Lunar Eclipse 2022: ଦେବ ଦୀପାବଳି ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ
Advertisement
Article Detail0/zeeodisha/odisha1422832

Lunar Eclipse 2022: ଦେବ ଦୀପାବଳି ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ

Lunar Eclipse 2022: ଭାରତରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ସମୟ ୨ ଘଣ୍ଟା ୦୨ ମିନିଟ୍ ଓ ସର୍ବନିମ୍ନ ପ୍ରାୟ ୧ ଘଣ୍ଟା ୧୦ ମିନିଟ୍ ରହିବ । ଏହି ସମୟରେ ଶ୍ରଦ୍ଧାଳୁମାନେ ଜପତପ କରିବା ଉଚିତ୍ । ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା, ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଚନ୍ଦ୍ର ଗ୍ରହଣ ସମୟରେ ମନ୍ଦିରଗୁଡ଼ିକରେ ମଧ୍ୟ କବାଟ ବନ୍ଦ କରିଦିଆଯାଇଥାଏ । 

Lunar Eclipse 2022: ଦେବ ଦୀପାବଳି ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ

Chandra Grahan 2022: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ (ମଙ୍ଗଳବାର) ରେ ଲାଗିବ । ଏହି ଦିନ ଦେବ ଦୀପାବଳି ଓ ଗୁରୁ ନାନକ ଜୟନ୍ତୀ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ୩ ଘଣ୍ଟା ୦୪ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଭାରତରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ସମୟ ୨ ଘଣ୍ଟା ୦୨ ମିନିଟ୍ ଓ ସର୍ବନିମ୍ନ ପ୍ରାୟ ୧ ଘଣ୍ଟା ୧୦ ମିନିଟ୍ ରହିବ । ଏହି ସମୟରେ ଶ୍ରଦ୍ଧାଳୁମାନେ ଜପତପ କରିବା ଉଚିତ୍ । ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା, ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଚନ୍ଦ୍ର ଗ୍ରହଣ ସମୟରେ ମନ୍ଦିରଗୁଡ଼ିକରେ ମଧ୍ୟ କବାଟ ବନ୍ଦ କରିଦିଆଯାଇଥାଏ । ମୋକ୍ଷ ହେବା ପରେ ହିଁ ପରିଷ୍କାର ଓ ପୂଜାପଠ ସହିତ କବାଟ ଖୋଲାଯାଏ । 

ଚନ୍ଦ୍ର ଗ୍ରହଣର ସମୟ ଅବଧି

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୮ ନଭେମ୍ବର ୨୦୨୨ରେ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ସନ୍ଧ୍ୟା ୨:୩୯ ମିନିଟରେ ଆରମ୍ଭ ହେବ । ଚନ୍ଦ୍ର ଗ୍ରହଣର ମଧ୍ୟଭାଗ ୪:୨୯ ମିନିଟ ଓ ମୋକ୍ଷ ବା ଶେଷ ସନ୍ଧ୍ୟା ୬:୧୯ ମିନିଟରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୂତକ ଅବଧି ଗ୍ରହଣର ୯ ଘଣ୍ଟା ପୂର୍ବରୁ ସକାଳ ୫:୩୯ ମିନିଟରେ ଆରମ୍ଭ ହେବ  । ସୂତକ ସମୟରେ ଭଗବାନଙ୍କ ମୂର୍ତ୍ତିର ସ୍ପର୍ଶ ନିଷେଧ ହୋଇଥାଏ । ଏହି ସମୟ ମଧ୍ୟରେ ଖାଦ୍ୟ ଖାଇବା ମଧ୍ୟ ନିଷେଧ, କିନ୍ତୁ ଏଥିରୁ ଶିଶୁ, ବୃଦ୍ଧ ଏବଂ ରୋଗୀଙ୍କୁ ବାଦ୍ ଦିଆଯାଇଛି । ଏହି ସମୟରେ ଘରେ ବସି ଭଗବାନଙ୍କ ଚିନ୍ତନ ସ୍ମରଣ କରିବା ଉଚିତ । ଶୋଇବା ମଧ୍ୟ ଭଲ ନୁହେଁ ।

ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ଚନ୍ଦ୍ର ଗ୍ରହଣର ନକାରାତ୍ମକ ପ୍ରଭାବରୁ ଗର୍ଭସ୍ଥ ଶିଶୁଙ୍କୁ ରକ୍ଷା କରିବାର ସବୁଠାରୁ ସଠିକ ଉପାୟ ହେଉଛି ଗର୍ଭବତୀ ମହିଳାମାନେ ଏହି ସମୟ ମଧ୍ୟରେ ଘର ଭିତରେ ରହିବା ଉଚିତ୍ । ଏହି ମହିଳାମାନେ କୌଣସି ପ୍ରକାରେ ଚନ୍ଦ୍ରଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ନଆସୁ ।

ଏହି ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ । ଚନ୍ଦ୍ର ଉଦୟ ପୂର୍ବରୁ ହିଁ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇଥିବାରୁ ଖଣ୍ଡ ଓ ଖଗ୍ରାସ ଗ୍ରହଣର ଆରମ୍ଭ ଭାରତର କୌଣସି ଅଞ୍ଚଳରେ ଦେଖିବାକୁ ମିଳିବ ନାହିଁ । ଭାରତର ପୂର୍ବ ଭାଗରେ ଖଣ୍ଡ ଓ ଖଗ୍ରାସ ଚନ୍ଦ୍ର ଗ୍ରହଣର ମୋକ୍ଷ ଦେଖାଯିବ । ଯେତେବେଳେ କି ବାକି ଭାରତରେ କେବଳ ଖଣ୍ଡ ଚନ୍ଦ୍ର ଗ୍ରହଣର ମୋକ୍ଷ ଦୃଶ୍ୟମାନ ହେବ ।

ଅଧିକ ପଢ଼ନ୍ତୁ:-ଉତ୍ତର କୋରିଆ ପୁଣି ଜାପାନ ଉପରୁ ମାଡ଼ କଲା ବାଲିଷ୍ଟିକ୍ ମିସାଇଲ, ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି

ଅଧିକ ପଢ଼ନ୍ତୁ:-'ଚଳିତ ବିଶ୍ୱକପ ବିରାଟ କୋହଲିଙ୍କ ପାଇଁ କରାଯାଇଛି', ଜାଣନ୍ତୁ ଏମିତି କାହିଁକି କହିଲେ ଶୋଏବ ଅଖତର

ଅଧିକ ପଢ଼ନ୍ତୁ:-ନଭେମ୍ୱର ୧୧ରୁ ଚମକିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ, ଶୁକ୍ର ପ୍ରଦାନ କରିବେ ଅପାର ଧନ ଓ ବିଳାସପୂର୍ଣ୍ଣ ଜୀବନ!

 

ଚନ୍ଦ୍ର ଗ୍ରହଣ କେଉଁ କେଉଁ ସ୍ଥାନରେ ଦେଖାଯିବ?

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତ ସମେତ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ଦେଖାଯିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)