Libra Horoscope 2024: ଜାଣନ୍ତୁ ତୁଳା ରାଶି ପାଇଁ କେମିତି ରହିବ ନୂଆ ବର୍ଷ?
Advertisement
Article Detail0/zeeodisha/odisha2014385

Libra Horoscope 2024: ଜାଣନ୍ତୁ ତୁଳା ରାଶି ପାଇଁ କେମିତି ରହିବ ନୂଆ ବର୍ଷ?

Horoscope 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କ୍ୟାରିୟର, ଆର୍ଥିକ୍ ସ୍ଥିତି ଓ ଦାମ୍ପତ୍ୟ ଜୀବନ ଦୃଷ୍ଟିକୋଣରୁ ୨୦୨୪ ତୁଳା ରାଶି ପାଇଁ ବେଶ ଖାସ୍ ହେବାକୁ ଯାଉଛି । ଏହି ଅବଧି ମଧ୍ଯରେ ପ୍ରେମ ଜୀବନରେ ମଧୁରତା ଆସିବା ସହ ବୈବାହିକ ଜୀବନ ସୁଖମୟ ହେବ। 

ସୌ(ସୋସିଆଲ ମିଡିଆ)

Libra Horoscope 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କ୍ୟାରିୟର, ଆର୍ଥିକ୍ ସ୍ଥିତି ଓ ଦାମ୍ପତ୍ୟ ଜୀବନ ଦୃଷ୍ଟିକୋଣରୁ ୨୦୨୪ ତୁଳା ରାଶି ପାଇଁ ବେଶ ଖାସ୍ ହେବାକୁ ଯାଉଛି । ଏହି ଅବଧି ମଧ୍ଯରେ ପ୍ରେମ ଜୀବନରେ ମଧୁରତା ଆସିବା ସହ ବୈବାହିକ ଜୀବନ ସୁଖମୟ ହେବ। ଏହା ବ୍ୟତୀତ, ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କ୍ୟାରିୟରରେ ଅଗ୍ରଗତି ହେବା ନେଇ ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା ତୁଳା ରାଶି ପାଇଁ କେମିତି ରହିବ ନୂଆ ବର୍ଷ ।

କ୍ୟାରିୟର

ଶାସ୍ତ୍ର ଅନୁଯାୟୀ, ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୪ ବେଶ ସ୍ବତନ୍ତ୍ର ହେବାକୁ ଯାଉଛି । ରାହୁ-ବୃହସ୍ପତିଙ୍କ କୃପାରୁ କ୍ୟାରିୟରରେ ଅଭିବୃଦ୍ଧି ହେବ। ତେବେ ମେ-ଜୁନ୍ ମାସରେ କିଛିଟା ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେବେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଲାଗି ରହିଥିବା ସମସ୍ତ ସମସ୍ୟାର ସମାଧାନ ହେବ ।

ଆର୍ଥିକ ସ୍ଥିତି

ଆର୍ଥିକ୍ ଦୃଷ୍ଟିକୋଣରୁ ନୂଆବର୍ଷ ସମାନ୍ୟ କଷ୍ଟସାଧ୍ୟ ହେବ । ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିପାରେ । ବ୍ୟବସାୟୀମାନେ କ୍ଷତି ସହିପାରନ୍ତି । ତେବେ ଅଗଷ୍ଟ ମାସ ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ପ୍ରମାଣିତ ହେବ, ଅର୍ଥାତ୍ ଅଗଷ୍ଟ ମାସ ଆର୍ଥିକ ଦୃଷ୍ଟିକୋଣରୁ ଖାସ୍ ହେବାକୁ ଯାଉଛି ।

ବୈବାହିକ ଓ ପ୍ରେମ ଜୀବନ

ବୈବାହିକ ଜୀବନ ଓ ପ୍ରେମ ଦୃଷ୍ଟିକୋଣରୁ ଆଗମୀ ବର୍ଷ ବେଶ ସ୍ବତନ୍ତ୍ର ହେବାକୁ ଯାଉଛି । ନୂତନ ବର୍ଷ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ । ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ବୈବାହିକ ଜୀବନରେ କିଛିଟା ସମସ୍ୟା ଦେଖାଦେଇପାରେ। କିନ୍ତୁ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ବୈବାହିକ ଜୀବନରେ ମଧୁରତା ଆସିବ। ଅକ୍ଟୋବରରୁ ଡିସେମ୍ବର ମଧ୍ଯରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)