Basi Roti Health Benefits: ଆପଣ ବି ଫିଙ୍ଗନ୍ତି କି ବାସି ରୁଟି ତ କରନ୍ତୁନି ଏହି କାମ, ଏହା ଖାଇବାର ୪ଟି ଲାଭ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
Advertisement

Basi Roti Health Benefits: ଆପଣ ବି ଫିଙ୍ଗନ୍ତି କି ବାସି ରୁଟି ତ କରନ୍ତୁନି ଏହି କାମ, ଏହା ଖାଇବାର ୪ଟି ଲାଭ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Basi Roti Health Benefits: ବାସି ରୁଟି ଖାଇବା ଦ୍ୱାରା ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ଅଧିକ ଉପକାର ମିଳେ । ସକାଳ ଜଳଖିଆରେ ଥଣ୍ତା କ୍ଷୀର ସହିତ ବାସି ରୁଟି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ । ଏହା ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ ରଖିବାକୁ ସମର୍ଥ । ଏଣୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ । ବାସି ରୁଟିରେ ପୃଷ୍ଟିସାର ଓ ତନ୍ତୁ ଉପାଦାନ ରହିଛି । ନିୟମିତ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୁଏ ।

Basi Roti Health Benefits: ଆପଣ ବି ଫିଙ୍ଗନ୍ତି କି ବାସି ରୁଟି ତ କରନ୍ତୁନି ଏହି କାମ, ଏହା ଖାଇବାର ୪ଟି ଲାଭ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Basi Roti Health Benefits: ସାଧାରଣତଃ ଆମେ ଚିନ୍ତା କରୁ ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ  କିନ୍ତୁ ଆମର ଏହି ଭାବନା ଭୁଲ । ବେଳେବେଳେ ଆମେ ବଳି ପଡ଼ିଥିବା ଖାଦ୍ୟକୁ ଡଷ୍ଟବିନ୍‌ରେ ପକାଇ ଦେଇଥାଉ । ୧୨ ଘଣ୍ଟାରୁ ଅଧିକ ସମୟ ଧରି ରଖାଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଫୁଡ ପଏଜନିଂ, ଗ୍ୟାସ ଏବଂ ପେଟ ଖରାପ ଆଦି ହେବାର ସମ୍ଭାବନା ରହିଥାଏ । ଏପରିକି ବାସି ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଶରୀରକୁ ଅଧିକ କ୍ଷତି ପହଞ୍ଚିଥାଏ । ମାତ୍ର ଏପରି କିଛି ବାସି ଖାଦ୍ୟ ରହିଛି, ଯାହା ଶରୀର ପକ୍ଷେ କ୍ଷତିକାରକ ନୁହେଁ ବରଂ ଲାଭ ଦାୟକ ହୋଇଥାଏ । ଏହାର ଏକ ଉଦାହରଣ ହେଉଛି ଗହମ ଅଟା (Roti) ରୁ ପ୍ରସ୍ତୁତ ରୁଟି ।

ଅନ୍ୟପକ୍ଷେ ଅଟା ଚକଟାକୁ ଫ୍ରିଜରେ ରଖି ରୁଟି ବନେଇବା ଉଚିତ୍ ନୁହେଁ । ବାସି ରୁଟି (Basi Roti) ଆମ ସ୍ୱାସ୍ଥ୍ୟ ପକ୍ଷେ ବେଶ ଉପକାରୀ । ଅନେକ ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ବାସି ରୁଟି ଖାଇଲେ କିଛି ସମସ୍ୟା ହେବ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ପାଣି ଓ ଗହମ ଅଟାରେ ରୁଟି ତିଆରି ହେଉଥିବାରୁ ଏହା ଶୀଘ୍ର ଝାଳେଇଯାଏ ନାହିଁ । ଏଥିରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି, ଯାହା ଶରୀର ପାଇଁ ଭଲ । ରାତିରେ ବଳି ପଡ଼ିଥିବା ରୁଟି ପର ଦିନ ସକାଳେ ସମସ୍ତେ ଖାଇପାରିବେ ଏବ˚ ତିଆରି ହେବାର ୧୨ରୁ ୧୫ ଘଣ୍ଟା ମଧ୍ୟରେ ଖାଇଲେ ସମସ୍ୟା  ହେବ ନାହିଁ । 

ତେବେ, ବାସି ରୁଟି ଖାଇବା ଦ୍ୱାରା ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ଅଧିକ ଉପକାର ମିଳେ । ସକାଳ ଜଳଖିଆରେ ଥଣ୍ତା କ୍ଷୀର ସହିତ ବାସି ରୁଟି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ । ଏହା ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ ରଖିବାକୁ ସମର୍ଥ । ଏଣୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ । ବାସି ରୁଟିରେ ପୃଷ୍ଟିସାର ଓ ତନ୍ତୁ ଉପାଦାନ ରହିଛି । ନିୟମିତ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୁଏ । ଏହା ମଧ୍ୟ ଓଜନ ବୃଦ୍ଧିରେ ସହାୟକ ହୁଏ । କ୍ଷୀଣକାୟ ବା ପତଳା ଶରୀରର ବ୍ୟକ୍ତିମାନେ ନିଜର ଓଜନ ବୃଦ୍ଧି ପାଇଁ ବାସି ରୁଟିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିପାରିବେ ।

୧. ସକାଳେ କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ ।

୨. ଆମ ଶରୀରର ସାଧାରଣ ତାପମାତ୍ରା ୩୭ ଡିଗ୍ରୀ । ମାତ୍ର ଏହା ୪୦ ଡିଗ୍ରୀରୁ ଉର୍ଦ୍ଧ ହେବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତି କ୍ଷତି ପହଁଞ୍ଚାଇଥାଏ । ଏପରି ପରିସ୍ଥିତିରେ ବାସି ରୁଟିକୁ ଭିଜାଇ ଖାଇବା ଦ୍ୱାରା ଲାଭ ଦାୟକ ହୋଇଥାଏ ।

୩. ଯଦି ପେଟ କାଟୁଛି କି ଯନ୍ତ୍ରଣା ହେବା ପରି ସମସ୍ୟା ଲାଗି ରହୁଛି । ତେବେ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ବାସ ରୁଟି ପକାଇ ଖାଇବା ଉଚିତ । ଏହାଦ୍ୱାରା ଗ୍ୟାସ ଏବଂ କଫ ପରି ସମସ୍ୟାରୁ ରକ୍ଷା ମିଳିଥାଏ ।

୪. ଡାଇବେଟିସ ପରି ରୋଗୀଙ୍କୁ ଏହା ପ୍ରତିଦିନ ସେବନ କରିବା ଉଚିତ । ଦିନରେ କୌଣସି ସମୟରେ ସେମାନେ ବାସି ରୁଟିକୁ ୧୦ରୁ ୧୫ ମିନିଟ ଭିଜାଇ ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣ ରହିବାରେ ସହାୟକ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ବିରାଟ କୋହଲି-ରୋହିତ ଶର୍ମା ଖେଳିବେନି ତୃତୀୟ ଦିନିକିଆ!

ଅଧିକ ପଢ଼ନ୍ତୁ:-୨ କୋଟି ଟଙ୍କାର କାରରେ ବୁଲନ୍ତି ଶୁଭମାନ ଗିଲ, ଜାଣନ୍ତୁ ଏହି ୨୩ ବର୍ଷୀୟ ଖେଳାଳି କେତେ ସମ୍ପତ୍ତିର ମାଲିକ

ଅଧିକ ପଢ଼ନ୍ତୁ:- ଆଉ ଏକ ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍! ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

ଏହା ବ୍ୟତୀତ

ରକ୍ତ ଚାପ: ବାସି ରୁଟି ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ପରି ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ଥଣ୍ଡା କ୍ଷୀର ସହ ୨ଟି ବାସି ରୁଟି ଖାଆନ୍ତୁ । ଏହାଦ୍ୱାରା ରକ୍ତଚାପ ସନ୍ତୁଳିତ ରହିଥାଏ । ଗରମ ଦିନରେ ଏହାକୁ ଖାଇଲେ ଶରୀରର ଉତ୍ତାପ ନିୟନ୍ତ୍ରିତ ହୋଇଥାଏ ।

ଡାଇବେଟିସ୍: ଯେଉଁ ବ୍ୟକ୍ତିଙ୍କର ଡାଇବେଟିସ୍ ବା ମଧୁମେହ ସମସ୍ୟା ଅଛି, ସେମାନେ ପ୍ରତ୍ୟେକ ଦିନ କ୍ଷୀର ସହ ବାସି ରୁଟି ଖାଆନ୍ତୁ । ଏଥିରେ ରକ୍ତରେ ଶର୍କରା ସ୍ତର ଠିକ୍ ରହିଥାଏ ।

ପେଟ ସମସ୍ୟା: କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ପେଟର ଅନେକ ସମସ୍ୟା ଠିକ୍ ହୋଇଯାଏ । ଏସିଡିଟି ସମସ୍ୟା ଦୂର ହୋଇଥାଏ ଏବଂ ପାଚନ ମଧ୍ୟ ଠିକ୍‌ ଭାବେ ହୋଇଥାଏ ।

ପ୍ରତ୍ୟେହ ବାସି ରୁଟି ଖାଇଲେ ପେଟ ଥଣ୍ଡା ହୋଇଥାଏ । ଯେଉଁ ବ୍ୟକ୍ତିମାନଙ୍କର ପେଟ ଗରମ ଅନେକ ସମୟରେ ହୋଇଥାଏ । ସେମାନଙ୍କ ପାଇଁ ବାସି ରୁଟି ବେଶ୍ ଭଲ ।