ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି
Advertisement
Article Detail0/zeeodisha/odisha1301052

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

Odisha High Court: ଶନିବାର ଅପରାହ୍ନ ସାଢେ ୩ଟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେମାନେ ଶପଥ ନେଇଛନ୍ତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର (S. Muralidhar) ଦୁଇ ନୂତନ ବିଚାରପତିଙ୍କୁ ଶପଥ ପାଠ କରାଇଲେ ।

୨ ନୂଆ ବିଚାରପତି ଶପଥ ନେବାର ଦୃଶ୍ୟ

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର (Odisha High Court) ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ (Gaurishkan Shetpathi) ଓ ଚିତ୍ତରଞ୍ଜନ ଦାଶ (Chittaranjan Das) । ଅପରାହ୍ନ ସାଢେ ୩ଟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେମାନେ ଶପଥ ନେଇଛନ୍ତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର (S. Muralidhar) ଦୁଇ ନୂତନ ବିଚାରପତିଙ୍କୁ ଶପଥ ପାଠ କରାଇଲେ ।

ହାଇକୋର୍ଟର ଏହି ୨ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୨ ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କ ନାଁ ସୁପାରିସ କରିଥିଲା । 

ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓଡ଼ିଶା ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୧୯୭୨ ଏପ୍ରିଲ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ସେହିଭଳି ଭାବେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଚିତ୍ତରଞ୍ଜନ ୧୯୬୪ ନଭେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଥିଲେ ।

ଏହା ବି ପଢନ୍ତୁ: ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ଆର୍ଟିଷ୍ଟ ନିଜ ଆଖି ଭିତରେ ତିଆରି କଲେ ଜାତୀୟ ପତାକା

ଏହା ବି ପଢ଼ନ୍ତୁ: ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ATS, ନୁପୁର ଶର୍ମାଙ୍କୁ ହତ୍ୟା କରିବାକୁ କରିଥିଲେ ପ୍ଲାନ୍