Mars Transit 2024: ୪ ରାଶି ଉପରେ ଧନ ଢାଳିବେ ମଙ୍ଗଳ, ବ୍ୟବସାୟରେ ବୃଦ୍ଧି ସହ ମିଳିବ ପଦୋନ୍ନତି!
Advertisement
Article Detail0/zeeodisha/odisha2203212

Mars Transit 2024: ୪ ରାଶି ଉପରେ ଧନ ଢାଳିବେ ମଙ୍ଗଳ, ବ୍ୟବସାୟରେ ବୃଦ୍ଧି ସହ ମିଳିବ ପଦୋନ୍ନତି!

Mars Transit 2024: ବୈଦିକ ଜ୍ୟୋତିଷ ଅନୁଯାୟୀ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ମଙ୍ଗଳ ଏପ୍ରିଲ୍ ୨୩ରେ ମୀନ ରାଶିରେ ପ୍ରବେଶ କରି ଜୁନ୍ ୧ ତାରିଖ ଯାଏଁ ଏଠାରେ ଅବସ୍ଥାନ କରିବେ । ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନ ୪ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଖାସ୍ ହେବାକୁ ଯାଉଛି । ତେବେ ଆସନ୍ତୁ ଆଲୋଚନା କରିବା ସେହି ରାଶିଙ୍କ ବିଷୟରେ ।

ବୃଷ ରାଶି: ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନ ବୃଷ ରାଶି ପାଇଁ ଶୁଭଫଳଦାୟୀ ରହିବ । ଏହି ସମୟ ମଧ୍ଯରେ ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ବିଶେଷମାନେ ଲାଭବାନ ହେବେ । ବିଗିଡ଼ି ଯାଇଥିବା କାର୍ଯ୍ୟର ସମୂର୍ଣ୍ଣ ହେବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ଯ ଏହି ସମୟ ବେଶ ଖାସ୍ ହେବାକୁ ଯାଉଛି । ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନିଯୁକ୍ତି ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ନେଇ ସମୟ ଅନୁକୂଳ ରହିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟରୁ ଲାଭବାନ ହେବେ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।

କର୍କଟ ରାଶି: କର୍କଟ ରାଶି ପାଇଁ ମଧ୍ଯ ଏହି ସମୟ ଅନୁକୂଳ ରହିବ। ଏହି ଅବଧି ମଧ୍ୟରେ ଆୟ ବୃଦ୍ଧି ପାଇବା ସହ ନୂତନ ଆୟର ଉତ୍ସ ସୃଷ୍ଟି ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ବୈବାହିକ ଜୀବନ ସୁଖମୟ ହେବ। ନିବେଶରୁ ହଠାତ୍ ଲାଭ ମିଳିବ ।

ତୁଳା ରାଶି: ଏହି ସମୟ ମଧ୍ୟରେ  ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)