ଦୀର୍ଘଦିନ ଧରି କଟକ ମେଡିକାଲରେ ପଡ଼ିରହିଛି ବିଦେଶୀଙ୍କ ମୃତଦେହ; NHRC ରେ ମକଦ୍ଦମା
Advertisement
Article Detail0/zeeodisha/odisha1212249

ଦୀର୍ଘଦିନ ଧରି କଟକ ମେଡିକାଲରେ ପଡ଼ିରହିଛି ବିଦେଶୀଙ୍କ ମୃତଦେହ; NHRC ରେ ମକଦ୍ଦମା

Nigerian Dead Body: ଖବର ଅନୁଯାୟୀ ହସ୍ପିଟାଲ କତ୍ତୃପକ୍ଷ ଏହି ସମ୍ଭନ୍ଧରେ ନୂଆଦିଲ୍ଲୀରେ ଥିବା ତାଙ୍କ ଭାଇଙ୍କୁ ଖବର ଦେଇଥିଲେ ମଧ୍ୟ ଅର୍ଥଭାବ ଯୋଗୁଁ ସେ ନିଜ ଭାଇଙ୍କ ମୄଦେହ ନେଇ ପାରୁନାହାନ୍ତି ବୋଲି ଜଣାପଡିଛି । 

ସାଙ୍କେତିକ ଫଟୋ

ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ଜଣେ ବିଦେଶୀ ନାଗରିକଙ୍କ ମୃତଦେହ ଦୀର୍ଘଦିନ ଧରି ପଡି ରହିଥିବା ଖବର ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ପଲିଟିଛି । ଖବର ଅନୁସାରେ ଆଗୁସ୍ତିନି ଅନାମକ ଏହି ନାଇଜେରିଆ ନାଗରିକକୁ ସାଇବର ଅପରାଧରେ ସାମିଲ ଥିବା ମାମଲାରେ ପୋଲିସ ଗିରଫ କରିଥିଲା ।

ଗିରଫ ପରେ ଏହି ନାଇଜେରିଆ ନାଗରିକଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା । କିନ୍ତୁ ଜିଲ୍ଲା କାରାଗାରରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ଏଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅଧିକ ବିଗିଡି ଯିବାରୁ ତାଙ୍କୁ 26 ମେ'ରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଆଗୁସ୍ତିନି ନାମକ ଏହି ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଥିଲା ।

ଖବର ଅନୁଯାୟୀ ହସ୍ପିଟାଲ କତ୍ତୃପକ୍ଷ ଏହି ସମ୍ଭନ୍ଧରେ ନୂଆଦିଲ୍ଲୀରେ ଥିବା ତାଙ୍କ ଭାଇଙ୍କୁ ଖବର ଦେଇଥିଲେ ମଧ୍ୟ ଅର୍ଥଭାବ ଯୋଗୁଁ ସେ ନିଜ ଭାଇଙ୍କ ମୄଦେହ ନେଇ ପାରୁନାହାନ୍ତି ବୋଲି ଜଣାପଡିଛି । ତେବେ ଆଗୁସ୍ତିନିଙ୍କ ଫାଇଲ ଜିଲ୍ଲା ପ୍ରଶାସନଙ୍କ ଅନୁମୋଦନ ମିଳିନଥିବାରୁ ତାଙ୍କ ମୃତ ଦେହ ପଠାଯାଇ ପାରୁନି ବୋଲି କୁହାଯାଉଛି । 

ତେବେ ଯେତେବେଳେ ଏହି ବିଦେଶୀ ନାଗରିକ ନିଜ ମକଦ୍ଦମା ଲଢୁଥିଲେ, ସେତେବେଳେ ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହା ଛଡା ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଜେଲ କତ୍ତୃପକ୍ଷଙ୍କ ଅବେହଳା ପାଇଁ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ମଧ୍ୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ ଲିଖିତ ଅଭଯୋଗ ମଧ୍ୟ ହୋଇଛି । 

ଏହା ବି ପଢ଼ନ୍ତୁ: Odisha Monsoon Update: ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ମୌସୁମୀ; ଏହା ରହିଛି କାରଣ

ଏହା ବି ପଢ଼ନ୍ତୁ: Prophet Row: ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା; କହିଲେ- ଏହା ଆଫଗାନିସ୍ତାନ ନୁହେଁ ...