Secrets Of men and Women: ପୁରୁଷ ଓ ମହିଳାଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ୍ ଏହି ୫ଟି କଥା
Advertisement
Article Detail0/zeeodisha/odisha1444745

Secrets Of men and Women: ପୁରୁଷ ଓ ମହିଳାଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ୍ ଏହି ୫ଟି କଥା

Secrets Of men and Women: ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ଅନୁସାରେ ଦୁନିଆରେ ସବୁଠୁ ମହତ୍ୱପୂର୍ଣ୍ଣ ୪ଟି ଜିନିଷ ରହିଛି । ଏହି ୪ଟିନୀତି ସହ ଦୁନିଆରେ ଅନ୍ୟସବୁ ଜିନିଷ ମୂଲ୍ୟହୀନ ଅଟେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ୪ଟି ନୀତି ଆପଣାଇ ଜଣେ ସାଧାରଣ ଲୋକ କିପରି ଜୀବନରେ ସମସ୍ତ ସୁଖ ଭୋଗକରିପାରିବ ।

ପ୍ରତୀକାତ୍ମକ ଫଟୋ

Secrets Of men and Women: ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନର ଏପରି କିଛି କଥା ରହିଛି, ଯାହାକୁ ସର୍ବଦା ଅନ୍ୟ ଠାରୁ ଲୁଚେଇ (Secrets) ରଖିବାକୁ ଆବଶ୍ୟକ । କାରଣ ଶାସ୍ତ୍ରରେ କୁହାଯାଇଛି ଯେ ଏହ ଦ୍ୱାରା ଲୋକଙ୍କ କଲ୍ୟାଣ ହୋଇଥାଏ । ଅନ୍ୟପକ୍ଷେ ବ୍ୟକ୍ତି ଏହି କଥା ଅନ୍ୟ କାହାକୁ କହିଲେ ଭବିଷ୍ୟତରେ ବହୁତ ସାରା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ସେହି କଥା ବିଷୟରେ କହିବୁ ଯାହାକୁ ଶାସ୍ତ୍ରରେ ଗୁପ୍ତ (Secrets) ରଖିବାକୁ କୁହାଯାଇଛି…

୧. ସର୍ବ ପ୍ରଥମେ କୌଣସି ବ୍ୟକ୍ତିଙ୍କୁ ନିଜ ପରିବାରର ସଦସ୍ୟ (Family Members) ସହ ବିବାଦ ଥିବା କଥା ଅନ୍ୟ କାହାକୁ କହିବା ଉଚିତ ନୁହଁ । କାରଣ ଏଥିରୁ ସମାଜରେ ଆପଣଙ୍କ ପରିବାରର ସମ୍ମାନ କମ ହୋଇଥାଏ ।

୨. ଏହା ବ୍ୟତୀତ ଆପଣଙ୍କୁ ନିଜ ଗୁରୁ ଠାରୁ ମିଳିଥିବା ମନ୍ତ୍ରକୁ ଅନ୍ୟ କାହାକୁ କହିବା ଉଚିତ ନୁହେଁ । କୁହାଯାଏ ଏହା ଦ୍ୱାରା ଆପଣଙ୍କ ପୁଣ୍ୟ ମିଳି ନଥାଏ, ସେତେବେଳେ ଫଳ ମିଳିଥାଏ, ଯେତେ ଯାଏ ଏହାକୁ ଗୁପ୍ତ ରଖା ଯାଏ । ଏହା ସହ ଏହି ମନ୍ତ୍ରକୁ ଗୁପ୍ତ (Secrets) ରଖିବା ଫଳରେ ଏହାର ଶୁଭ ଫଳ ମିଳି ଥାଏ ।

୩. ଶାସ୍ତ୍ରରେ କୁହାଯାଇଛି ଯେ ନିଜ ଦାନ କର୍ମ କଥା କାହାକୁ କହିବା ଉଚିତ ନୁହଁ । କାରଣ ଏହା ଦ୍ୱାରା ପୁଣ୍ୟର ଫଳ ମିଳି ନଥାଏ । ଏହାସହ ଶାସ୍ତ୍ରରେ ଗୁପ୍ତ ଦାନର ବିଷେଶତ୍ୱ କଥା ଉଲ୍ଲେଖ୍ୟ ରହିଛି । କୁହାଯାଏ ଏପରି କରିବା ଦ୍ୱାରା ମଣିଷକୁ ଅକ୍ଷୟ ପୁଣ୍ୟ ସହ ଦେବୀ-ଦେବତୀଙ୍କ କୃପା ଲାଭ ପ୍ରାପ୍ତ ହୋଇଥାଏ ।

୪. ଶାସ୍ତ୍ରରେ କୁହାଯାଇଛି ନିଜ ଧନ ହାନି ବିଷୟରେ ଲୁଚାଇ ରଖିବା ଆବଶ୍ୟକ । ଅନ୍ୟ ଆଗରେ ଏହା ବିଷୟରେ କହିବା ଅନୁଚିତ । କାରଣ ଧନହୀନ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ବହୁତ କମ୍ ମିଳିଥାଏ । ଏହି ପରିସ୍ଥିତିରେ ଆପଣଙ୍କ ଧନ ହାନି ଘଟିଥିଲେ ଏହାକୁ ଗୁପ୍ତ ରଖିବା ଆବଶ୍ୟକ । କାରଣ ଆପଣଙ୍କ ଧନ ହାନି କଥା ଶୁଣି ବ୍ୟକ୍ତି ଆପଣଙ୍କ ଠାରୁ ଦୂରେଇ ଯିବେ ।

୫. ଏହାସହ ଶାସ୍ତ୍ରରେ ରତିକ୍ରିୟା ବିଷୟକୁ ମଧ୍ୟ ଗୁପ୍ତ ରଖିବାକୁ କୁହାଯାଇଛି । ଏଥିପାଇଁ ପୁରୁଷ-ମହିଳା ଦୁହେଁଙ୍କ ପାଇଁ ଏକାନ୍ତ ସ୍ଥାନ ଓ ସମୟ ବିଶେଷକୁ ଧ୍ୟାନ ରଖିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଘାତକ ବୋଲର, ମାତ୍ର କିଛି ମ୍ୟାଚ ପରେ ହିଁ ଟିମ୍ ଇଣ୍ଡିଆରୁ କରିଦିଆଯାଇଥିଲା ବାହାର

ଅଧିକ ପଢ଼ନ୍ତୁ:-କେନ୍ ୱିଲିୟମସନଙ୍କ ସ୍ଥାନରେ ଏହି ଖେଳାଳି ହେବେ ହାଇଦ୍ରାବାଦର ଅଧିନାୟକ! ମୈଦାନରେ ଧୋନିଙ୍କ ପରି ନେବେ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ

 

 

ସେପଟେ ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ଅନୁସାରେ ଦୁନିଆରେ ସବୁଠୁ ମହତ୍ୱପୂର୍ଣ୍ଣ ୪ଟି ଜିନିଷ ରହିଛି । ଏହି ୪ଟିନୀତି ସହ ଦୁନିଆରେ ଅନ୍ୟସବୁ ଜିନିଷ ମୂଲ୍ୟହୀନ ଅଟେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ୪ଟି ନୀତି ଆପଣାଇ ଜଣେ ସାଧାରଣ ଲୋକ କିପରି ଜୀବନରେ ସମସ୍ତ ସୁଖ ଭୋଗକରିପାରିବ ।

ଦାନ: ଏହି ଦୁନିଆରେ ଦାନକୁ ବଡ଼ କିଛି ଜିନିଷ ନାହିଁ ।  ଆଚାର୍ଯ୍ୟ ଚାଣକ୍ୟକଙ୍କ କହିବା ଅନୁଯାୟୀ ଭୋଜନ ଏବଂ ପାଣି ଦାନ ଏହି ପୃଥିବୀ ପୃଷ୍ଠରେ ସବୁଠାରୁ ମହାନ ଦାନ ଅଟେ ।  ଏହି ଦାନ ସହ  ଦୁନିଆରେ ଆଉ କିଛି ମୂଲ୍ୟବାନ ନାହିଁ ।  ଯେଉଁ ମନୁଷ୍ୟ ଭୋକିଲା ଲୋକଙ୍କୁ ଭୋଜନ ଏବଂ ପାଣି ଦାନ ଦେଇଥାଏ, ତାହାଠାରୁ ବଡ଼ ପୂଣ୍ୟ ଆତ୍ମା ଆଉ କେହି ନୁହେଁ ।

ଏକାଦଶୀ ବ୍ରତ: ଆଚାର୍ଯ୍ୟ ଚାଣକ୍ୟ ହିନ୍ଦୁ ପଞ୍ଚାଙ୍ଗର ଏକାଦଶୀ ତିଥିକୁ ସବୁଠାରୁ ପବିତ୍ର ତିଥି ଭାବେ କହିଛନ୍ତିଏ ।  ଏକାଦଶୀ ତିଥିରେ ପୂଜା-ବ୍ରତ ଏବଂ ଉପବାସ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଅସୀମ କୃପା ଲାଭ ହୋଇଥାଏ । ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ଅଟେ ।

ଗାୟତ୍ରୀ ମନ୍ତ୍ର:  ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱରେ ସବୁଠୁ ଶକ୍ତିଶାଳୀ, ଗାୟତ୍ରୀ ମନ୍ତ୍ରକୁ କହିଛନ୍ତି ।  ମାଆ ଗାୟତ୍ରୀଙ୍କୁ ବେଦ ମାତା କୁହାଯାଇଥାଏ । ତାଙ୍କ ଠାରୁ ୪ଟି ବେଦର ଉତ୍ପତି ହୋଇଛି । 

ମା' ଠାରୁ ବଡ଼ କେହି ନୁହେଁ: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମା' ଠାରୁ ବଳି ଏହି ଦୁନିଆରେ କେହିନାହିଁ । ମା' ଠୁ ବଳି କୌଣସି ଦେବତା ନୁହଁନ୍ତି । ନା କୌଣସି ତୀର୍ଥ ଏବଂ ନା କୌଣସି ଗୁରୁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ମଣିଷ ମା'ର ସେବା କରିଥାଏ ତାକୁ ଏଦି ଦୁନିଆରେ କୌଣସି ତୀର୍ଥର ଅବଶ୍ୟକତା ନାହିଁ ।  ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଏହି ୪ଟି ନୀତି ଉପରେ ଏକ ଶ୍ଲୋକ ଲେଖିଛନ୍ତି ।