ଯେତେ ଘନିଷ୍ଠ ବନ୍ଧୁ କିମ୍ବା ଶତ୍ରୁ ହୁଅନ୍ତୁ ନା କାହିଁକି, ଭୁଲରେ ବି କୁହନ୍ତୁନି ଏହି ସବୁ କଥା
Advertisement
Article Detail0/zeeodisha/odisha807029

ଯେତେ ଘନିଷ୍ଠ ବନ୍ଧୁ କିମ୍ବା ଶତ୍ରୁ ହୁଅନ୍ତୁ ନା କାହିଁକି, ଭୁଲରେ ବି କୁହନ୍ତୁନି ଏହି ସବୁ କଥା

ତାଙ୍କ ଅନୁଯାୟୀ, ସମସ୍ତ ସମ୍ପର୍କ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେଣୁ ସେମାନେ ସଂପୂର୍ଣ୍ଣ ଆନ୍ତରିକତା ସହ ଏଥିରେ ରହିବା ଆବଶ୍ୟକ ।

ଯେତେ ଘନିଷ୍ଠ ବନ୍ଧୁ କିମ୍ବା ଶତ୍ରୁ ହୁଅନ୍ତୁ ନା କାହିଁକି, ଭୁଲରେ ବି କୁହନ୍ତୁନି ଏହି ସବୁ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ତଥା ମହାଜ୍ଞାନୀ ଭାବରେ ଖୁବ ପରିଚିତ । ତାଙ୍କର ନୀତି ଆଜି ମଧ୍ୟ ଲୋକଙ୍କ ଜୀବନକୁ ସରଳ ଓ ସୁଗମ କରିବାରେ ସାହାଯ୍ୟ କରିଥାଏ । ଚାଣକ୍ୟ ନୀତି ନାଁରେ ପ୍ରସିଦ୍ଧ ତାଙ୍କର ନୀତି ବର୍ତ୍ତମାନ ସମୟରେ ମଧ୍ୟ ଜୀବନର ସଠିକ ମୂଲ୍ୟ, ସାଂସାରିକତା ଓ ସମ୍ପର୍କର ପ୍ରକୃତ ଅର୍ଥ ଜାଣିବାକୁ ଶିକ୍ଷା ଦିଏ । ତାଙ୍କର ଏହି ନୀତିଗୁଡିକ ଜ୍ଞାନ ଉପରେ ଆଧାରିତ । ତାଙ୍କ ଅନୁଯାୟୀ, ସମସ୍ତ ସମ୍ପର୍କ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେଣୁ ସେମାନେ ସଂପୂର୍ଣ୍ଣ ଆନ୍ତରିକତା ସହ ଏଥିରେ ରହିବା ଆବଶ୍ୟକ । ଏହା ବ୍ୟତୀତ, ତାଙ୍କ ନୀତିରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି ଯାହାକୁ କାହା ଆଗରେ କହିଲେ ଆପଣଙ୍କ ସମ୍ପର୍କ ପ୍ରଭାବିତ ହୋଇପାରେ ।

ଅଧିକ ପଢ଼ନ୍ତୁ:-ରାଜନୀତିରୁ ଅବସର ନେବେ କମଲନାଥ!

ଦାନ-ପୁଣ୍ୟ ବିଷୟରେ କୁହନ୍ତୁ ନାହିଁ

ଦାନ କରିବାରୁ ମନକୁ ଆତ୍ମ ସନ୍ତୁଷ୍ଟି ମିଳିଥାଏ । କିନ୍ତୁ ଏହାକୁ ଅନ୍ୟମାନଙ୍କୁ ଜଣାଇ କିଛି ଲାଭ ହୁଏ ନାହିଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଦାନ-ପୁ୍ଣ୍ୟ କଥାକୁ ଗୁପ୍ତ ରଖିବା ଉଚିତ। ଯଦି ଆପଣ କରିଥିବା ଦାନ ବିଷୟରେ ଆପଣ ଅନ୍ୟମାନଙ୍କୁ ମଧ୍ୟ କହୁଛନ୍ତି, ତେବେ ଏହା ଅଦରକାରୀ ବୋଲି ଧରାଯାଏ । ସେହି ସମୟରୁ ଆପଣ ଏଥିରୁ କୌଣସି ଫଳ ପାଇବେ ନାହିଁ । ଅନ୍ୟପକ୍ଷେ ଆପଣ ଏହି କଥାକୁ ଅନ୍ୟ ଲୋକଙ୍କ ଆଗରେ କହିଲେ ସେମାନେ ଭାବ ପାରନ୍ତି ଯେ ଆପଣ ଦେଖାଣିଆ କରୁଛନ୍ତି ।

ମୂର୍ଖ ଲୋକଙ୍କ ସହିତ ବିବାଦ କରନ୍ତୁ ନାହିଁ

ଚାଣକ୍ୟ ନୀତି ଅନୁଯାୟୀ, ମୂର୍ଖ ଲୋକଙ୍କ ସହ ବିବାଦ କରିବାରୁ ଦୂରେଇ ରହିବା ଉଚିତ୍। ଆପଣ ସେମାନଙ୍କୁ ନିଜ କଥା ବୁଝାଇ ପାରିବେ ନାହିଁ, ଏହା ସମୟର ଅପଚୟ ମଧ୍ୟ କରିଥାଏ । ଏହାର କାରଣ ହେଉଛି ମୂର୍ଖ ବ୍ୟକ୍ତି କେଉଁ କଥାର କ’ଣ ଅର୍ଥ ବାହାର କରିବ, ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର ।

ଅଧିକ ପଢ଼ନ୍ତୁ:-ଭୀଷଣ ଯୁଦ୍ଧ ପାଇଁ ସେନା ପାଖରେ ଏବେ ରହିଛି ୧୫ ଦିନର ଗୁଳିଗୋଳା, ଜାଣନ୍ତୁ ଏହାର ଅର୍ଥ...

ପାରିବାରିକ କଳହ ବିଷୟରେ ଉଲ୍ଲେଖ କରନ୍ତୁ ନାହିଁ

ପରିବାର ଯେକୌଣସି ବ୍ୟକ୍ତିର ସବୁଠାରୁ ବଡ ଶକ୍ତି ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ଅନ୍ୟମାନଙ୍କ ସାମ୍ନାରେ ପରିବାରର ଝଗଡ଼ା ବିଷୟରେ କଥାବାର୍ତ୍ତା ନକରିବା ଆବଶ୍ୟକ । ବିଶେଷକରି ଯଦି ଘରେ କାହା ମଧ୍ୟରେ ଝଗଡା ହୁଏ, ତେବେ ଏହାକୁ ଭୁଲରେ ବି ଅନ୍ୟମାନଙ୍କୁ କୁହନ୍ତୁ ନାହିଁ । ଏପରି କରିବାରୁ ହୋଇପାରେ ସେମାନେ ଅନ୍ୟମାନଙ୍କ ସାମ୍ନାରେ ଆପଣଙ୍କ ପରିବାରକୁ ନେଇ ପରିହାସ କରିପାରନ୍ତି କିମ୍ବା ଆପଣଙ୍କ ପାରିବାରିକ ସମ୍ପର୍କ ଉପରେ ପ୍ରଶ୍ନ କରିପାରନ୍ତି । ଅନେକ ସମୟରେ ଲୋକମାନେ ପାରିବାରିକ କଳହକୁ ପ୍ରକାଶ କରି ଅନ୍ୟମାନଙ୍କୁ ଉପହାସ କରିବାର ସୁଯୋଗ ଦିଅନ୍ତି । ଏହା ବ୍ୟତୀତ ଅନ୍ୟମାନଙ୍କୁ ସେମାନଙ୍କର ଟଙ୍କା ଏବଂ ସମ୍ପତ୍ତି ବିଷୟରେ କେବେବି କହିବା ଉଚିତ୍ ନୁହେଁ |