'ରଣବୀର, ଅର୍ଜୁନ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଏନସିବି ମୋ ଉପରେ ଚାପ ପକାଉଛି'
Advertisement

'ରଣବୀର, ଅର୍ଜୁନ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଏନସିବି ମୋ ଉପରେ ଚାପ ପକାଉଛି'

Bollywood Drug Case: ଏନସିବି ଉପରେ କରଣ ଜୋହରଙ୍କ କମ୍ପାନୀ ଧର୍ମା ଏଣ୍ଟରଟେନମେଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତଜ ପ୍ରସାଦ (Kshitij Prasad) ଙ୍କୁ ହଇରାଣ କରିବାର ଅଭିଯୋଗ ଆସିଛି 

'ରଣବୀର, ଅର୍ଜୁନ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଏନସିବି ମୋ ଉପରେ ଚାପ ପକାଉଛି'

ନୂଆଦିଲ୍ଲୀ: Bollywood Drug Case: ବଲିଉଡରେ ଡ୍ରଗ୍ସ ଏଙ୍ଗଲର ଅନୁସନ୍ଧାନ କରୁଥିବା ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ପ୍ରଶ୍ନ ଘେରରେ ଆସିଯାଇଛି । ଏନସିବି ଉପରେ ଏହି  ଅଭିଯୋଗ ଆସୁଛି ଯେ ସେ ଚାପ ପକାଇ ନିଜ ମନଇଚ୍ଛା କାମ କରିବାକୁ ଚାହୁଁଛି । ଅନ୍ୟପକ୍ଷରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ହତ୍ୟା କହୁଥିବା କିଛି ଟିଭି ଚ୍ୟାନେଲ ଏମ୍ସ ରିପୋର୍ଟ ଉପରେ ନୀରବତା ରକ୍ଷା କରିଛନ୍ତି । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ନୁହେଁ ଆତ୍ମହତ୍ୟା ଥିଲା ।

ଏନସିବି ଉପରେ କରଣ ଜୋହରଙ୍କ କମ୍ପାନୀ ଧର୍ମା ଏଣ୍ଟରଟେନମେଣ୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତଜ ପ୍ରସାଦ (Kshitij Prasad) ଙ୍କୁ ହଇରାଣ କରିବାର ଅଭିଯୋଗ ଆସିଛି । କ୍ଷତିଜଙ୍କ ଓକିଲ ସତୀଶ ମାନଶିନ୍ଦେ ଅଭିଯୋଗ କରିଥିଲେ ଯେ, ତାଙ୍କ ମହକିଲ ଉପରେ ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ନାମ ନେବା ପାଇଁ ଚାପ ପକାଯାଇଛି ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟକୁ ବଡ଼ ଝଟକା, ଆଉ ଏକ ଦଳ ଛାଡ଼ିଲା ସାଥ୍

ବର୍ତ୍ତମାନ ପ୍ରସାଦଙ୍କ ତରଫରୁ କୋର୍ଟଙ୍କୁ କୁହାଯାଇଛି ଯେ, ଏନସିବି ଅଧିକାରୀମାନେ ତାଙ୍କୁ ଫିଲ୍ମ ତାରକା ରଣବୀର କପୁର, ଅର୍ଜୁନ ରାମପାଲ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଚାପ ପକାଇଛନ୍ତି । ତେବେ ଏନସିବି ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ, ସେ ବହୁତ ପ୍ରୋଫେଶନାଲ ଭାବେ ଯାଞ୍ଚ କରୁଛି ।

କ୍ଷିତିଜ କୋର୍ଟଙ୍କୁ କହିଛନ୍ତି ଯେ, ଅନେକ ଥର ଏହି ବିଷୟରେ ମନା କରାଯିବା ସତ୍ତ୍ୱେ ସେ ଏହି ଚଳଚ୍ଚିତ୍ର ଅଭିନେତ୍ରୀମାନଙ୍କୁ ଜାଣନ୍ତି ନାହିଁ ଏବଂ ଡ୍ରଗ୍ସ ସହ ଜଡ଼ିତ ଅଭିଯୋଗ ବିଷୟରେ ତାଙ୍କର କୌଣସି ସୂଚନା ନାହିଁ । ତାଙ୍କୁ ନିର୍ଯାତନା ଦିଆଯାଉଛି । ମିଛ ବୟାନରେ ଦସ୍ତଖତ କରିବାକୁ ତାଙ୍କୁ ଏନସିବି ପକ୍ଷରୁ କୁହାଯାଇଛି ବୋଲି କ୍ଷିତିଜ କହିଛନ୍ତି ।

କ୍ଷିତିଜ ପ୍ରସାଦ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଏନସିବିରେ ହେପାଜତରେ ରହିଥିଲେ । ଶନିବାର କୋର୍ଟ ତାଙ୍କୁ ଅକ୍ଟୋବର ୬ ଯାଏ ଜେଲ ପଠାଇଛନ୍ତି ।