷା ପାଇଁ ପ୍ରତି ବର୍ଷ ପାଳନ ହଉଛି ଏହି ଗୋକୁଳାଷ୍ଟମୀ ଯାତ୍ରା। ଏହି ପରମ୍ପରା ବର୍ତ୍ତମାନର ନୁହଁ ଦୀର୍ଘ ତିନି ଶହ ବର୍ଷ ହେବ ଏଭଳି ପରମ୍ପରା ପାଳନ ହୋଇଆସୁଛି ବ୍ରଜରାଜନଗରର ରାଜପୁର ଗାଁରେ ।

Jharsuguda News: ଗୋକୁଳାଷ୍ଟମୀ ଯାତ୍ରାର କ'ଣ ରହିଛି ପରମ୍ପରା, କାହିଁକି ଏଠାକୁ ଆସନ୍ତି ନିଃସନ୍ତାନ ଦମ୍ପତି ?

Jharsuguda News:  ମନ ମୋହୁଛି ରାଜପୁରର ଗୋକୁଳାଷ୍ଟମୀ ଯାତ୍ରା। ଗୋ ସମ୍ପଦ ରକ୍ଷା ପାଇଁ ପ୍ରତି ବର୍ଷ ପାଳନ ହଉଛି ଏହି ଗୋକୁଳାଷ୍ଟମୀ ଯାତ୍ରା। ଏହି ପରମ୍ପରା ବର୍ତ୍ତମାନର ନୁହଁ ଦୀର୍ଘ ତିନି ଶହ ବର୍ଷ ହେବ ଏଭଳି ପରମ୍ପରା ପାଳନ ହୋଇଆସୁଛି ବ୍ରଜରାଜନଗରର ରାଜପୁର ଗାଁରେ । ଗୋକୁଳ ଧାମରେ  ଯେପରି ଶ୍ରୀକୃଷ୍ଣ ଗାଈ ଚରାଇ ଘରକୁ ଫେରୁଥିଲେ ଠିକ ସେହିପରି ଚିତ୍ରଣ କରାଯାଇ ପୁରୁଣା ସଂସ୍କୃତିକୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ରାଜପୁର ଗୋକୁଳାଷ୍ଟମୀ କର୍ମକର୍ତ୍ତା ।  ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରାଜପୁର ଠାରେ ଦୀର୍ଘ 3 ଶହ ବର୍ଷରୁ ଉର୍ଦ୍ଦ ହେବ ପାଳିତ ହୋଇଆସୁଛି ଗୋକୁଳାଷ୍ଟମୀ ଯାତ୍ରା। ତେବେ କୋଭିଡ ପାଇଁ ଦୁଇ ବର୍ଷ ଏହି ଯାତ୍ରା ବନ୍ଦ ଥିବା ବେଳେ ଦୁଇ ବର୍ଷ ପରେ ଏହି ଗୋକୁଳାଷ୍ଟମୀ ଯାତ୍ରା ଆରମ୍ଭ ହେବାରୁ ଶ୍ରଦ୍ଧାଳୁ ମାନେ ବହୁତ ଉତ୍ସାହିତ ହୋଇ ଏହି ଯାତ୍ରା ଦେଖିବାକୁ ଆସିଛନ୍ତି। 

ପ୍ରତି ବର୍ଷ ପ୍ରଥମାଷ୍ଟମୀରେ ଏହି ଗୋକୁଳାଷ୍ଟମୀ ଯାତ୍ରା ପାଳନ କରାଯାଇଥାଏ। ଏହି ଯାତ୍ରାରେ ଗୋରୁଙ୍କୁ ସ୍ବତନ୍ତ୍ର ପୂଜା କରାଯାଇ ଗୋ-ସମ୍ପଦ ପ୍ରତି ଆଦର କରିବା ସାଙ୍ଗକୁ ଗୋ ପ୍ରଜାତିର ସଂରକ୍ଷଣ ନିମନ୍ତେ ଏକ ଅଭିନବ ଉପାୟରେ ପାଳିତ ହୁଏ ଏହି ପର୍ବ । ଏବଂ ଏହି ପର୍ବର ସ୍ଵତନ୍ତ୍ରତା। ଗୋକୁଳାଷ୍ଟମୀ ଦିନ ଗାଈଗୋରୁଙ୍କୁ ଗାଧୋଇବା ସହ ଫୁଲଚନ୍ଦନରେ ପୂଜା କରାଯାଏ। ସନ୍ଧ୍ୟାରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଙ୍କ ସହ ଗୋରୁଙ୍କ ନଗର ପରିକ୍ରମା କରାଯାଇଥାଏ । ଏବଂ ସାଙ୍ଗରେ ଥାଏ କୃଷ୍ଣଙ୍କର ବିଗ୍ରହ ପାଲିଙ୍କି। ସେମାନଙ୍କ ପାଇଁ ପଡ଼ିଆରେ ଅନ୍ନ ଭୋଗ ପରସା ଯାଇଥାଏ। 

ଏହାବି ପଢନ୍ତୁ : Padmapur Farmers Problem: ପଦ୍ମପୁରର ଚାଷୀଙ୍କ ଚିନ୍ତାରେ ଘାଇଲା ରାଜ୍ୟ ଓ କେନ୍ଦ୍ର ସରକାର

ଗାଈଗୋରୁ ଖାଇବା ପରେ ଅଇଁଠା କରିଥିବା ଅନ୍ନ ପ୍ରସାଦକୁ ଶ୍ରଦ୍ଧାରେ ମହାପ୍ରସାଦ ଭାବି ଖାଇଥାନ୍ତି ଶ୍ରଦ୍ଧାଳୁ। ଏବଂ ଏହାକୁ ଖାଇଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ଅଛି, ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ପ୍ରସାଦ କୌଣସି ଆର୍ଶିବାଦ ଠାରୁ କମ୍ ନୁହେଁ ।  ଏହା ଏକ ବହୁତ ପୁରୁଣା ପରମ୍ପରା ଯାହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ଏଠାରେ ଜମିଥାଏ। ଏହି ଯାତ୍ରାରେ ଲୋକଙ୍କ ବିଶେଷ ଶ୍ରଦ୍ଧା ରହିଥିବାରୁ ଆଖପାଖ  ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି। ଏହି ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଗାଁ କମିଟି ପ୍ରତିବର୍ଷ ଏହାକୁ ଆୟୋଜନ କରିଥାଏ । ଏହି ପରମ୍ପରା ବହୁ ପୁରୁଣା ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଏହି ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କୁ ମନୋରଞ୍ଜନ କରିବାକୁ ଅନେକ କାର୍ଯ୍ୟକ୍ରମ ରଖାଯାଇଥାଏ।ଗୋ ସମ୍ପଦ ପ୍ରତି ଧୀରେ ଧୀରେ ଆଜିର ପିଢ଼ିର ରୁଚି ହଜିଯାଉଥିବା ବେଳେ ଗୋସମ୍ପଦ ଆମ ଦୈନନ୍ଦିନ ଜୀବନର ଅଂଶ ଥିଲା। ତେବେ ଗୋ ସମ୍ପଦ ରକ୍ଷା ପ୍ରୟାସ ପ୍ରତି ଶ୍ରଦ୍ଧାଳୁଙ୍କର ଆଦର ବଢୁଥିବା ବେଳେ ଏହି ଗୋକୁଳାଷ୍ଟମୀ ଯାତ୍ରାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କର ସମାଗମ ବଢୁଛି ।