Grah Gochar: ୫ ଗ୍ରହଙ୍କ ଚଳନ ବଦଳାଇବ ଏହି ରାଶିଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha2001799

Grah Gochar: ୫ ଗ୍ରହଙ୍କ ଚଳନ ବଦଳାଇବ ଏହି ରାଶିଙ୍କ ଭାଗ୍ୟ!

Grah Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଚଳନ ଦୃଷ୍ଟିରୁ ଡିସେମ୍ବର ମାସ ଅତ୍ୟନ୍ତ ଖାସ୍ ଅଟେ । ବାସ୍ତବରେ, ଏହି ମାସରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୫ଟି ଗ୍ରହ ସେମାନଙ୍କର ଗତିବିଧି ପରିବର୍ତ୍ତନ କରିବେ । ଚଳିତ ମାସରେ ସୂର୍ଯ୍ୟଙ୍କ ସମେତ ବୁଧ, ଶୁକ୍ର, ମଙ୍ଗଳ ଏବଂ ବୃହସ୍ପତି ନିଜ ନିଜ ରାଶି ପରିବର୍ତ୍ତନ କରିବେ । 

ସୌ(ସୋସିଆଲ ମିଡିଆ)

Grah Gochar December 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଚଳନ ଦୃଷ୍ଟିରୁ ଡିସେମ୍ବର ମାସ ଅତ୍ୟନ୍ତ ଖାସ୍ ଅଟେ । ବାସ୍ତବରେ, ଏହି ମାସରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୫ଟି ଗ୍ରହ ସେମାନଙ୍କର ଗତିବିଧି ପରିବର୍ତ୍ତନ କରିବେ । ଚଳିତ ମାସରେ ସୂର୍ଯ୍ୟଙ୍କ ସମେତ ବୁଧ, ଶୁକ୍ର, ମଙ୍ଗଳ ଏବଂ ବୃହସ୍ପତି ନିଜ ନିଜ ରାଶି ପରିବର୍ତ୍ତନ କରିବେ । ଗ୍ରହମାନଙ୍କର ଏହି ଚଳନ ୧୨ଟି ରାଶିକୁ ପ୍ରଭାବିତ କରିବ । ତେବେ ଆସନ୍ତୁ ଜାଣିବା ଏହିସବୁ ଚଳନ କେଉଁ ସବୁ ରାଶି ଉପରେ ଶୁଭ ପ୍ରଭାବ ପକାଇବ ।

ସୂର୍ଯ୍ୟ ଚଳନ-ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଡିସେମ୍ବର ୧୬ରେ ଧନୁ ରାଶିକୁ ଚଳନ କରିବେ । ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଉକ୍ତ ରାଶିର ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ କ୍ୟାରିୟରରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ ।

ଶୁକ୍ର ଚଳନ-ଶୁକ୍ରଙ୍କୁ ଧନ, ଯଶ ଓ ବୈଭବର କାରକ ବୋଲି କୁହାଯାଏ । ଶୁକ୍ର ଡିସେମ୍ବର ୨୫ରେ ବିଛା ରାଶିକୁ ଚଳନ କରିବେ। ଏହି ସମୟ ମଧ୍ଯରେ ସିଂହ, କର୍କଟ ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଗମନାଗମନରୁ ଲାଭ ପାଇବେ। ଏହି ଅବଧି ମଧ୍ୟରେ ଧନ ବୃଦ୍ଧି ନେଇ ଯୋଗ ରହିଛି । ଚାକିରିରେ ଅଗ୍ରଗତି ସହ ବ୍ୟବସାୟରୁ ଲାଭ ମିଳିବ ।

ବୁଧ ଚଳନ-ବୁଧଙ୍କୁ ବ୍ୟାପାର, ବାଣିଜ୍ୟ ଓ ବୁଦ୍ଧିର କାରକ ବୋଲି କୁହାଯାଏ । ଡିସେମ୍ବର ୨୮ ତାରିଖରେ ବୁଧ ବିଛା ରାଶିକୁ ଚଳନ କରିବେ । ବୁଧଙ୍କ ଏହି ଚଳନ ବୃଷ, କନ୍ୟା ଓ ଧନୁ ରାଶିଙ୍କ ପାଇଁ ଶୁଭଫଳଦାୟୀ ରହିବ । ଏହି ସମୟରେ ଗମନାଗମନରୁ ବିଶେଷ ଲାଭ ମିଳିବ । ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଆର୍ଥିକ ଲାଭ ମିଳିବ ।

ମଙ୍ଗଳ ଚଳନ-ମଙ୍ଗଳଙ୍କୁ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ । ମଙ୍ଗଳ ସାହସ ଓ ଶକ୍ତିର କାରକ ଅଟନ୍ତି । ମଙ୍ଗଳ, ଡିସେମ୍ବର ୨୮ରେ ଧନୁ ରାଶିକୁ ଚଳନ କରିବେ । ଏଭଳି ସ୍ଥିତିରେ ଧନୁ ରାଶିରେ ସୂର୍ଯ୍ୟ-ମଙ୍ଗଳଙ୍କ ସଂଯୋଗ ଗଠନ ହେବ। ଏହି ମହା ସଂଯୋଗ ଫଳରେ ମେଷ ଓ ବିଛା ରାଶିର ବ୍ୟକ୍ତି ବିଶେଷ ଗମନାଗମନରୁ ବିଶେଷ ଲାଭ ପାଇବେ ।

ବୃହସ୍ପତି ଚଳନ- ବୃହସ୍ପତି ଡିସେମ୍ବର ୩୧ରେ ରାଶି ପରିବର୍ତ୍ତନ କରିବେ। ଏହି ଚଳନ ମେଷ, ସିଂହ ଓ ମିଥୁନ ରାଶିର ପାଇଁ ଲାଭଦାୟୀ ରହିବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଚାକିରିରେ ପଦୋନ୍ନତି ମିଳିବା ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)