Babar Azam no PAK vs ZIM Match: ଜିମ୍ବାୱେ ଠାରୁ ପିଟିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଲେ ଦଳକୁ କାହିଁକି ମିଳିଲା ପରାଜୟ
Advertisement
Article Detail0/zeeodisha/odisha1413755

Babar Azam no PAK vs ZIM Match: ଜିମ୍ବାୱେ ଠାରୁ ପିଟିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଲେ ଦଳକୁ କାହିଁକି ମିଳିଲା ପରାଜୟ

Babar Azam no PAK vs ZIM Match: ପାକିସ୍ତାନ ଓ ଜିମ୍ୱାୱେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୩୦ ରନ୍ ସଂଗ୍ରହ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ୧୨୯ ହିଁ କରିବାରେ ସକ୍ଷମ ହୋଇଥିଲା । ଫଳରେ ଜିମ୍ୱାୱେ ଏହି ମ୍ୟାଚକୁ ୧ ରନରେ ଜିତି ନେଇଛି । ଏହି ପରାଜୟ ସହ ପାକିସ୍ତାନ ଦଳର ସେମିଫାଇନାଲର ବାଟ୍ ଆହୁରି କଠିନ ହୋଇଯାଇଛି । 

Babar Azam no PAK vs ZIM Match: ଜିମ୍ବାୱେ ଠାରୁ ପିଟିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଲେ ଦଳକୁ କାହିଁକି ମିଳିଲା ପରାଜୟ

Babar Azam no PAK vs ZIM Match: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଆଉ ଏକ ବଡ଼ ଉଲଟଫେର୍ ଦେଖିବାକୁ ମିଳିଛି । ବିଶ୍ୱକପର ୨୪ତମ ମ୍ୟାଚ (Pakistan vs Zimbabwe Match) ରେ ଜିମ୍ବାୱେ ସମସ୍ତଙ୍କ ହୃଦୟ ସ୍ପନ୍ଦନ ବଢ଼ାଇଦେଇଥିବା ମ୍ୟାଚରେ ପାକିସ୍ତାନକୁ ୧ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଏହି ମ୍ୟାଚରେ ୧୩୦ ରନ୍ ସଂଗ୍ରହ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ୧୨୯ ହିଁ କରିବାରେ ସକ୍ଷମ ହୋଇଥିଲା । ଫଳରେ ଜିମ୍ୱାୱେ ଏହି ମ୍ୟାଚକୁ ୧ ରନରେ ଜିତି ନେଇଛି । ଏହି ପରାଜୟ ସହ ପାକିସ୍ତାନ ଦଳ (Pakistan Team) ର ସେମିଫାଇନାଲର ବାଟ୍ ଆହୁରି କଠିନ ହୋଇଯାଇଛି । ସେପଟେ ଏହି ପରାଜୟ ପରେ ପାକିସ୍ତାନର ଅଧିନାୟକ ବାବର ଆଜମ (Babar Azam) ବହୁତ ନିରାଶ ହୋଇଛନ୍ତି ।

ମ୍ୟାଚ୍ ପରେ ବାବର ଆଜମ (Babar Azam) କହିଛନ୍ତି ଏହି ମ୍ୟାଚରେ ପାକିସ୍ତାନ ଦଳ ଠାରୁ କେଉଁଠି ଭୁଲ ହୋଇଛି, ଯେଉଁଥିପାଇଁ ଦଳକୁ ଏହି ବଡ଼ ଉଲଟଫେରର ଶିକାର ହେବାକୁ ପଡ଼ିଛି । ସେହିପରି ଜିମ୍ବାୱେ ବିପକ୍ଷରେ ପରାଜୟ ପରେ ନିରାଶ ହୋଇଥିବା ବାବର ଆଜମ କହିଛନ୍ତି ଯେ, 'ଆମ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ବ୍ୟାଟିଂରେ ଆମର ଆଶା ଅନୁଯାୟୀ ଆମେ ପ୍ରଦର୍ଶନ କରିପାରିଲୁ ନାହିଁ । ଆମର ଭଲ ବ୍ୟାଟ୍ସମ୍ୟାନ୍ ଥିଲେ କିନ୍ତୁ ଉଭୟ ଓପନର୍ ପାୱାରପ୍ଲେରେ ଆଉଟ୍ ହୋଇଥିଲେ । ଯେତେବେଳେ ଶାଦବ ଓ ଶାନ ମାସୁଦ ଏକ ପାର୍ଟନରସିପ୍ ଗଢ଼ିଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ଶାଦବ ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାକ୍ ଟୁ ବ୍ୟାକ୍ ୱିକେଟ୍ ପତନ ହେବା କାରଣରୁ ଆମେ ଚାପରେ ଆସିଯାଇଥିଲୁ ।"

ବୋଲିଂ ବିଷୟରେ ବାବର ଆଜମ କହିଛନ୍ତି ଯେ, "ପ୍ରଥମ ୬ ଓଭରରେ ଆମେ ନୂଆ ବଲକୁ ଭଲ ବ୍ୟବହାର କରିନାହୁଁ । କିନ୍ତୁ ଶେଷରେ ଆମେ ବଲ୍ ସହିତ ଭଲ କାମ କରିଛୁ । ଆମେ ବସି ଆମର ଭୁଲ ବିଷୟରେ ଚର୍ଚ୍ଚା କରିବୁ । ଆମେ କଠିନ ଟ୍ରେନିଂ କରିବୁ ଓ ପରବର୍ତ୍ତୀ ମ୍ୟାଚରେ ମଜବୁତି ସହ ଫେରିବୁ ।"

ଏଠାରେ କହି ରଖୁଛୁ ଯେ, ୧୩୦ ରନର ଲକ୍ଷ୍ୟ ପିଛା କରିବା ପାଇଁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଦଳର ପ୍ରଦର୍ଶନ ଆରମ୍ଭରୁ ଭଲ ନଥିଲା । ପାକିସ୍ତାନ ପାୱାରପ୍ଲେରେ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ୱିକେଟ୍ ହରାଇଥିଲା । ଅଷ୍ଟମ ଓଭରରେ ଦଳକୁ ୩୬ ରନର ସ୍କୋରରେ ତୃତୀୟ ଝଟକା ମଧ୍ୟ ଲାଗିଥିଲା । ଏହା ପରେ ଚତୁର୍ଥ ୱିକେଟ୍ ପାଇଁ ଶାଦବ ଖାନ (୧୭) ଓ ଶାନ ମାସୁଦ (୪୪) ଙ୍କ ମଧ୍ୟରେ ୫୨ ରନର ପାର୍ଟନରସିପ୍ ହୋଇଥିଲା । କିନ୍ତୁ ସିକନ୍ଦର ରଜା ୨ ଓଭରରେ ଶାଦବ ଖାନ ଓ ମାସୁଦଙ୍କୁ ଆଉଟ କରି ଜିମ୍ବାୱେକୁ ମ୍ୟାଚରେ ଫେରାଇ ଆଣିଥିଲେ  ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା, ଏହି ଖତରନାକ୍ ଖେଳାଳି ହେଲେ କୋରୋନା ସଂକ୍ରମିତ

ଅଧିକ ପଢ଼ନ୍ତୁ:-ଉର୍ବଶୀ ରୌତେଲାଙ୍କ 'ଭାଙ୍ଗିଲା ହୃଦୟ', ଭାରତ-ପାକିସ୍ତାନ ମ୍ୟାଚ ପରେ 'ମୁଭ୍ ଅନ୍' କରିବାକୁ ନିଷ୍ପତ୍ତି!