Tirgrahi Yog 2024: ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଲକ୍ଷପତି ହେବେ ଏହି ସବୁ ରାଶି!
Advertisement
Article Detail0/zeeodisha/odisha2248792

Tirgrahi Yog 2024: ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଲକ୍ଷପତି ହେବେ ଏହି ସବୁ ରାଶି!

Tirgrahi Yog 2024:  ମେଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ବିରାଜମାନ ଥିବା ବେଳେ ସେହି ରାଶିକୁ ଗତକାଲି (ମଙ୍ଗଳବାର) ସୂର୍ଯ୍ୟଦେବ ଚଳନ କରିଛନ୍ତି। ମେ ୧୯ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ସୂର୍ଯ୍ୟ-ଶୁକ୍ରଙ୍କ ମିଳନ  ତ୍ରିଗ୍ରାହୀ ଯୋଗ ( Tirgrahi Yog 2024) ସୃଷ୍ଟି କରୁଛି। ଏହି ତ୍ରିଗ୍ରାହୀ ଯୋଗ କିଛି ରାଶିଙ୍କୁ ମାଲେମାଲ୍ କରିବ। 

 Tirgrahi Yog 2024: ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଲକ୍ଷପତି ହେବେ ଏହି ସବୁ ରାଶି!

Tirgrahi Yog 2024: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି (Zodiac Signs) ଉପରେ ପଡିଥାଏ। ଏହି କ୍ରମରେ ମେଷ ରାଶିରେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ବିରାଜମାନ ଥିବା ବେଳେ ସେହି ରାଶିକୁ ଗତକାଲି (ମଙ୍ଗଳବାର) ସୂର୍ଯ୍ୟଦେବ ଚଳନ କରିଛନ୍ତି। ମେ ୧୯ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ବୃହସ୍ପତି-ସୂର୍ଯ୍ୟ-ଶୁକ୍ରଙ୍କ ମିଳନ  ତ୍ରିଗ୍ରାହୀ ଯୋଗ ( Tirgrahi Yog 2024) ସୃଷ୍ଟି କରୁଛି। ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ କୁହାଯାଉଥିବା ବେଳେ ବୃହସ୍ପତିଙ୍କୁ (Devguru Jupiter) ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧିର କାରକ ବୋଲି କୁହାଯାଏ। ଆଉ ସୂର୍ଯ୍ୟଦେବଙ୍କୁ ଗ୍ରହ ମାନଙ୍କର ରାଜା ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ , ଏହି  ତ୍ରିଗ୍ରାହୀ ଯୋଗ କିଛି ରାଶିଙ୍କୁ ମାଲେମାଲ୍ କରିବ। ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

ALSO READ: Kendra Trikon Rajyog 2024: ଏହି ସବୁ ରାଶିଙ୍କ ଭାଗ୍ୟ ଫିଟାଇବ କେନ୍ଦ୍ର ତ୍ରିକୋନ୍ ରାଜଯୋଗ, ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭ ଯୋଗ!

ମେଷ: ଏହି  ତ୍ରିଗ୍ରାହୀ ଯୋଗ  ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ ଆପଣଙ୍କୁ ବ୍ୟବସାୟ ଓ ବାଣିଜ୍ୟରେ ଅଧିକ ଲାଭ ମିଳିବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅକୁକୂଳ ରହିଛି।  ପୂର୍ବରୁ କରିଥିବା ଯୋଜନା ଏବେ କାର୍ଯ୍ୟକାରୀ କଲେ ସଫଳ ହେବ ।  ପୂର୍ବରୁ ଯେଉଁ କାମଗୁଡିକ ପଡି ରହିଥିଲା ତାହା ସଂପୂର୍ଣ୍ଣ ହେବ । ନୂତନ ଗାଡ଼ି ଓ ଜମି କିଣିବାର ସୁଯୋଗ ରହିଛି । ବିଶେଷ କରି କର୍ମକ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ପାଇବେ। ପଦୋନ୍ନତିର ଯୋଗ ରହିଛି । ସରକାରୀ ଚାକିରିଆଙ୍କର ମନ ସପନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ।  ଆୟ ବଢିବା ସହ ପୁରୁଣା ବିନିଯୋଗରୁ ଲାଭ ପାଇବେ।

ସିଂହ:  ଏହି ରାଶିର ଲୋକମାନଙ୍କର ଭାଗ୍ୟ ଚମକାଇବ  ତ୍ରିଗ୍ରାହୀ ଯୋଗ । ବିଶେଷକରି, ଚାକିରି କ୍ଷେତ୍ରରେ ଲାଭବାନ ହେବା ସହ କାର୍ଯ୍ୟାଳୟରେ ଏକ ବଡ଼ ଦାୟିତ୍ବ ଆପଣଙ୍କୁ ମିଳିପାରେ। ସମାଜରେ ମାନ- ସମ୍ମାନ ବଢିବ । ଆତ୍ମବିଶ୍ୱସରେ ବୃଦ୍ଧି ଘଟିବା ସହ ଲକ୍ଷ ପୂରଣ କରିବାକୁ ସହାୟତ ହେବେ । ଆୟର ନୂଆ ଉତ୍ସ ଖୋଲିବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବୈବାହିକ ଜୀବନ ସୁଖମୟ ହେବା ସହ ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। 

କର୍କଟ: ଏହି ରାଶିଙ୍କୁ ମାଲେମାଲ୍ କରିବ ତ୍ରିଗ୍ରାହୀ ଯୋଗ । ଏହି ଅବଧି ମଧ୍ୟରେ ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ମଜବୁତ ରହିବ । ପୂର୍ବପୁରୁଷଙ୍କ ସମ୍ପତ୍ତିର ସୁଖ ମଧ୍ୟ ପ୍ରାପ୍ତ ହେବ । ପରିବାରରେ ଖୁସିର ପରିବେଶ ରହିବ। ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ବିଦେଶରୁ ଚାକିରି ଅଫର ଆସିପାରେ।  ଦରମା ବଢିବାର ଯୋଗ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

କନ୍ୟା:  ତ୍ରିଗ୍ରାହୀ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ବେଶ୍ ମଙ୍ଗଳମୟ ରହିବ । ନିଜ ଜୀବନ ସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ମଧ୍ୟ ପୁଣି ଥରେ ଯୋଡ଼ି ହେବ।  ଚାକିରି ଖୋଜୁଥିବା ଲୋକଙ୍କୁ ଏକ ଏକ ନୂତନ ଚାକିରି ଅଫର୍ ମଧ୍ୟ ମିଳିପାରେ।  ଆୟ-ବ୍ୟୟ ସମାନ ରହିବ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। ପୁରୁଣା ବିନିଯୋଗରୁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)