ନିଜ ବାହାଘରରେ ୪ ଘଣ୍ଟା ଧରି ନାଚିଲେ ବର, ରାଗିଯାଇ ଆଉ ଜଣଙ୍କୁ ବିବାହ କଲେ କନ୍ୟା
Advertisement
Article Detail0/zeeodisha/odisha1169528

ନିଜ ବାହାଘରରେ ୪ ଘଣ୍ଟା ଧରି ନାଚିଲେ ବର, ରାଗିଯାଇ ଆଉ ଜଣଙ୍କୁ ବିବାହ କଲେ କନ୍ୟା

ପ୍ରିୟଙ୍କା କହିଛନ୍ତି ଯେ, ସୌଭାଗ୍ୟବଶତଃ ବିବାହ ପୂର୍ବରୁ ବର ଜଣେ ମଦ୍ୟପ ବୋଲି ଜଣାପଡିଥିଲା । ସେ ନାଚୁଥିଲେ ଓ ମୁଁ ଏକ ଫୁଲମାଳ ସହିତ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲି । ଏହି ବରଯାତ୍ରୀରେ ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଆମର ପୁରା ପରିବାର ଆହତ ହୋଇଥିଲେ । ଏହା ଭଲ ଯେ ତାଙ୍କ ସତ ସମୟ ପୂର୍ବରୁ ବାହାରି ଆସିଲା ।

ନିଜ ବାହାଘରରେ ୪ ଘଣ୍ଟା ଧରି ନାଚିଲେ ବର, ରାଗିଯାଇ ଆଉ ଜଣଙ୍କୁ ବିବାହ କଲେ କନ୍ୟା

ନୂଆଦିଲ୍ଲୀ: ଆମ ଦେଶରେ ବିବାହ (Marriage) ରେ ରୀତିନୀତି ଅଲଗା ଅଲଗା ହୋଇପାରେ । କିନ୍ତୁ ଦୁଇଟି ଜିନିଷ ସବୁ ବିବାହରେ ହୋଇଥାଏ, ତାହା ହେଉଛି ଖାଇବା ଓ ଡ୍ୟାନ୍ସ କରିବା । ଏହା କହିଲେ ଅତୁକ୍ତ ହେବ ନାହିଁ କି କିଛି ଲୋକ ଏହି କାରଣରୁ ବାହାଘର (Wedding) କୁ ଯାଆନ୍ତି । ବର (Groom) ଓ କନ୍ୟା (Bride) କୁ ଦେଖିବାର ପର୍ଯ୍ୟାୟ ପରେ ଆସେ । କିନ୍ତୁ ନିଜ ବାହାଘରେ ମନ ଭରି ଡ୍ୟାନ୍ସ କରିବା କାହାକୁ ମହଙ୍ଗା ପଡ଼ିପାରେ କି? ଆଜ୍ଞା ହିଁ, ମହାରାଷ୍ଟ୍ର (Maharashtra) ରେ ଏପରି କିଛି ଦେଖିବାକୁ ମିଳିଛି, ଯେଉଁଠି ବରକୁ ନିଜ ବାହାଘରେ ନାଚିବା ମହଙ୍ଗା ପଡ଼ିଛି ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ବୁଲଢାନା ଜିଲ୍ଲା (Buldhana district) ର ମାଲକପୁର ପାଙ୍ଗ୍ରା ଗାଁରେ ଏପ୍ରିଲ ୨୪ରେ ଏକ ଘଟଣା ଘଟିଛି । ଯାହାକୁ ଶୁଣିଲେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ ପରି ଲାଗିବ । ଏଠାରେ ବିବାହ ମଣ୍ଡପ ସଜା ହୋଇସାରିଥିଲା, ବର ଝିଅର ଘରର ଦ୍ୱାରରେ ପହଞ୍ଚିସାରିଥିଲେ ଏବଂ ବର ଓ ତାଙ୍କ ସାଙ୍ଗମାନେ ଡିଜେ ତାଳେ ମନ ଭରି ନାଚୁଥିଲେ । ବର ଏତେ ନାଚିଲା ଯେ କନ୍ୟାର ବାପା ରାଗିଯାଇ ନିଜ ଝିଅକୁ ବିବାହକୁ ଆସିଥିବା ଅନ୍ୟ ଜଣଙ୍କ ସହ କରାଇଥିଲେ । ଝିଅଙ୍କର ବାପା ଅଭିଯୋଗ କରିଛନ୍ତି ଯେ, ବର ମଦ ପିଇଥିଲେ ଓ ଏହି କାରଣରୁ ସେ ତାଙ୍କ ଝିଅକୁ ଆଉ କାହା ସହ ବିବାହ କରାଇଛନ୍ତି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ବରଯାତ୍ରୀ ଅପରାହ୍ନ ୪ଟାରେ ପହଞ୍ଚିବାର ଥିଲା କିନ୍ତୁ ରାତି ୮ଟାରେ ପହଞ୍ଚିଥିଲା । କନ୍ୟାଙ୍କ ଭାଇ କହିଛନ୍ତି ଯେ, ବରଯାତ୍ରୀ ରାତି ୮ଟାରେ ଆସିଥିଲା ​​ଓ ବର ଓ ତାଙ୍କ ସାଙ୍ଗମାନେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ଏହି କାରଣରୁ ଝିଅଙ୍କ ବାପା ନିଜ ଝିଅକୁ ବିବାହକୁ ଆସିଥିବା ଅନ୍ୟ ପୁଅ ସହ ବିବାହ କରାଇଥିଲେ । ଦ୍ୱିତୀୟ ବରକୁ ବିବାହ କରି କନ୍ୟା ପ୍ରିୟଙ୍କା ମଧ୍ୟ ଖୁସି ଅଛନ୍ତି ।

ଏହା ବି ପଢ଼ନ୍ତୁ:-୨.୬୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଏହା ବି ପଢ଼ନ୍ତୁ:-କୋର୍ଟଙ୍କ ଆଦେଶ ପରେ ରାହୁଲ ଗାନ୍ଧୀଙ୍କୁ ଏତିକି ଟଙ୍କାର ଜରିମାନା ଦେଲେ RSS ନେତା

ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଗୁଡ ନ୍ୟୁଜ୍! ରାଜଧାନୀରେ ଆହୁରି ଶସ୍ତା ହେଲା ମଦ

 

ପ୍ରିୟଙ୍କା କହିଛନ୍ତି ଯେ, ସୌଭାଗ୍ୟବଶତଃ ବିବାହ ପୂର୍ବରୁ ବର ଜଣେ ମଦ୍ୟପ ବୋଲି ଜଣାପଡିଥିଲା । ସେ ନାଚୁଥିଲେ ଓ ମୁଁ ଏକ ଫୁଲମାଳ ସହିତ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲି । ଏହି ବରଯାତ୍ରୀରେ ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଆମର ପୁରା ପରିବାର ଆହତ ହୋଇଥିଲେ । ଏହା ଭଲ ଯେ ତାଙ୍କ ସତ ସମୟ ପୂର୍ବରୁ ବାହାରି ଆସିଲା ।

ସେପଟେ ବିବାହ ମଣ୍ଡପରୁ ବିତାଡ଼ିତ ହେବା ପରେ ବର ପରଦିନ ଅନ୍ୟ ଝିଅକୁ ଖୋଜି ବିବାହ କରିଥିଲେ । ବର ଆହୁରି ମଧ୍ୟ କହିଛନ୍ତି ଯେ ଯୋଡ଼ି ତ ଉପରୁ ଗଢ଼ି ଆସନ୍ତି ।