Chicken Cooking Tips: ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି କି ଆପଣ? ଯଦି ହଁ, ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ
Advertisement
Article Detail0/zeeodisha/odisha1560187

Chicken Cooking Tips: ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି କି ଆପଣ? ଯଦି ହଁ, ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ

Chicken Cooking Tips:  ଡଚ୍ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୫ ପ୍ରତିଶତ ଗ୍ରାହକ ନିଜର ଚିକେନକୁ ପ୍ରାୟତଃ କିମ୍ବା ପ୍ରାୟ ସବୁବେଳେ ଧୋଇଥାନ୍ତି । ତେବେ ଲୋକମାନେ ଏହା କାହିଁକି କରନ୍ତି ଓ ଚିକେନ୍ ଧୋଇବାର ବିପଦ ବିଷୟରେ ଅନୁସନ୍ଧାନ କ’ଣ କହିଥାଏ? ଆପଣଙ୍କୁ କହି ରଖୁଛୁ ଯେ, ଖାଦ୍ୟ ଜନିତ ରୋଗର ଦୁଇଟି ମୁଖ୍ୟ କାରଣ ହେଉଛି ବ୍ୟାକ୍ଟେରିଆ କ୍ୟାମ୍ପିଲୋବ୍ୟାକ୍ଟର୍ ଓ ସଲମାନେଲା, ଯାହା ସାଧାରଣତ କଞ୍ଚା ପୋଲ୍ଟ୍ରି ଓ ଚିକେନରେ ଦେଖାଯାଏ । 

Chicken Cooking Tips: ଚିକେନକୁ ରୋଷେଇ କରିବା ପୂର୍ବରୁ ଧୋଉଛନ୍ତି କି ଆପଣ? ଯଦି ହଁ, ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ

Hygiene Chicken Cooking Tips: କ'ଣ ଆପଣ ବି ଚିକେନକୁ ରୋଷେଇ ପୂର୍ବରୁ ଧୋଉଛନ୍ତି କି? ଯଦି ଆପଣ ଏହା କରୁଛନ୍ତି, ତେବେ ତୁରନ୍ତ ଏହାକୁ ବନ୍ଦ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନିରାପଦ ହେବ । ଦି କନଭର୍ସେଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସାରା ଦୁନିଆର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଓ ନିୟାମକମାନେ ପରାମର୍ଶ ଦିଅନ୍ତି ଯେ ଆପଣ କଞ୍ଚା ପୋଲ୍ଚ୍ରି ବା ଚିକେନକୁ ରୋଷେଇ (Chicken Cooking) କରିବା ପୂର୍ବରୁ ଧୁଅନ୍ତୁ ନାହିଁ । ଚିକେନ୍ ଧୋଇବା (Washing Chicken) ଦ୍ୱାରା ରୋଷେଇ ଘର ଚାରିପାଖରେ ବିପଜ୍ଜନକ ଜୀବାଣୁ ବିସ୍ତାର ହୋଇପାରେ ବୋଲି କୁହାଯାଏ । ଚିକେନ (Chicken) କୁ ନ ଧୋଇ ଭଲ ଭାବରେ ରାନ୍ଧିବା ଭଲ ହୋଇଥାଏ, ତେଣୁ ଏହାକୁ ଖାଇବା ପାଇଁ ନିରାପଦ ଉପାୟ ଭାବରେ ମନେ କରାଯାଏ । କିନ୍ତୁ ପ୍ରଶ୍ନ ହେଉଛି, କେତେ ଲୋକ ଏହା ବିଷୟରେ ଅବଗତ ଅଛନ୍ତି? ନୂତନ ଅଧ୍ୟୟନରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।

ତଥାପି, ଏହି ତଥ୍ୟ ସତ୍ତ୍ୱେ ଚିକେନ୍ ଧୋଇବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି । ଅଷ୍ଟ୍ରେଲିଆର ଖାଦ୍ୟ ନିରାପତ୍ତା ସୂଚନା ପରିଷଦ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ପ୍ରାୟ ଅଧା ଅଷ୍ଟ୍ରେଲୀୟ ପରିବାର ରୋଷେଇ କରିବା ପୂର୍ବରୁ ଚିକେନ୍ ଧୋଇଥାନ୍ତି । ଡଚ୍ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୫ ପ୍ରତିଶତ ଗ୍ରାହକ ନିଜର ଚିକେନକୁ ପ୍ରାୟତଃ କିମ୍ବା ପ୍ରାୟ ସବୁବେଳେ ଧୋଇଥାନ୍ତି । ତେବେ ଲୋକମାନେ ଏହା କାହିଁକି କରନ୍ତି ଓ ଚିକେନ୍ ଧୋଇବାର ବିପଦ ବିଷୟରେ ଅନୁସନ୍ଧାନ କ’ଣ କହିଥାଏ? ଆପଣଙ୍କୁ କହି ରଖୁଛୁ ଯେ, ଖାଦ୍ୟ ଜନିତ ରୋଗର ଦୁଇଟି ମୁଖ୍ୟ କାରଣ ହେଉଛି ବ୍ୟାକ୍ଟେରିଆ କ୍ୟାମ୍ପିଲୋବ୍ୟାକ୍ଟର୍ (Campylobacter) ଓ ସଲମାନେଲା (Salmonella), ଯାହା ସାଧାରଣତ କଞ୍ଚା ପୋଲ୍ଟ୍ରି ଓ ଚିକେନରେ ଦେଖାଯାଏ । ଚିକେନ କଞ୍ଚା ଧୋଇଲେ ଏହା ରୋଷେଇ ଘରର ସବୁଆଡେ ବ୍ୟାପିଥାଏ, ଯେଉଁ କାରଣରୁ ରୋଗ ହେବାର ଆଶଙ୍କା ବଢ଼ିଥାଏ ।

ଅଧିକ ପଢ଼ନ୍ତୁ:-ଆତ୍ମସମର୍ପଣ କରିବେ ଜେଲେନସ୍କି, ବାଇଡେନଙ୍କଠୁ ମିଳିସାରିଛି ମଞ୍ଜୁରୀ!

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ କେଏଲ ରାହୁଲ! BCCIର ଏହି ଟ୍ୱିଟ୍ରୁ ହଠାତ୍ ସୃଷ୍ଟି ହେଲା ହଙ୍ଗାମା

ଅଧିକ ପଢ଼ନ୍ତୁ:-୩୦ ବର୍ଷ ପରେ ଦେଖାଦେଇଛି ଅତି ଦୁର୍ଲଭ ସଂଯୋଗ, ମହାଶିବରାତ୍ରୀରୁ ଚମକିବ ଏସବୁ ଲୋକଙ୍କ ଭାଗ୍ୟ

 

ଅଷ୍ଟ୍ରେଲିଆରେ ଗତ ଦୁଇ ଦଶନ୍ଧି ମଧ୍ୟରେ କ୍ୟାମ୍ପିଲୋବ୍ୟାକ୍ଟର ଓ ସଲମାନେଲା ମାମଲା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି । କ୍ୟାମ୍ପିଲୋବ୍ୟାକ୍ଟର ସଂକ୍ରମଣର ଆନୁମାନିକ ୨,୨୦,୦୦୦ ମାମଲା ମଧ୍ୟରୁ ୫୦,୦୦୦ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଚିକେନ୍ ମାଂସରୁ ଆସିଥାଏ । ଧୋଇଥିବା ଚିକେନ୍ ପୃଷ୍ଠରୁ ମୁକ୍ତ ହୋଇଥିବା ଜଳ ବୁନ୍ଦା ଉପରେ ସମ୍ପ୍ରତି ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ବିପଦପୂର୍ଣ୍ଣ ଅଭ୍ୟାସ ଅଟେ । ଅଧ୍ୟୟନରେ ସ୍ପଷ୍ଟ ଦର୍ଶାଯାଇଛି ଯେ ଜଳ ବୁନ୍ଦା ମାଧ୍ୟମରେ ଚିକେନ୍ ପୃଷ୍ଠରୁ ଆଖପାଖ ପୃଷ୍ଠକୁ ଜୀବାଣୁ ସ୍ଥାନାନ୍ତର କରାଯାଇପାରେ ।