Samsaptak Yoga: ୩ ରାଶିଙ୍କ ପାଇଁ ବରଦାନ ସଦୃଶ୍ୟ ‘ସମସାପତକ ଯୋଗ’, ଧନଧାନ୍ୟରେ ଭରିବ ଜୀବନ
Advertisement
Article Detail0/zeeodisha/odisha1989762

Samsaptak Yoga: ୩ ରାଶିଙ୍କ ପାଇଁ ବରଦାନ ସଦୃଶ୍ୟ ‘ସମସାପତକ ଯୋଗ’, ଧନଧାନ୍ୟରେ ଭରିବ ଜୀବନ

Samsaptak Yoga: ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ସେହିପରି କିଛି ଗ୍ରହମାନଙ୍କର ଚଳନ ଅନେକ ସମୟରେ ଶୁଭ ତ ଆଉ କେତେବଳେ ଅଶୁଭ ଯୋଗ ସୃଷ୍ଟି କରିଥାଏ ।

ସୌ(ସୋସିଆଲ ମିଡିଆ)

Samsaptak Yoga 2023: ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କ ଚଳନ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ଯୋଗର ବିଶେଷ ଗୁରୁତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ, ଗୋଟିଏ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ସେହିପରି କିଛି ଗ୍ରହମାନଙ୍କର ଚଳନ ଅନେକ ସମୟରେ ଶୁଭ ତ ଆଉ କେତେବଳେ ଅଶୁଭ ଯୋଗ ସୃଷ୍ଟି କରିଥାଏ ।

ନିକଟରେ ବୃହସ୍ପତି ମେଷ ରାଶିକୁ ଓ ଶୁକ୍ର ତୁଳା ରାଶିକୁ ଚଳନ କରିଛନ୍ତି । ଫଳରେ ‘ସମସାପତକ ଯୋଗ’ ସୃଷ୍ଟି ହୋଇଛି । ଏହି ଯୋଗ ରାଶି ଚକ୍ରରେ ଥିବା ୩ଟି ରାଶିକୁ ବିଶେଷ ଭାବେ ପ୍ରଭାବିତ କରିବ । ତେବେ ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ ।

ମେଷ ରାଶି-ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଯୋଗ ଅନୁକୂଳ ପ୍ରମାଣିତ ହେବ । କଳା ଓ ମିଡ଼ିଆ ସହ ଜଡିତ ଲୋକମାନେ ଏହି ଯୋଗର ଶୁଭ ପ୍ରଭାବରୁ ବିଶେଷ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ପିଲାମାନଙ୍କ ନିକଟରୁ ଭଲ ଖବର ପାଇବେ । ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ । ଅଟକି ଯାଇଥିବା ଟଙ୍କା ଫେରସ୍ତ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ ।

ମିଥୁନ ରାଶି- ଏହି ଯୋଗ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ସ୍ୱତନ୍ତ୍ର ଅଟେ । ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ଅବିବାହିତ ଲୋକମାନେ ପ୍ରେମ ସମ୍ପର୍କ ସ୍ଥାପନ କରିପାରନ୍ତି । ଏହି ଅବଧି ମଧ୍ୟରେ ଅନ୍ୟାନ୍ୟ କ୍ଷେତ୍ରରୁ ଅର୍ଥପ୍ରାପ୍ତି ନେଇ ଯୋଗ ରହିଛି । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।

କର୍କଟ ରାଶି-କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଯୋଗ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ । ଏହି ରାଶିର ଚତୁର୍ଥ ଘରେ ଶୁକ୍ର ଚଳନ କରିଥିବାରୁ ଏହାର ପ୍ରଭାବରେ ଆର୍ଥିକ୍ ଲାଭ ମିଳିବ । ଧନ, ସମୃଦ୍ଧତା ଓ ଖ୍ୟାତି ବୃଦ୍ଧି ହେବ । ନୂତନ ଘର, ଯାନ କିମ୍ବା ସମ୍ପତ୍ତି କିଣିବା ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ଅପାର ସୁଖ ମିଳିବ । ମାନ ଓ ସମ୍ମାନର ବୃଦ୍ଧି ହେବ । ପରିବାର ଲୋକଙ୍କ ସହ ସମ୍ପର୍କ ମଧୁର ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)